Advertisment

ଗୋଲଡେନ୍‌ ବାବାଙ୍କ ୭ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ୫୧ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଲଡେନ୍‌ ବାବା ଓରଫ ଜ୍ୟୋତିରଂଜନ ବେଉରାଙ୍କ ୪୦ ଲକ୍ଷ ଟଙ୍କାର ଗୋଲଡ୍‌ ଲକର ଫ୍ରିଜ ହେବା ପରେ ୭ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ୫୧ ଲକ୍ଷ ଟଙ୍କା ଜବତ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା। ଏଚଏଫ ଡିସି, ଆଇସିଆଇସିଆଇ ଓ ଆକ୍ସିସ୍ ବ୍ୟାଙ୍କରେ ୬ଟି ଏବଂ ଇଣ୍ଡସ୍ ଇଣ୍ଡ ବ୍ୟାଙ୍କର ଗୋଟିଏ ଆକାଉଣ୍ଟକୁ ପୁଲିସ ଜବତ କରିଛି। ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଥାନା ଅଧୀନରେ ଏହି ସବୁ ବ୍ୟାଙ୍କ ରହିଛି। ନିଜ ନାଁରେ […]

author-image
Manoranjan Sial
EOW ରିମାଣ୍ଡରେ ଗଲେ ଗୋଲଡେନ୍‌ ବାବା

golden-baba

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଲଡେନ୍‌ ବାବା ଓରଫ ଜ୍ୟୋତିରଂଜନ ବେଉରାଙ୍କ ୪୦ ଲକ୍ଷ ଟଙ୍କାର ଗୋଲଡ୍‌ ଲକର ଫ୍ରିଜ ହେବା ପରେ ୭ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ୫୧ ଲକ୍ଷ ଟଙ୍କା ଜବତ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା। ଏଚଏଫ ଡିସି, ଆଇସିଆଇସିଆଇ ଓ ଆକ୍ସିସ୍ ବ୍ୟାଙ୍କରେ ୬ଟି ଏବଂ ଇଣ୍ଡସ୍ ଇଣ୍ଡ ବ୍ୟାଙ୍କର ଗୋଟିଏ ଆକାଉଣ୍ଟକୁ ପୁଲିସ ଜବତ କରିଛି। ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଥାନା ଅଧୀନରେ ଏହି ସବୁ ବ୍ୟାଙ୍କ ରହିଛି। ନିଜ ନାଁରେ ଓ ନିଜ ସଂସ୍ଥା ନାଁରେ ଏସବୁ ଆକାଉଣ୍ଟ ରହିଛି। ଏହା ବାଦ୍ ଗୋଲଡେନ ବାବାଙ୍କ ନାଁରେ ଆହୁରି ଆକାଉଣ୍ଟ ରହିଥିବା EOW ସନ୍ଦେହ କରୁଛି।

Advertisment

ସେପଟେ ଏଡିଜେ କୋର୍ଟ- ୨ରେ ଗୋଲଡେନ ବାବାଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିବା ବେଳେ ଏହାର ରାୟ ସଂରକ୍ଷିତ ରହିଛି। କୋଟି କୋଟି ଟଙ୍କାର ଅର୍ଥନୀତିକ ଠକେଇ ପଛରେ ଗୋଲଡେନ୍‌ ବାବାଙ୍କ ସହ ରାଜନେତାଙ୍କ ଭୂମିକା ରହିଛି କି? ସେମାନଙ୍କ ସହ କିଛି ଅର୍ଥ କାରବାର ହୋଇଛି କି? ଏସବୁ ଦିଗରେ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ।