ସିକ୍ୟୁରିଟି ଗାର୍ଡ ଛାଡ଼ିଲେନି, ମଙ୍ଗଳା ମନ୍ଦିର ସିଂହଦ୍ୱାରରେ ନଡ଼ିଆ ପିଟିଲେ ଭକ୍ତ

କୋଣାର୍କ(ସଞ୍ଜୟ ପତି): ସିକ୍ୟୁରିଟି ଗାର୍ଡ ଛାଡ଼ିଲେନି। ପୂଜା କରିବାକୁ ମନ୍ଦିର ଭିତରକୁ ଯାଇପାରିଲେନି ଭକ୍ତ। ଶେଷରେ ସିଂହ ଦ୍ୱାର ନିକଟରେ ନିଜେ ନଡ଼ିଆ ବାଡେଇ ପୂଜା କଲେ ଭକ୍ତ। ଆଜି ଏପରି ଦୃଶ୍ୟ ଦେଖିବାକୁ ମିଳିଛି କାକଟପୁର ମାଆ ମଙ୍ଗଳା ପୀଠରେ। କାକଟପୁରର ଅଧିଷ୍ଠାତ୍ରୀ ହେଉଛନ୍ତି ମାଆ ମଙ୍ଗଳା। ପ୍ରତିଦିନ ଏଠାକୁ ଆସି ଥାଆନ୍ତି ହଜାର ହଜାର ଲୋକ। ଦୂର ଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ମାଆଙ୍କୁ ପୂଜା କରି ଆଶୀର୍ବାଦ ଭିକ୍ଷା କରିଥାଆନ୍ତି। ହେଲେ ଆଜି ଏକାଦଶୀ […]

Maa-Mangala

  • Published: Wednesday, 21 September 2022
  • , Updated: 21 September 2022, 04:39 PM IST

କୋଣାର୍କ(ସଞ୍ଜୟ ପତି): ସିକ୍ୟୁରିଟି ଗାର୍ଡ ଛାଡ଼ିଲେନି। ପୂଜା କରିବାକୁ ମନ୍ଦିର ଭିତରକୁ ଯାଇପାରିଲେନି ଭକ୍ତ। ଶେଷରେ ସିଂହ ଦ୍ୱାର ନିକଟରେ ନିଜେ ନଡ଼ିଆ ବାଡେଇ ପୂଜା କଲେ ଭକ୍ତ। ଆଜି ଏପରି ଦୃଶ୍ୟ ଦେଖିବାକୁ ମିଳିଛି କାକଟପୁର ମାଆ ମଙ୍ଗଳା ପୀଠରେ।

କାକଟପୁରର ଅଧିଷ୍ଠାତ୍ରୀ ହେଉଛନ୍ତି ମାଆ ମଙ୍ଗଳା। ପ୍ରତିଦିନ ଏଠାକୁ ଆସି ଥାଆନ୍ତି ହଜାର ହଜାର ଲୋକ। ଦୂର ଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ମାଆଙ୍କୁ ପୂଜା କରି ଆଶୀର୍ବାଦ ଭିକ୍ଷା କରିଥାଆନ୍ତି। ହେଲେ ଆଜି ଏକାଦଶୀ ତିଥିରେ ମାଆଙ୍କ ପୀଠରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ। ମନ୍ଦିର ବାହାରୁ ପୂଜା ସାମଗ୍ରୀ କିଣିଥିବାରୁ ଶ୍ରଦ୍ଧାଳୁଙ୍କୁ ଭିତରକୁ ଛାଡ଼ିଲେନି ସିଂହଦ୍ୱାର ସମ୍ମୁଖରେ ଛିଡ଼ା ହୋଇଥିବା ସିକ୍ୟୁରିଟି ଗାର୍ଡ। ବହୁ ଯୁକ୍ତିତର୍କ ପରେ ଭକ୍ତମାନେ ମାଆ ମଙ୍ଗଳା ମନ୍ଦିରର ସିଂହଦ୍ୱାରରେ ନଡ଼ିଆ ପିଟି ଫେରିଲେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ସିକ୍ୟୁରିଟି ଗାର୍ଡଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, ମନ୍ଦିର ଟ୍ରଷ୍ଟ ଦ୍ୱାରା ସୀକୃତିପ୍ରାପ୍ତ ଭୋଗ ଦୋକାନରୁ ପୂଜା ସାମଗ୍ରୀ କିଣାଯାଇନଥିବାରୁ ଭକ୍ତଙ୍କୁ ଛଡ଼ା ଯାଇନାହିଁ। ଏଥିପାଇଁ ମୋତେ ନିର୍ଦ୍ଦେଶ ଦିଆଯାଇଛି ବୋଲି ସିକ୍ୟୁରିଟି ଗାର୍ଡ ଜଣକ କହିଛନ୍ତି।

ଆଜି ଏଭଳି ଏକ ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି, ଭୋଗ ଓ ଦୀପ ସୀକୃତିପ୍ରାପ୍ତ ଦୋକାନରୁ କିଣିବା ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି।

Related story