Advertisment

ବ୍ରେକ୍‌ଅପ ପରେ ପ୍ରେମିକାକୁ ବୀଭତ୍ସ ହତ୍ୟା, ଧରା ପଡ଼ିଲା ପ୍ରେମିକ

ଅଶ୍ୱିନୀଙ୍କଠାରୁ ଦୂରେଇ ଗଲେ ରୀତା। ହେଲେ ଅଶ୍ୱିନୀ ନିଜ ପ୍ରେମିକାଙ୍କୁ ଭୁଲି ପାରୁନଥିଲେ। ସୟନେ ସପନେ ତାଙ୍କୁ ଝୁରି ହେଉଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Deogarh

Deogarh

ବ୍ରେକ୍‌ଅପ ପରେ ପ୍ରେମିକାଙ୍କୁ ଅତି ବୀଭତ୍ସ ଭାବେ ହୋଇଥିଲା ହତ୍ୟା। ହତ୍ୟାକାଣ୍ଡ ଘଟିବାର ୫ ଦିନ ପରେ ଅଭିଯୁକ୍ତ ପ୍ରେମିକ ଓ ତା’ ସହଯୋଗୀକୁ ଧରିଛି ପୁଲିସ୍‌। ଆଜି ଉଭୟଙ୍କୁ ହତ୍ୟାକାଣ୍ଡ ଘଟିଥିବା ସ୍ଥାନକୁ ଆଣି ପୁଲିସ୍‌ କରିଛି ସିନ୍‌ରିକ୍ରିଏସନ୍‌।

Advertisment

ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ରୀତା ସାହୁଙ୍କୁ ପଣ୍ଡଲୋଇ ଗାଁର ଅଶ୍ୱିନୀ ଷଣ୍ଢ ପ୍ରେମ କରୁଥିଲେ। ରୀତା ମଧ୍ୟ ଅଶ୍ୱିନୀଙ୍କୁ ଭଲ ପାଉଥିଲେ। ତେବେ ହଠାତ୍‌ ଉଭୟଙ୍କ ଭିତରେ ଏମିତି କ’ଣ ଘଟିଲା ଯେ ପ୍ରେମରେ ପଡ଼ିଲା ଭଟ୍ଟା। ଅଶ୍ୱିନୀଙ୍କଠାରୁ ଦୂରେଇ ଗଲେ ରୀତା। ହେଲେ ଅଶ୍ୱିନୀ ନିଜ ପ୍ରେମିକାଙ୍କୁ ଭୁଲି ପାରୁନଥିଲେ। ଶୟନେ ସପନେ ତାଙ୍କୁ ଝୁରି ହେଉଥିଲେ। ଏହା ଭିତରେ ଭାରତ ଫାଇନାନ୍ସରେ କାମ କରୁଥିବା ରୀତାଙ୍କର ଦେବଗଡ଼କୁ ବଦଳି ହୋଇଥିଲା। ସେ ଦେବଗଡ଼ରେ ଘର ଭଡ଼ା ନେଇ ରହୁଥିଲେ। ପ୍ରତିଦିନ ଅଫିସ୍‌ରୁ ନିଜ ସ୍କୁଟିରେ ଘରକୁ ଫେରୁଥିଲେ।

ମଙ୍ଗଳବାର ରାତି ପ୍ରାୟ ୧୧ ଟା ହେବ। ଭାରତ ଫାଇନାନ୍ସ ଅଫିସରୁ କାମ ସାରି ନିଜ ସ୍କୁଟିରେ ଘରକୁ ଯିବା ପାଇଁ ବାହାରୁଥିଲେ ରୀତା ସାହୁ। ଠିକ୍‌ ସେହି ସମୟରେ ଅଫିସ ସମ୍ମୁଖରେ ଅଶ୍ୱିନୀ ଓ ତାଙ୍କ ସହଯୋଗୀ ମିଶି କାଠ ଫାଳିଆ ଓ ଛୁରିରେ ତାଙ୍କୁ ଆକ୍ରମଣ କରିଥିଲେ। ପରେ ପଥର ଛେଚି ତାଙ୍କୁ ରକ୍ତାକ୍ତ କରିଦେଇଥିଲେ। ଚିତ୍କାର ଶୁଣିରେ ଅଫିସ୍‌ରେ କାମ କରୁଥିବା ଅନ୍ୟ କର୍ମଚାରୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ରୀତାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଅଶ୍ୱିନୀ ଓ ତାଙ୍କ ସହଯୋଗୀଙ୍କୁ ରବିବାର ଉଠାଇ ଆଣିଥିଲା। ଘନ ଘନ ପଚରା ଉଚରା ପରେ ପ୍ରେମରେ ବ୍ରେକ୍‌ଅପ୍‌ ଯୋଗୁ ହତ୍ୟା କରିଥିବା ଅଶ୍ୱିନୀ ସ୍ୱୀକାର କରିଥିଲା। ଏହା ପରେ ପୁଲିସ୍‌ ଉଭୟଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ରିପୋର୍ଟ- ଦେବଗଡ଼ରୁ ସିଦ୍ଧାର୍ଥ ଗୁରୁ

Murder Crime Story Deogarh