ସୁସ୍ଥ ହେବା ପରେ ଜାଣିଲେ ସେ ଡେଲଟା ପ୍ଲସ୍ !

ଦେବଗଡ଼(ସିଦ୍ଧାର୍ଥ ଗୁରୁ) ରାଜ୍ୟରେ ଚିହ୍ନଟ ହୋଇଥିବା ପ୍ରଥମ ଡେଲଟା ପ୍ଲସ୍ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ରହିଛି।   ଆକ୍ରାନ୍ତ ଜଣକ ହେଲେ ଦେବଗଡ ବାରକୋଟ ବ୍ଳକ୍ ବସାଲୋଇ ଗାଁର ମିଲୁ ରାଜହଂସ । ଗତ ମାର୍ଚ୍ଚ ୩୦ ତାରିଖରେ ସେ କୋଭିଡ ଟିକା ନେଇଥିବା ବେଳେ ଏପ୍ରିଲ ୨୩ ତାରିଖରେ ସଂକ୍ରମିତ ହୋଇଥିଲେ  । ତେବେ କୋଭିଡରେ ଆକ୍ରାନ୍ତ ଥାଇ ସେ ଘରେ ଚିକିତ୍ସିତ ହୋଇଥିଲେ ଏବଂ ୨୦ ଦିନରେ ସମ୍ପୂର୍ଣ୍ଣ […]

6nm

Tapas Behera
  • Published: Sunday, 27 June 2021
  • , Updated: 27 June 2021, 05:28 PM IST

ଦେବଗଡ଼(ସିଦ୍ଧାର୍ଥ ଗୁରୁ) ରାଜ୍ୟରେ ଚିହ୍ନଟ ହୋଇଥିବା ପ୍ରଥମ ଡେଲଟା ପ୍ଲସ୍ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ରହିଛି।   ଆକ୍ରାନ୍ତ ଜଣକ ହେଲେ ଦେବଗଡ ବାରକୋଟ ବ୍ଳକ୍ ବସାଲୋଇ ଗାଁର ମିଲୁ ରାଜହଂସ । ଗତ ମାର୍ଚ୍ଚ ୩୦ ତାରିଖରେ ସେ କୋଭିଡ ଟିକା ନେଇଥିବା ବେଳେ ଏପ୍ରିଲ ୨୩ ତାରିଖରେ ସଂକ୍ରମିତ ହୋଇଥିଲେ  ।

ତେବେ କୋଭିଡରେ ଆକ୍ରାନ୍ତ ଥାଇ ସେ ଘରେ ଚିକିତ୍ସିତ ହୋଇଥିଲେ ଏବଂ ୨୦ ଦିନରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା କହିଛନ୍ତି।  ବର୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସହ ସ୍ୱଭାବିକ ଜୀବନ ଜାବନ କରୁଛନ୍ତି।  ସେ କହିଛନ୍ତି ଯେ, ଗତ ମାର୍ଚ୍ଚ ୩୦ ତାରିଖରେ କୋଭିଡ ଟିକା ନେଇଥିବା ବେଳେ ଏପ୍ରିଲ ୨୩ ତାରିଖ ଦିନ କୋଭିଡ ସଂକ୍ରମିତ ହୋଇଥିବା ଜାଣିବାକୁ ପାଇଥିଲେ। ସେ ନିଜ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ସଂକ୍ରମଣର ୨୦ ଦିନ ପରେ ସେ ସୁସ୍ଥ ଅନୁଭବ କରିବାରୁ ହୋମ ଆଇସୋଲେସନରୁ ବାହାରି ଲୋକଙ୍କ ସହିତ ମିଳାମିଶା କରିଥିଲେ। ତାଙ୍କ କହିବା ଅନୁଯାୟୀ ଗତ ୨୬ ତାରିଖ ଦେବଗଡ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ତାଙ୍କ ଘରକୁ ଯାଇ ଡେଲଟା ପ୍ଲସରେ ସେ ସଂକ୍ରମିତ ଥିବା ସୂଚନା ଦେବା ସହ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ।

ସୂଚନା ଅନୁଯାୟୀ, ରାଜ୍ୟର ପ୍ରଥମ ଡେଲଟା ପ୍ଲସ ସଂକ୍ରମିତ ଦେବଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବା ନେଇ କେନ୍ଦ୍ର ସରକାର ସୂଚନା ଦେବାପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇ ଥିଲା । ମାତ୍ର ଆଜିକୁ ୨ ଦିନ ହୋଇଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଗଣମାଧ୍ୟମ ସାମ୍ନାରେ  ମୁହଁ ଖୋଲୁ ନଥିଲ। ତେବେ ପରେ  ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ବସାଲୋଇ ଗ୍ରାମର ରାଜ୍ୟର ପ୍ରଥମ ଡେଲଟା ପ୍ଲସ ସଂକ୍ରମିତ ନେଇ ସ୍ପଷ୍ଟ ହୋଇଥିଲା। ସେ ଏବେ ସୁସ୍ଥ ଅଛନ୍ତି।

Related story