ବିଧାୟକଙ୍କ ସହିତ ବିଡିଓ ଖେଳିଥିଲେ ଲୁଚକାଳି! ୯ଟାରୁ ଗୋଟାଏ ପର୍ଯ୍ୟନ୍ତ ଏ ଜାଗା ସେ ଜାଗା ଦୌଡ଼ାଇଥିଲେ!!

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ‘ବିଧାୟକଙ୍କୁ ସମୟ ଦେଇ ଉଭାନ ହୋଇଯାଇଥିଲେ ବିଡିଓ। ଫୋନ୍ କରିବାରୁ ଏ ଜାଗା ସେ ଜାଗା ଦୌଡ଼ାଇଥିଲେ। ଆଉ ୪ ଘଣ୍ଟା ପରେ ଯେତେବେଳେ ବିଡିଓଙ୍କ ଦେଖା ମିଳିଲା ସେତେବେଳେ ଗାଳି ଶୁଣିବା ସହିତ ହତ୍ୟା ଧମକ ପାଇଥିଲେ ବିଧାୟକ।’ ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇଥିବା ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ସେଦିର (ଶନିବାରର) ଘଟଣାକୁ କିଛି ଏମିତି ଢଙ୍ଗରେ ବର୍ଣ୍ଣନା କରିଛନ୍ତି। ଅସୁସ୍ଥତା […]

MLA AND BDO

MLA AND BDO

Jitendra Garnayak
  • Published: Monday, 02 May 2022
  • Updated: 02 May 2022, 06:31 PM IST

Sports

Latest News

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ‘ବିଧାୟକଙ୍କୁ ସମୟ ଦେଇ ଉଭାନ ହୋଇଯାଇଥିଲେ ବିଡିଓ। ଫୋନ୍ କରିବାରୁ ଏ ଜାଗା ସେ ଜାଗା ଦୌଡ଼ାଇଥିଲେ। ଆଉ ୪ ଘଣ୍ଟା ପରେ ଯେତେବେଳେ ବିଡିଓଙ୍କ ଦେଖା ମିଳିଲା ସେତେବେଳେ ଗାଳି ଶୁଣିବା ସହିତ ହତ୍ୟା ଧମକ ପାଇଥିଲେ ବିଧାୟକ।’

ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇଥିବା ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ସେଦିର (ଶନିବାରର) ଘଟଣାକୁ କିଛି ଏମିତି ଢଙ୍ଗରେ ବର୍ଣ୍ଣନା କରିଛନ୍ତି।

ଅସୁସ୍ଥତା ଯୋଗୁ ଆଜି ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିବା ବିଧାୟକ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ସେଦିନ ମୁଁ ବିଡିଓଙ୍କୁ ଫୋନ୍ କରି ବ୍ଲକ୍‌କୁ ଯାଇ ତାଙ୍କ ସହିତ କିଛି ଆଲୋଚନା କରିବାର ଅଛି ବୋଲି କହିଥିଲି। ସେ ମୋତେ ୯ଟା ବେଳେ ଆସିବାକୁ କହିଥିଲେ। ମୁଁ ପହଞ୍ଚିଲା ବେଳକୁ ସେ ଅଫିସ୍‌ରେ ନଥିଲେ। ତାଙ୍କୁ ଫୋନ୍ କଲି। ସେ ଦୁଧିଆନାଳି ପଞ୍ଚାୟତରେ ଥିବା କହିଥିଲେ। ତା’ପରେ ଆମେ ଦୁଧିଆନାଳି ଗଲୁ। କିନ୍ତୁ ସେ ସେଠାରେ ବି ନଥିଲେ। ପୁଣି ଫୋନ୍ କରିବାରୁ ବିଡିଓ କହିଲେ ସେ ଜାମୁନାଳିରେ ଅଛନ୍ତି। ଆମେ ଜାମୁନାଳି ଗଲୁ। ବିଡିଓ ସେଠି ମଧ୍ୟ ନଥିଲେ। ପୁଣି ଫୋନ୍ କଲୁ। ସେ କହିଲେ ଭାଲିଆଡ଼ିହିରେ ଅଛନ୍ତି। ଆମେ ଭାଲିଆଡ଼ିହି ଗଲୁ। ତା’ପରେ ଆମେ ଫୋନ୍ କଲୁ। କିନ୍ତୁ ଫୋନ୍ ଲାଗିଲାନି। ତା’ପରେ ଆମେ ବ୍ଳକ୍‌କୁ ଫେରିଗଲୁ। ବ୍ଳକ୍‌ରେ ବି ବିଡିଓ ନଥିଲେ। ପୁଣି ଫୋନ୍ କଲୁ। ଏଥର ତାଙ୍କ ଫୋନ୍ ଲାଗିଲା। ସେ କହିଲେ ଗୋଟିଏ ଅଲଗା କାମରେ ଛେପଲିପାଲି ଅଞ୍ଚଳରେ ଅଛନ୍ତି।

ସକାଳ ୯ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଆମେ ବିଡିଓଙ୍କୁ ପିଛା କରିଥିଲୁ କଥା ହେବା ପାଇଁ। କିନ୍ତୁ କଥା ପଦେ ହୋଇପାରୁଲୁ ନାହିଁ। ଆମେ ଛେପଲିପାଲିରେ ପହଞ୍ଚିଲା ବେଳକୁ ସେ କାମ ସାରି ଫେରୁଥିଲେ। ବିଡିଓଙ୍କୁ ଦେଖାହେବା ପରେ ମୁଁ ତାଙ୍କୁ ପଚାରିଥିଲେ ଯେ ସେ କାହିଁକି ଆମ ସହିତ ଲୁଚକାଳି ଖେଳୁଛନ୍ତି?
ବିଧାୟକ କହିଛନ୍ତି, ବିଡିଓଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ- ‘ଆପଣ ବିଧାୟକ ହେଲେ କ’ଣ ହେଲା? ଆପଣ ଯାହା କହିବେ ଆମେ କ’ଣ ମାନିବୁ?’ ଏହା ସହିତ ସେ ମୋତେ ଅଶ୍ଳୀଳ ଭାଷାରେ ଗାଳି କରିଥିଲେ। ଏମିତିକି ଭୁବନେଶ୍ୱରରୁ ଗୁଣ୍ଡା ଆଣି ମୋତେ ମାରି ଦେବାକୁ ସେ ଧମକ ଦେଇଥିଲେ।
ସେ ଆହୁରି କହିଛନ୍ତି, ଜଣେ ବିଡିଓ ଏଭଳି ଦୁର୍ବ୍ୟବହାର କରିବା ଓ ହତ୍ୟା ଧମକ ଦେବା ମୁଁ କେବେ ବି ଆଶା କରି ନଥିଲି। ତେଣୁ ସଙ୍ଗେ ସଙ୍ଗେ ଆସି ଥାନାରେ ଏତଲା ଦେଲି। କିନ୍ତୁ ବିଡିଓ ଦୁଇ ତିନି ଘଣ୍ଟା ପରେ ଗପ ଲେଖି ମୋ ନାଁରେ ଏତଲା ଦେଇଥିଲେ, ଯେମିତି ଅଧିକରୁ ଅଧିକ ଦଫା ମୋ ବିରୋଧରେ ଲାଗି ପାରିବ। ବିଡିଓ ଯାହା କହୁଛନ୍ତି ସବୁ ମିଛି। ସେ ଦୁର୍ନୀତି କରୁଛନ୍ତି। ଆମେ ପ୍ରଶ୍ନ କରିବାକୁ ଚାହିଁବାରୁ ଲୁଚକାଳି ଖେଳୁଛନ୍ତି।

କ’ଣ କହିଥିଲେ ବିଡିଓ?

ଶନିବାର ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତି ତାଙ୍କ ଏତଲାରେ ଦର୍ଶାଇଥିଲେ ଯେ ସେ ଛେପଲିପାଲି ପଞ୍ଚାୟତର ଭାଲିଆଗୁଡ଼ି ଗାଁକୁ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏକ ଯୁଗ୍ମ ତଦନ୍ତରେ ଯାଇଥିବା ବେଳେ ଦିନ ସାଢ଼େ ୧୦ଟାରୁ ୧୨ ମଧ୍ୟରେ ତିନୋଟି ନମ୍ବରରୁ ତାଙ୍କ ମୋବାଇଲ୍ ଫୋନ୍‌କୁ କଲ୍ ଆସିଥିଲା। ତାଙ୍କୁ ବିଧାୟକ ଦେଖା କରିବାକୁ ଚାହୁଁଛନ୍ତି ବୋଲି କୁହାଯାଇଥିଲା। ତେବେ ସେ କାମ ସାରି ବିଧାୟକଙ୍କୁ ସାକ୍ଷାତ କରିବେ ବୋଲି କହିଥିଲେ। ତେବେ ସେ କାମ ସାରି ବିଧାୟକଙ୍କୁ ସାକ୍ଷାତ କରିବେ ବୋଲି କହିଥିଲେ। କିନ୍ତୁ କିଛି ସମୟ ପରେ ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ତାଙ୍କ ସହଯୋଗୀ ପ୍ରତାପ କୁମାର ପଣ୍ଡା, ରୁନା ପଣ୍ଡା, ଅକାଳୁ ଧଳ, କୁମରମଣି ସାହୁ ଓ ଦେବାଶିଷ କର (ବାବୁଲି)ଙ୍କ ସମେତ ୧୦ରୁ ଅଧିକ କର୍ମୀଙ୍କୁ ଧରି ଭାଲିଆଗୁଡ଼ି ଗାଁରେ ପହଞ୍ଚିଥିଲେ।

ସେମାନେ ସେଠାରେ ପହଞ୍ଚିବା ପରେ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ସେମାନେ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଦେଇଥିଲେ। ଏହି ସମୟରେ ପ୍ରତାପ କୁମାର ପଣ୍ଡା ତାଙ୍କୁ ବଳପୂର୍ବକ ଉଠାଇ ନେଇ ବିଧାୟକଙ୍କ ଗାଡ଼ିରେ ଭର୍ତ୍ତି କରିବାକୁ ଉଦ୍ୟମ କରିଥିଲେ। ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ସମେତ ଅନ୍ୟମାନେ ତାଙ୍କ ଠାରୁ ମୋବାଇଲ ଫୋନ୍, ଡାଇରୀ ଓ ଅନ୍ୟାନ୍ୟ ସରକାରୀ କାଗଜପତ୍ର ଲୁଟି ନେଇଥିଲେ। ସେମାନେ ତାଙ୍କୁ ଗାଡ଼ି ମଧ୍ୟକୁ ଘୋଷାଡ଼ି ନେବା ବେଳେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏମିତିକି ଜାତିଆଣ ଆକ୍ଷେପ କରିବା ସହିତ ବିଧା, ଗୋଇଠା ଓ ମୁଥା ମାରିଥିଲେ। ସେ ତଳେ ପଡ଼ିଯିବାରୁ ବିଧାୟକଙ୍କ କିଛି ସହଯୋଗୀ ତାଙ୍କୁ ମାରି ଦେବା ଉଦ୍ଦେଶ୍ୟରେ ତାଙ୍କ ଅଣ୍ଡକୋଷକୁ ଗୋଇଠା ମାରିଥିଲେ ବୋଲି ବିଡିଓ ଶ୍ରୀ ଦଳପତି ତାଙ୍କ ଏତଲାରେ ଦର୍ଶାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story