Advertisment

ନାଇଟ୍ କର୍ଫ୍ୟୁ ସତ୍ତ୍ୱେ ବାଇକ୍ ନେଇ ଛୁ...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଢ଼ିଛି ସ୍ମାର୍ଟସିଟିରେ ବାଇକ୍ ଲୁଟେରାଙ୍କ ଦୌରାତ୍ମ୍ୟ। ରାତି ଅଧରେ ବାଇକ୍ ନେଇ ଚମ୍ପଟ୍ ହେଲେ ଲୁଟେରା। ହେଲେ ପୁଲିସ ଲୁଟେରାଙ୍କ ଟେର୍ ପାଉନି। ପୁଣି ରାଜଧାନୀରେ ବାଇକ୍ ଚୋରି ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପାତ୍ରପଡ଼ାର ଉଦୟଗିରି ବିହାରରେ ଏଭଳି ଘଟଣା ଘଟିଛି। ରାତି ଅଧରେ ଗେଟ୍ ଭାଙ୍ଗି ନେଇଗଲେ ବାଇକ୍ ନେଇ ଛୁ ମାରିଛନ୍ତି ଲୁଟେରା। ତେବେ ଏ ସମସ୍ତ ଦୃଶ୍ୟ ସିସିଟିଭରେ କଏଦ ହୋଇଛି। ଚୋରଟି ବାଇକ୍ ନେଇ ଛୁ […]

ଅଦ୍ୟତନ ହୋଇଛି
ନାଇଟ୍ କର୍ଫ୍ୟୁ ସତ୍ତ୍ୱେ ବାଇକ୍ ନେଇ ଛୁ...

bike-theft

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଢ଼ିଛି ସ୍ମାର୍ଟସିଟିରେ ବାଇକ୍ ଲୁଟେରାଙ୍କ ଦୌରାତ୍ମ୍ୟ। ରାତି ଅଧରେ ବାଇକ୍ ନେଇ ଚମ୍ପଟ୍ ହେଲେ ଲୁଟେରା। ହେଲେ ପୁଲିସ ଲୁଟେରାଙ୍କ ଟେର୍ ପାଉନି।

Advertisment

ପୁଣି ରାଜଧାନୀରେ ବାଇକ୍ ଚୋରି ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପାତ୍ରପଡ଼ାର ଉଦୟଗିରି ବିହାରରେ ଏଭଳି ଘଟଣା ଘଟିଛି। ରାତି ଅଧରେ ଗେଟ୍ ଭାଙ୍ଗି ନେଇଗଲେ ବାଇକ୍ ନେଇ ଛୁ ମାରିଛନ୍ତି ଲୁଟେରା। ତେବେ ଏ ସମସ୍ତ ଦୃଶ୍ୟ ସିସିଟିଭରେ କଏଦ ହୋଇଛି। ଚୋରଟି ବାଇକ୍ ନେଇ ଛୁ ମାରୁଛି ତାହା ଏହି ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି। ୨ଜଣ ଚୋର ପାଚେରି ଡେଇଁ କ୍ୟାମ୍ପସରେ ପଶି ଗେଟ୍ ଭାଙ୍ଗିଥିଲେ। ଏହାପରେ ଖାତିର୍ ନ କରି ବାଇକ୍ ନେଇ ପଳାଇଥିଲେ।

ସବୁଠୁ ବଡ଼ କଥା ହେଉଛି, ଏବେ ରାତ୍ରିକାଳୀନ କର୍ଫ୍ୟୁ ଚାଲିଛି। ରାଜଧାନୀର ବିଭିନ୍ନ ସ୍ଥାନରେ ପଇଁତରା ମାରୁଛି ପୁଲିସ। ତଥାପି ବାଇକ୍ ଲୁଟେରାଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳୁଛି। ତେବେ ଚୋରି ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ପୁଲିସ ବାଇକ୍ ଲୁଟେରାଙ୍କ ଟେର୍ ପାଉନି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe