Advertisment

ମହାପ୍ରଭୁଙ୍କୁ ଦର୍ଶନ କଲେ ପାକିସ୍ତାନୀ ହିନ୍ଦୁ ଭକ୍ତ

ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ସହଯୋଗରେ କରାଚିରେ ରହୁଥିବା ହିନ୍ଦୁ ପୁରୀ ଆସିଥିଲେ।

ଅଦ୍ୟତନ ହୋଇଛି
puri srimandir

puri srimandir

Advertisment

 ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ପାକିସ୍ତାନରୁ ଆସିଥିବା ହିନ୍ଦୁ ଶ୍ରଦ୍ଧାଳୁ। ପାକିସ୍ତାନରେ ରହୁଥିବା ୪୫ଜଣ ହିନ୍ଦୁ ଗତକାଲି କୌଳିକପଣ୍ଡାଙ୍କ ସହାୟତାରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ତେବେ ଦର୍ଶନ ପୂର୍ବରୁ ସେମାନଙ୍କ ପାସପୋର୍ଟ ଯାଞ୍ଚ ହୋଇଥିଲା। ମହାପ୍ରଭୁଙ୍କ ଦର୍ଶନ କରି ସେମାନେ ବେଶ୍ ଭାବ ବିହ୍ୱଳ ହୋଇପଡିଥିଲେ।

Advertisment

ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ସହଯୋଗରେ କରାଚିରେ ରହୁଥିବା ହିନ୍ଦୁ ପୁରୀ ଆସିଥିଲେ। ୪୫ ଜଣଙ୍କ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବୃଦ୍ଧ, ମହିଳା ଓ ଶିଶୁ ଅଛନ୍ତି। ପୁରୀ ଆସିବା ପୂର୍ବରୁ ସେମାନେ ଭାରତର ବିଭିନ୍ନ ଦେବସ୍ଥଳୀ ଦର୍ଶନ କରିଛନ୍ତି।

ପାକିସ୍ତାନରୁ ଆସିଥିବା ହିନ୍ଦୁ ଶ୍ରଦ୍ଧାଳୁ କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ କରି ଖୁସି ଅନୁଭବ କରୁଛୁ। ମହାପ୍ରଭୁଙ୍କ କୃପା ହେବାରୁ ଦର୍ଶନ କରିପାରିଲୁ।

Advertisment
Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe