/odisha-reporter/media/post_attachments/uploads/2020/05/rayagada-6600.jpg)
rayagada
ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଥୁଆପାଡ଼ି ପଞ୍ଚାୟତର ଥୁଆପାଡ଼ି ଓ ଘାଗୁଡ଼ିପଦର ଗାଁରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ ଘର ଛପର ଉଡ଼ି ଯାଇଛି। ଏଥିସହ ଅନେକ ଘରର ଆଜବେଷ୍ଟସ ମଧ୍ୟ ଉଡ଼ିଯାଇଛି।/odisha-reporter/media/post_attachments/wp-content/uploads/2020/05/rayagada-880000.jpg)
Advertisment
ଗତକାଲି ରାତିରେ ଥୁଆପାଡ଼ି ଓ ଘାଗୁଡ଼ିପଦର ଗାଁରେ ପ୍ରବଳ ବେଗରେ ପବନ ସାଙ୍ଗକୁ ବର୍ଷା ହୋଇଥିଲା। ଫଳରେ ଏହି ଦୁଇଟି ଗାଁର ପ୍ରାୟ ୨୦ରୁ ଅଧିକ ଘର ଛପର ଓ ଆଜବେଷ୍ଟସ ଉଡ଼ି ଯାଇଛି। ଖବର ପାଇ ଆଜି ସକାଳେ ବିଷମକଟକ ରାଜସ୍ୱ ନିରୀକ୍ଷକ ପ୍ରଭାବିତ ଗାଁ ଗୁଡ଼ିକରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
