Advertisment

'ଶ୍ରୀ ଜଗନ୍ନାଥ ଅଷ୍ଟକମ' ଭିଡିଓ ରିଲିଜ୍, କଣ୍ଠଦାନ କଲେ କୈଳାସ ଖେର ଓ ସମ୍ବିତ୍ ପାତ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀଜିଉଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ପ୍ରସ୍ତୁତ ହୋଇଛି ଶ୍ରୀଜଗନ୍ନାଥ ଅଷ୍ଟକମକୁ ନେଇ ଏକ ସୁନ୍ଦର ଭିଡିଓ ଆଲବମ୍। ଏଥିରେ କଣ୍ଠଦାନ ସହ ଅଭିନୟ କରିଛନ୍ତି ବଲିଉଡର ଜଣାଶୁଣା ଶିଳ୍ପୀ ପଦ୍ମଶ୍ରୀ କୈଳାସ ଖେର୍ ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଜଗନ୍ନାଥ ଅଷ୍ଟକମକୁ ଉଭୟ ନୂଆ ଶୈଳୀରେ ଗାୟନ କରିଛନ୍ତି, ଯାହା ଶ୍ରୋତା ଓ ଭକ୍ତଙ୍କ ମନକୁ ଛୁଇଁ ପାରିବ। ଏଥର ବି କରୋନା ପାଇଁ ବିନା ଭକ୍ତରେ ଆୟୋଜିତ ହେଉଛି […]

ଅଦ୍ୟତନ ହୋଇଛି
'ଶ୍ରୀ ଜଗନ୍ନାଥ ଅଷ୍ଟକମ' ଭିଡିଓ ରିଲିଜ୍, କଣ୍ଠଦାନ କଲେ କୈଳାସ ଖେର ଓ ସମ୍ବିତ୍ ପାତ୍ର

Shri-Jagannath-Ashtakam

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀଜିଉଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ପ୍ରସ୍ତୁତ ହୋଇଛି ଶ୍ରୀଜଗନ୍ନାଥ ଅଷ୍ଟକମକୁ ନେଇ ଏକ ସୁନ୍ଦର ଭିଡିଓ ଆଲବମ୍। ଏଥିରେ କଣ୍ଠଦାନ ସହ ଅଭିନୟ କରିଛନ୍ତି ବଲିଉଡର ଜଣାଶୁଣା ଶିଳ୍ପୀ ପଦ୍ମଶ୍ରୀ କୈଳାସ ଖେର୍ ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର।

Advertisment

ଜଗନ୍ନାଥ ଅଷ୍ଟକମକୁ ଉଭୟ ନୂଆ ଶୈଳୀରେ ଗାୟନ କରିଛନ୍ତି, ଯାହା ଶ୍ରୋତା ଓ ଭକ୍ତଙ୍କ ମନକୁ ଛୁଇଁ ପାରିବ। ଏଥର ବି କରୋନା ପାଇଁ ବିନା ଭକ୍ତରେ ଆୟୋଜିତ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ତେଣୁ ଏହି ଅବସରରେ ଜନସାଧାରଣ ଘରେ ରହି ଟେଲିଭିଜନ୍ ଓ ଡିଜିଟାଲ ମାଧ୍ୟମରେ ରଥଯାତ୍ରା ଦେଖିବାକୁ ଅନୁରୋଧ କରିଛନ୍ତି ସମ୍ବିତ।

ସମ୍ବିତ କହିଛନ୍ତି, କରୋନାକୁ ଶୀଘ୍ର ସମାପ୍ତ କରନ୍ତୁ ବୋଲି ଆମେ ମହାପ୍ରଭୁଙ୍କ ଚରଣରେ ପ୍ରାର୍ଥନା କରିବା। ଏହାସହ ମହାପ୍ରଭୁ ଭକ୍ତବୃନ୍ଦ ମାନଙ୍କୁ ଦର୍ଶନ ଦିଅନ୍ତୁ। ମଣିମାଙ୍କ ଦର୍ଶନ କରିବା ପାଇଁ ଆମେ ସମସ୍ତେ ଲାଳାୟିତ। ତେଣୁ ଆପଣ ସମସ୍ତଙ୍କୁ ହାତଯୋଡ଼ି ଅନୁରୋଧ କରୁଛି, ସମସ୍ତେ ସରକାରୀ କଟକଣା ପାଳନ କରନ୍ତୁ ବୋଲି ସମ୍ବିତ କହିଛନ୍ତି।

Advertisment

ରଥଯାତ୍ରାର ଲାଇଭ ଅପଡେଟ ପଢିବା ପାଇଁ କ୍ଲିକ କରନ୍ତୁ

Kailash Kher Rathayatra 2021 Sambit Patra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe