Advertisment

ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ପଥରରେ ଛେଚି ହତ୍ୟା

ଗତକାଲି ରାତି ପ୍ରାୟ ୧୧ଟା ସମୟରେ ରିତା ଭାରତ ଫାଇନାନ୍ସ ଅଫିସରୁ କାମ ସାରି ନିଜ ସ୍କୁଟି ନେଇ ଘରକୁ ବାହାରୁଥିଲେ।

ଅଦ୍ୟତନ ହୋଇଛି
Reeta shaoo

Reeta shaoo

Advertisment

ଅଫିସରୁ ଭଡ଼ା ଘରକୁ ଫେରିବା ସମୟରେ ଜଣେ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲାର ପ୍ରଧାନପାଟ ରାସ୍ତାର ଭାରତ ଫାଇନାନ୍ସ ଅଫିସ ସମ୍ମୁଖରେ। ମୃତ ମହିଳା ଜଣଙ୍କ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ରିତା ସାହୁ ବୋଲି ଜଣାପଡିଛି।

Advertisment

ଗତକାଲି ରାତି ପ୍ରାୟ ୧୧ଟା ସମୟରେ ରିତା ଭାରତ ଫାଇନାନ୍ସ ଅଫିସରୁ କାମ ସାରି ନିଜ ସ୍କୁଟି ନେଇ ଭଡ଼ା ନେଇ ରହୁଥିବା ଘରକୁ ବାହାରୁଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ରିତାଙ୍କୁ ଛୁରୀ ଓ କାଠ ଫାଳିଆରେ ଆକ୍ରମଣ କରିଥିଲେ। ରିତା ସ୍କୁଟିରୁ ତଳେ ପଡ଼ିଯାଇଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ରିତା ତଳେ ପଡ଼ିଯାଇଥିଲେ। ପରେ ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡ ଉପରେ ପଥର କଚାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ରିତାଙ୍କ ଚିତ୍କାର ଶୁଣି ଅଫିସରେ ଥିବା କର୍ମଚାରୀ ଦୌଡ଼ି ଆସିଥିଲେ। ରିତାଙ୍କ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖି ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। ରିତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାର କାରଣ ଅସ୍ପଷ୍ଟ ରହିଛି।

Murder Deogarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe