Advertisment

୯ରେ ଉଠିଥିଲା ସବାରୀ, ୨୮ରେ ଉଠିଲା କୋକେଇ

ଯୌତୁକ ଦାବି କରି ଜୟଶ୍ରୀଙ୍କୁ ତାଙ୍କ ସ୍ୱାମୀ ତପନ, ଶ୍ୱଶୁର, ଶାଶୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଜୟଶ୍ରୀଙ୍କ ପରିବାର ଲୋକେ ଏ ସମ୍ପର୍କରେ ଜାଣିପାରି ଶାଶୁ ଘର ଆସି ବୁଝାସୁଝା କରି ଯାଇଥିଲେ। ଏହା ପରେ ମଧ୍ୟ ନିର୍ଯାତନା କମିନଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
 Deogarh

Deogarh

ଗତ ୯ ତାରିଖରେ ଉଠିଥିଲା ସବାରୀ। ନୂଆ ସଂସାର ଗଢ଼ିବା ପାଇଁ ବଧୂବେଶରେ ଶାଶୁ ଘର ଯାଇଥିଲେ ଜୟଶ୍ରୀ। ହେଲେ ସଂସାର ଗଢ଼ିବା ଆଗରୁ ଅର୍ଥାତ ୨୮ ତାରିଖରେ ଶାଶୁ ଘରୁ ତାଙ୍କର କୋକେଇ ଉଠିଛି। ଶାଶୁ ଘର ଲୋକେ ତାଙ୍କୁ ହତ୍ୟା କରିଥିବା ଜୟଶ୍ରୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏପରି ଅଭିଯୋଗ ଦେବଗଡ଼ ଜିଲ୍ଲାରୁ ଆସିଛି।

Advertisment

କୁଣ୍ଢେଇଗୋଳା ଥାନା ହାତୀପଥର ଗାଁର ଭୁବନ ବେହେରାଙ୍କ ଝିଅ ଜୟଶ୍ରୀ ବେହେରା ବାରକୋଟ ଥାନା ମଧ୍ୟପୁର ଗ୍ରାମର ଫକୀର ବେହେରାଙ୍କ ପୁଅ ତପନ ବେହେରାଙ୍କୁ ଗତ ୯ ତାରିଖ ବୈଦିକ ରୀତିନୀତିରେ ବିବାହ କରିଥିଲେ। ଝିଅର ପରିବାର ଲୋକ ନିଜ ସମ୍ବଳ ମୁତାବକ ଯୌତୁକ ମଧ୍ୟ ପ୍ରଦାନ କରିଥିଲେ। ବିବାହ ପରେ ଜୟଶ୍ରୀଙ୍କ ପାରିବାରିକ ସଂସାର ଠିକ୍‌ଠାକ୍‌ ଚାଲିଥିଲା। ତେବେ ହଠାତ୍‌ ଜୟଶ୍ରୀଙ୍କ ଉପରେ ଆରମ୍ଭ ହୋଇଥିଲା ନିର୍ଯାତନା।

ଯୌତୁକ ଦାବି କରି ଜୟଶ୍ରୀଙ୍କୁ ତାଙ୍କ ସ୍ୱାମୀ ତପନ, ଶ୍ୱଶୁର, ଶାଶୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଜୟଶ୍ରୀଙ୍କ ପରିବାର ଲୋକେ ଏ ସମ୍ପର୍କରେ ଜାଣିପାରି ଶାଶୁ ଘର ଆସି ବୁଝାସୁଝା କରି ଯାଇଥିଲେ। ଏହା ପରେ ମଧ୍ୟ ନିର୍ଯାତନା କମିନଥିଲା। ବରଂ ନିର୍ଯାତନା ବଢ଼ି ଯାଇଥିଲା। ତେବେ ୨୭ ତାରିଖରେ ଜୟଶ୍ରୀଙ୍କୁ ତାଙ୍କ ସ୍ୱାମୀ ମାଡ ମାରିବା ସହ ବିଷ ଦେଇ ଜୀବନରୁ ମାରିଦେବାର ଧମକ ଦେଇଥିଲା। ଏ ସମ୍ପର୍କରେ ଜୟଶ୍ରୀ ଫୋନ କରି କହିଥିବା ତାଙ୍କ ମାଆ କହିଛନ୍ତି।

Advertisment

୨୮ ତାରିଖରେ ଜୟଶ୍ରୀଙ୍କ ମୃତ୍ୟୁ ଘଟିଥିବା ନେଇ ତାଙ୍କ ସ୍ୱାମୀ ଫୋନ କରି ଶ୍ୱଶୁର ଘର ଲୋଙ୍କୁ ଜଣାଇଥିଲେ। ହତ୍ୟା ଅଭିଯୋଗ ଆଣି ଜୟଶ୍ରୀଙ୍କ ଭାଇ ପୂର୍ଣ୍ଣ ବେହେରା ବାରକୋଟ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି।

Crime Story Deogarh