ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ମହାଳୟା। ପିତୃପକ୍ଷର ଶେଷ ଦିନ। ଏ ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ। ବର୍ଷକରେ ଗୋଟିଏ ଥର ମାଆଙ୍କର ଏହି ବିରଳ ବେଶ ଦର୍ଶନ ପାଇଁ  ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି। ବର୍ଷସାରା, ମା’ ସମଲେଇ  ସିନ୍ଦୁର ରଙ୍ଗରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ,  କେବଳ ମହାଳୟା ଦିନ ହୁଏ  ମା’ଙ୍କ ଧବଳମୁଖୀ ବେଶ।  ପୂଜକ ମାନେ […]

Samaleswari

Madhupriya Mistry
  • Published: Sunday, 25 September 2022
  • , Updated: 25 September 2022, 08:59 AM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ମହାଳୟା। ପିତୃପକ୍ଷର ଶେଷ ଦିନ। ଏ ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ। ବର୍ଷକରେ ଗୋଟିଏ ଥର ମାଆଙ୍କର ଏହି ବିରଳ ବେଶ ଦର୍ଶନ ପାଇଁ  ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି।

ବର୍ଷସାରା, ମା’ ସମଲେଇ  ସିନ୍ଦୁର ରଙ୍ଗରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ,  କେବଳ ମହାଳୟା ଦିନ ହୁଏ  ମା’ଙ୍କ ଧବଳମୁଖୀ ବେଶ।  ପୂଜକ ମାନେ ଶଙ୍ଖ ଓ ଗୋପୀ ତିଳକରେ ଧବଳ ପ୍ରଲେପ ଦିଆଯାଇ ଧବଳମୁଖୀ ବେଶରେ ମାଁ ଙ୍କୁ ସଜ୍ଜିତ କରିଛନ୍ତି। ଏଥି ସହିତ ଧଳା ରଙ୍ଗର ଫୁଲ ମା’ଙ୍କୁ ଅର୍ପଣ କରାଯାଇଛି।  ୨ ବର୍ଷ ପରେ ପୁଣି ଥରେ ମା’ଙ୍କ ଧବଳମୁଖୀ ଦର୍ଶନ ପାଇଁ ଭିଡ ଲାଗିଛି।

ମା’ଙ୍କର ଏହି ବେଶକୁ  ଗଙ୍ଗା ବେଶ ମଧ୍ୟ କୁହାଯାଏ। ଯେଉଁମାନେ ଗଙ୍ଗା ଦର୍ଶନ କରି ନ ଥାନ୍ତି, ସେମାନେ ଧବଳମୁଖୀ ବେଶ ଦର୍ଶନ କଲେ, ଗଙ୍ଗା ଦର୍ଶନ ଓ ସ୍ନାନର ପୁଣ୍ୟ ଫଳ ମିଳେ ବୋଲି ବିଶ୍ୱାସ ରହିଛି। ଏପରିକି ଯେଉଁମାନେ ପିଣ୍ଡଦାନ କରି ପାରିନଥାନ୍ତି ଏହି ଦିନରେ ପିଣ୍ଡଦାନ ମଧ୍ୟ କରିଥାନ୍ତି।

Related story