Advertisment

ହତ୍ୟା କରି ଘରେ ତାଲା ପକାଇ ପଳାଇଲା ଦୁର୍ବୃତ୍ତ

ସ୍ତ୍ରୀର ମୃତ୍ୟୁ ପରେ ଯୋଗେନ୍ଦ୍ର ଏକୁଟିଆ ଘରେ ରହୁଥିଲେ। ତାଙ୍କ ପୁଅ ବୋହୂ ଝାରସୁଗୁଡ଼ାରେ ରହୁଥିଲେ।

ଅଦ୍ୟତନ ହୋଇଛି
Murder

Murder

Advertisment

ହତ୍ୟାକରି ଜଣେ ବ୍ୟକ୍ତିଙ୍କୁ ଘର ଭିତରେ ତାଲା ପକାଇ ପଳାଇଲା ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ହରିହରପୁର ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଯୋଗୀନ୍ଦ୍ର ନାଗ। ତାଙ୍କୁ ୫୫ବର୍ଷ ହୋଇଥିଲା।

Advertisment

ସ୍ତ୍ରୀର ମୃତ୍ୟୁ ପରେ ଯୋଗେନ୍ଦ୍ର ଏକୁଟିଆ ଘରେ ରହୁଥିଲେ। ତାଙ୍କ ପୁଅ ବୋହୂ ଝାରସୁଗୁଡ଼ାରେ ରହୁଥିଲେ। ଗତକାଲି ଯୋଗେନ୍ଦ୍ର ଗାଁ ନିକଟରେ ହେଉଥିବା ଅଷ୍ଟପ୍ରହରୀ ଦେଖିସାରି  ଘରେ ଶୋଇଥିଲେ। ଆଜି ସକାଳେ ଜଣେ ଗ୍ରାମବାସୀ ଅଷ୍ଟପ୍ରହରୀ ଭୋଗନେଇ ଯୋଗେନ୍ଦ୍ରଙ୍କ ଘରକୁ ଯାଇଥିଲେ। ଭୋଗ ନେବା ପାଇଁ ଯୋଗେନ୍ଦ୍ରଙ୍କୁ ଡାକିଥିଲେ। ହେଲେ ଯୋଗେନ୍ଦ୍ର ଶୁଣି ନଥିଲେ। ପରେ ଝରକା ଖୋଲି ଦେଖିଲା ବେଳକୁ ଯୋଗେନ୍ଦ୍ରଙ୍କ ରକ୍ତାକ୍ତ ମୃତଦେହ ଘରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ଗ୍ରାମବାସୀଙ୍କୁ କହିଥିଲେ। ଗ୍ରାମବାସୀ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘରର ତାଲା ଭାଙ୍ଗି ଭିତରକୁ ଯାଇ ମୃତଦେହକୁ ଉଦ୍ଧାର କରିଥିଲା।

ତେବେ କିଏ ଯୋଗେନ୍ଦ୍ରଙ୍କୁ ହତ୍ୟା କଲା? ହତ୍ୟା କରିବା ପରେ କାହିଁକି ଘରେ ତାଲା ପକାଇ ଦେଇ ପଳାଇଲା ପୁଲିସ ତାହାର ତଦନ୍ତ କରୁଛି। ଏହାସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment
Odisha Police Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe