Advertisment

ଛୁରୀରେ ଭୁସିଲା, ତା’ପରେ ପ୍ରେମିକାକୁ ପଥରରେ ଛେଚିଲା

ପ୍ରେମରେ ଧୋକା ଖାଇବା ପରେ ଅଶ୍ୱିନୀ ନିଜ ପ୍ରେମିକାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ସେଥିପାଇଁ ସୁପାରୀକିଲର ଶ୍ୟାମ ଖାଡ଼ିଆଙ୍କ ସହ ଯୋଗାଯୋଗ କରିଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Deogarh

Deogarh

ବ୍ରେକ୍‌ଅପ୍‌କୁ ସହଜରେ ଗ୍ରହଣ କରିପାରିନଥିଲା ହତାସିଆ ପ୍ରେମିକ। ପ୍ରତିଶୋଧ ନେବା ପାଇଁ ସୁପାରୀକିଲରକୁ ସୁପାରୀ ଦେଲା। ଆଉ ତା’ପରେ ପ୍ରେମିକାକୁ ଅତି ବୀଭତ୍ସ ଭାବେ ଛୁରୀ ଭୁସି ହତ୍ୟା କଲା। ପରେ ପ୍ରେମିକା ମୁଣ୍ଡରେ ପଥର ଛେଚିଥିଲା ପ୍ରେମିକ! ଗତ ମଙ୍ଗଳବାର ଦେବଗଡ଼ରେ ଘଟିଥିଲା ଏପରି ଲୋମଟାଙ୍କୁରା ହତ୍ୟାକାଣ୍ଡ। ଆଜି ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି। ହତ୍ୟାକାରୀ ପ୍ରେମିକ ଓ ସୁପାରୀକିଲର ଗିରଫ ହୋଇଛନ୍ତି।

Advertisment

ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ରୀତା ସାହୁ ଭାରତ ଫାଇନାନ୍ସର ବୁର୍ଲା ବ୍ରାଞ୍ଚରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ତାଙ୍କୁ ରେଙ୍ଗାଲି ଥାନା ପଣ୍ଡଲୋଇ ଗାଁର ଅଶ୍ୱିନୀ ରାଜ ଶଣ୍ଢ ପ୍ରେମ କରୁଥିଲେ। ରୀତା ମଧ୍ୟ ଅଶ୍ୱିନୀଙ୍କୁ ଭଲ ପାଉଥିଲେ। ଉଭୟଙ୍କ ଭିତରେ ପ୍ରେମ ୩ରୁ ୪ ବର୍ଷ ଧରି ଚାଲିଥିଲା। ପରବର୍ତ୍ତୀ ସମୟରେ କୌଣସି କାରଣରୁ ଅଶ୍ୱିନୀଙ୍କଠାରୁ ଦୂରେଇ ଯାଇଥିଲେ ରୀତା। ଆଉ ଅଶ୍ୱିନୀଙ୍କୁ ଧରାଛୁଆଁ ଦେଇନଥିଲେ। ଅଶ୍ୱିନୀଙ୍କ ଫୋନ୍‌ ଉଠାଉ ନଥିଲେ। ହେଲେ ଦୀର୍ଘ ଦିନର ପ୍ରେମ ସମ୍ପର୍କକୁ ଭୁଲି ପାରୁନଥିଲେ ଅଶ୍ୱିନୀ। ସେପଟେ ବ୍ରେକ୍‌ଅପ୍‌ ପରେ ରୀତା ବୁର୍ଲାରୁ ଦେବଗଡ଼କୁ ବଦଳି ହୋଇ ପଳାଇ ଆସିଲେ। ଏଠାରେ ଘର ଭଡ଼ା ନେଇ ରହୁଥିଲେ।

ପ୍ରେମରେ ଧୋକା ଖାଇବା ପରେ ଅଶ୍ୱିନୀ ନିଜ ପ୍ରେମିକାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ସେଥିପାଇଁ ସୁପାରୀକିଲର ଶ୍ୟାମ ଖାଡ଼ିଆଙ୍କ ସହ ଯୋଗାଯୋଗ କରିଥିଲା। ସେ ଦିନ ରାତିରେ ରୀତା ସ୍କୁଟିରେ ଅଫିସ୍‌ରୁ ବାହାରିଲା ବେଳେ ଅଶ୍ୱିନୀ ଓ ଶ୍ୟାମ ଉଭୟ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ପରେ ରୀତାଙ୍କ ମୁଣ୍ଡରେ ପଥର ଛେଚି ଦେଇଥିଲେ। ତା’ପରେ ସେଠାରୁ ଚମ୍ପଟ ମାରିଥିଲେ। ଭାରତ ଫାଇନାନ୍ସର ଅନ୍ୟ କର୍ମଚାରୀମାନେ ରକ୍ତାକ୍ତ ଅବସ୍ଥାରେ ରୀତାଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ରୀତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ରୀତାଙ୍କ ଲଭ୍‌ ଷ୍ଟୋରୀ ଅଣ୍ଡାଳି ଅଶ୍ୱିନୀଙ୍କ ପାଖରେ ପହଞ୍ଚିଥିଲା ପୁଲିସ୍‌। ପ୍ରଥମେ ପୁଲିସ ଅଶ୍ୱିନୀକୁ ଧରିଥିଲା। ତାକୁ ଜେରା ବେଳେ ଶ୍ୟାମକୁ ଧରିଥିଲା ପୁଲିସ୍‌। ଉଭୟଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଦେବଗଡ଼ ଏସ୍‌ପିଙ୍କ କହିବା ଅନୁସାରେ ଶ୍ୟାମ ନାଁରେ ସମ୍ୱଲପୁର ଜିଲ୍ଲାର ବିଭିନ୍ନ ଥାନାରେ ବହୁ ଅପରାଧୀକ ମାମଲା ରହିଛି। ବର୍ତ୍ତମାନ ସୁଦ୍ଧା ୧୯ଟି ମାମଲା ଥିବା ଜଣାପଡ଼ିଛି। ଏବେ ମଧ୍ୟ ତଦନ୍ତ ଚାଲିଛି। ଅନ୍ୟପକ୍ଷରେ ପ୍ରେମିକ ପ୍ରବର ଅଶ୍ୱିନୀ ନାଁରେ ଗୋଟିଏ ମାମଲା ରହିଥିବା ଦେବଗଡ଼ ଏସ୍‌ପି କହିଛନ୍ତି।

ରିପୋର୍ଟ-ଦେବଗଡ଼ରୁ ସିଦ୍ଧାର୍ଥ ଗୁରୁ

Murder Crime Story Deogarh