Advertisment

ଅନଲାଇନ ଜୁଆ ଖେଳ ପାଇଁ ପ୍ରବର୍ତ୍ତାଉଥିଲେ, ବନ୍ଧା ହେଲେ ୬ ଯୁବକ

‘ଅନଲାଇନ୍‌ରେ ଅଧିକ ଉପାର୍ଜନ କରି ମାଲେମାଲ ହେବାକୁ ଚାହୁଁଛ । ଘରେ ବସି ମାସକୁ ୫ ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବ । ଏଥିନିମନ୍ତେ ଆମ ସହ ଯୋଗାଯୋଗ କର।’

Arrest

Arrest

Advertisment

‘ଅନଲାଇନ୍‌ରେ ଅଧିକ ଉପାର୍ଜନ କରି ମାଲେମାଲ ହେବାକୁ ଚାହୁଁଛ । ଘରେ ବସି ମାସକୁ ୫ ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବ । ଏଥିନିମନ୍ତେ ଆମ ସହ ଯୋଗାଯୋଗ କର, ଆମେ ତୁମକୁ କହିଦେବୁ ବାଟ।’ ଏପରି ପ୍ରଲୋଭନ ଦେଖାଇ ସାଧାରଣ ଲୋକଙ୍କୁ ପ୍ରବର୍ତ୍ତାଉଥିବା ୬ ଯୁବକଙ୍କୁ ବାନ୍ଧିଛି ପୁଲିସ୍‌। ଏପରି ଏକ ଘଟଣା ଦେବଗଡ ଜିଲ୍ଲାର ଲାଲୁସାହିରେ ଘଟିଛି।

Advertisment

ଦେବଗଡ ପୌରାଞ୍ଚଳର ଲାଲୁସାହିସ୍ଥିତ ଏକ ଭଡାଘରେ ୬ ଯୁବକ ଏକ କାର୍ଯ୍ୟାଳୟ ଖୋଲି ଯୁବ ଗୋଷ୍ଠୀଙ୍କୁ ଅଧିକ ଅର୍ଥ ଉପାର୍ଜନର ଲୋଭ ଦେଖାଉଥିଲେ। ଏପରିକି ସେମାନଙ୍କୁ ନିଜ ଜାଲରେ ଫସାଇ ବେଆଇନ ଅନଲାଇନ ଜୁଆ ଓ ସଟ୍ଟା ଖେଳ ଚଳାଉଥିଲେ । ଏହି ଯୁବକମାନେ ପ୍ରାୟ ଦେଢ ମାସ ହେଲା ଏହି ସଂସ୍ଥା ଖୋଲିଥିବା ବେଳେ ଧୀରେ ଧୀରେ ନିଜ କାମ ଆରମ୍ଭ କରୁଥିଲେ ।

ହେଲେ ସେମାନେ ସାଧାରଣ ଲୋକଙ୍କୁ ପ୍ରବର୍ତ୍ତାଇ ଠକିବା ପୂର୍ବରୁ ସେମାନଙ୍କ କାର୍ଯ୍ୟାଳୟ ଉପରେ ଅତର୍କିତ ଚଢ଼ାଉ କରିଥିଲା ପୁଲିସ୍‌ । ଚଢ଼ାଉ ସମୟରେ ଉକ୍ତ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ୬ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୁଲିସ୍‌। ଏଥିସହ ସେମାନଙ୍କ ନିକଟରୁ ୧୨ ଗୋଟି ମୋବାଇଲ ସ୍ମାର୍ଟ ଫୋନ, ୨୧ ଗୋଟି ସିମ୍ କାର୍ଡ , ୮ ଗୋଟି ଏଟିଏମ କାର୍ଡ , ୩ଗୋଟି ବ୍ୟାଙ୍କ ପାସବୁକ, ୧୦ଟି ଆକାଉଣ୍ଟ ନୋଟବୁକ୍‌, ନଗଦ ୫ ହଜାର ୨ଶହ ଟଙ୍କା ଓ ୨ଟି ବାଇକ୍‌ ଜବତ କରିଥିବା ଜଣାଯାଇଛି।

Advertisment

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ ଚଳାଇଛି।

Arrest Deogarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe