ଭୋଟ ବାଉଳା ସରକାର: ପୁଣି ଲୋକଙ୍କୁ ବାଣ୍ଟିବେ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ପୁଣିଥରେ ଗାଁ ଗହଳିରେ ଲୋକଙ୍କ ଘରେଘରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି ବଣ୍ଟା ହେବ। ରାଜ୍ୟବ୍ୟାପୀ ଚାଷୀଙ୍କ ଆକ୍ରୋଶକୁ ପ୍ରଶମିତ କରିବା ପାଇଁ ‘କାଳିଆ’ ଯୋଜନାର ସୁଫଳ ନେବା ନିମନ୍ତେ ମୁଖ୍ୟମନ୍ତ୍ରୀ  ତାଙ୍କ ଚିଠିରେ ଗ୍ରାମାଞ୍ଚଳ ଭୋଟରମାନଙ୍କୁ ଆକୃଷ୍ଟ କରାଇବେ। ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ର ଫାଇଦା ନେବାପାଇଁ ଗତ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଏଭଳି ହାତଲେଖା ଚିଠିକୁ ସରକାରୀସ୍ତରରେ ରାଜ୍ୟର ପ୍ରାୟ ୭୦ଲକ୍ଷ ପରିବାର ପାଖରେ […]

Naveen,,,,,

Naveen,,,,,

Rakesh Mallick
  • Published: Friday, 11 January 2019
  • Updated: 11 January 2019, 10:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ପୁଣିଥରେ ଗାଁ ଗହଳିରେ ଲୋକଙ୍କ ଘରେଘରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି ବଣ୍ଟା ହେବ। ରାଜ୍ୟବ୍ୟାପୀ ଚାଷୀଙ୍କ ଆକ୍ରୋଶକୁ ପ୍ରଶମିତ କରିବା ପାଇଁ ‘କାଳିଆ’ ଯୋଜନାର ସୁଫଳ ନେବା ନିମନ୍ତେ ମୁଖ୍ୟମନ୍ତ୍ରୀ  ତାଙ୍କ ଚିଠିରେ ଗ୍ରାମାଞ୍ଚଳ ଭୋଟରମାନଙ୍କୁ ଆକୃଷ୍ଟ କରାଇବେ। ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ର ଫାଇଦା ନେବାପାଇଁ ଗତ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଏଭଳି ହାତଲେଖା ଚିଠିକୁ ସରକାରୀସ୍ତରରେ ରାଜ୍ୟର ପ୍ରାୟ ୭୦ଲକ୍ଷ ପରିବାର ପାଖରେ ପହଞ୍ଚା ଯାଇଥିଲା।

ସୂଚନା ଅନୁସାରେ, ରାଜ୍ୟବ୍ୟାପୀ ଚାଷୀ ଆକ୍ରୋଶ ବୃଦ୍ଧି ପାଉଥିବାରୁ ଓ ତାହା ସାଧାରଣ ଭୋଟକୁ ପ୍ରଭାବିତ କରିବାର ଆଶଙ୍କା ଥିବାରୁ କ୍ଷମତାସୀନ ବିଜେଡି ସରକାର ଚାଷୀଙ୍କ ପାଇଁ ୧୦ହଜାର କୋଟି ଟଙ୍କାର ‘କାଳିଆ’ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନାରେ ଚାଷୀଙ୍କୁ ଫସଲ ସହାୟତାବାବଦରେ ପରିବାର ପିଛା ୫ହଜାର ଟଙ୍କା ଦେବା ନିମନ୍ତେ ଏବେ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚଳିତମାସ ୧୫ରୁ ୨୦ତାରିଖ ଓ ଫେବୃୟାରୀ ମାସ ୧୫ରୁ ୨୦ ତାରିଖରେ ପ୍ରତ୍ୟେକ ପଞ୍ଚାୟତରେ ହେବାକୁ ଥିବା ‘ପିଠା’ କାର୍ଯ୍ୟକ୍ରମରେ ‘କାଳିଆ’ ଯୋଜନାର ସୁଫଳକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଚିଠି ସାଧାରଣ ଲୋକଙ୍କ ମଧ୍ୟରେ ବଣ୍ଟାଯିବ। ମୁଖ୍ୟମନ୍ତ୍ରୀଙ୍କ ଏହି ଚିଠି ବଣ୍ଟନ ଦାୟିତ୍ୱ ପଞ୍ଚାୟତସ୍ତରର ୬୪୯୭ ଜଣ ନୋଡାଲ ଅଫିସର ଏବଂ ବ୍ଲକସ୍ତରର ୧୯୭୯ ଜଣ ନୋଡାଲ ଅଫିସରଙ୍କୁ ନ୍ୟସ୍ତ ହୋଇଛି। ପିଠା କାର୍ଯ୍ୟକ୍ରମରେ ଯେଉଁ ଚିଠି ବଣ୍ଟନ ନହୋଇପାରିବ ତାକୁ ନୋଡାଲ୍ ଅଫିସରମାନେ ପ୍ରତ୍ୟେକ ଚାଷୀ ପରିବାର ନିକଟରେ ପହଞ୍ଚାଇବେ। ପ୍ରତ୍ୟେକ ଚିଠି ପାଇଁ ସେମାନଙ୍କୁ ୧ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ମଧ୍ୟ ମିଳିବ । ପ୍ରାୟ ୫୭ଲକ୍ଷ ପରିବାର ପାଖରେ ମୁଖ୍ୟମନ୍ତ୍ରୀଙ୍କ ଏହି ହାତଲେଖା ଚିଠି ପହଞ୍ଚାଇବାକୁ ଏବେ ସରକାରୀସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି।

ଏହାବ୍ୟତୀତ ‘କାଳିଆ’ ଯୋଜନାର ବ୍ୟାପକ ପ୍ରଚାରପ୍ରସାର ପାଇଁ ପ୍ରତ୍ୟେକ ପଞ୍ଚାୟତରେ ଅତିକମରେ ୨ହଜାର ପୋଷ୍ଟର ଲଗାଯିବା ସହ ସମସ୍ତ ପରିବାରରେ ଲିଫଲେଟ୍ ବଣ୍ଟାଯିବ। ତା’ଛଡ଼ା ପ୍ରତି ପଞ୍ଚାୟତରେ ୩ଟି ବିଶାଳ ଫ୍ଲେକ୍ସ, ୪ଟି ୱାଲ ପେଣ୍ଟିଙ୍ଗ୍ ମଧ୍ୟ ସରକାରୀସ୍ତରରେ କରାଯିବ। ଏସବୁ ସଚେତନତା କାର୍ଯ୍ୟକ୍ରମ ପାଇଁ ସରକାର ଆବଶ୍ୟକ ପାଣ୍ଠି ମଧ୍ୟ ଯୋଗାଇ ଦେବେ।

ସୂଚନା ଅନୁସାରେ, ‘କାଳିଆ’ ଯୋଜନାରେ ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରାୟ ୧୭୦୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଏସବୁ ସଚେତନତା କାର୍ଯ୍ୟକ୍ରମରେ ପ୍ରାୟ ୩୪ କୋଟି ଟଙ୍କା (୨%) ବ୍ୟୟ କରିବେ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ଏବେ ‘ଆୟୁଷ୍ମାନ’ ଯୋଜନାର ସୁଫଳ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତଲେଖା ଚିଠିକୁ ପ୍ରତ୍ୟେକ ହିତାଧିକାରୀ ପରିବାର ନିକଟରେ ପହଞ୍ଚାଉଥିବାବେଳେ ଓଡ଼ିଶା ‘ଆୟୁଷ୍ମାନ’ରେ ସାମିଲ ହୋଇନଥିବାରୁ ତାହା ସମ୍ଭବପର ହେଉନାହିଁ। କିନ୍ତୁ ନିର୍ବାଚନ ପୂର୍ବରୁ ଗାଁ ଗହଳିର ପ୍ରତ୍ୟେକ ପରିବାର ପାଖରେ ହାତଲେଖା ଚିଠି ପଠାଇ ମୁଖ୍ୟମନ୍ତ୍ରୀ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ପ୍ରୟାସ କରିଛନ୍ତି। କାଳିଆ ଯୋଜନାର ସଚେତନତା ଆଳରେ ସାଧାରଣ ନିର୍ବାଚନ ପାଇଁ ସରକାରୀ ପାଣ୍ଠିରେ ଦଳୀୟ ପ୍ରଚାର କରିବାରେ ନବୀନ ରଣନୀତି ପ୍ରସ୍ତୁତ କରିଛନ୍ତି ଓ ୬ମାସ ବ୍ୟବଧାନରେ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି ଲୋକଙ୍କ ପାଖରେ ପହଞ୍ଚିବ। ଯାହାକୁ ନେଇ ରାଜନୀତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos