Advertisment

ସୌମ୍ୟ ମୃତ୍ୟୁ ମାମଲାରେ ଡିଏଫ୍‌ଓ ସଂଗ୍ରାମ ବେହେରାଙ୍କୁ କ୍ଲିନ୍‌ଚିଟ୍‌

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନ୍‌ଚିଟ୍‌। ଗଣମାଧ୍ୟମ ଆଗରେ ଏହି ବଡ଼ ଖୁଲାସା କରିଛନ୍ତି ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକ। ସେ କହିଛନ୍ତି, ସୌମ୍ୟ ମୃତ୍ୟୁ ଘଟଣା ସହିତ ଡିଏଫ୍‌ଓଙ୍କର କୌଣସି ସଂପୃକ୍ତି ନଥିବା ଜଣାପଡୁଛି। ସିଡିଆର୍‌ ଯାଞ୍ଚରୁ ଡିଏଫ୍‌ଓଙ୍କର ବିଦ୍ୟାଙ୍କ ସହ ସଂପୃକ୍ତି ନଥିବା ସ୍ପଷ୍ଟ ହୋଇଛି। ଅଧିକ ତଦନ୍ତ ପାଇଁ ପଡ଼ୋଶୀଙ୍କୁ ମଧ୍ୟ ପଚରାଉଚରା କରିଥିଲୁ। ଡିଏଫ୍‌ଓ, ବିଦ୍ୟାଙ୍କ […]

ଅଦ୍ୟତନ ହୋଇଛି
ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା, ଡିଏଫ୍‌ଓଙ୍କୁ ଜେରା କରୁଛି କ୍ରାଇମ୍‌ବ୍ରାଞ୍ଚ

DFO

Advertisment

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନ୍‌ଚିଟ୍‌। ଗଣମାଧ୍ୟମ ଆଗରେ ଏହି ବଡ଼ ଖୁଲାସା କରିଛନ୍ତି ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକ। ସେ କହିଛନ୍ତି, ସୌମ୍ୟ ମୃତ୍ୟୁ ଘଟଣା ସହିତ ଡିଏଫ୍‌ଓଙ୍କର କୌଣସି ସଂପୃକ୍ତି ନଥିବା ଜଣାପଡୁଛି। ସିଡିଆର୍‌ ଯାଞ୍ଚରୁ ଡିଏଫ୍‌ଓଙ୍କର ବିଦ୍ୟାଙ୍କ ସହ ସଂପୃକ୍ତି ନଥିବା ସ୍ପଷ୍ଟ ହୋଇଛି। ଅଧିକ ତଦନ୍ତ ପାଇଁ ପଡ଼ୋଶୀଙ୍କୁ ମଧ୍ୟ ପଚରାଉଚରା କରିଥିଲୁ। ଡିଏଫ୍‌ଓ, ବିଦ୍ୟାଙ୍କ ଘରକୁ ଆସୁଥିବା କେହି କହିନାହାନ୍ତି। କେବଳ ଘଟଣା ଦିନ ଡିଏଫ୍‌ଓ ସ୍ପଟକୁ ଯାଇଥିଲେ। ଏପରିକି ରୋଷେୟାଙ୍କର ମଧ୍ୟ କୌଣସି ସଂପୃକ୍ତି ନାହିଁ ବୋଲି ଏସ୍‌ପି କହିଛନ୍ତି।

Advertisment

ଏସ୍‌ପି ଆହୁରି ମଧ୍ୟ କହିଛନ୍ତି-“ବିଦ୍ୟାଭାରତୀ ପଣ୍ଡାଙ୍କ ଘର ଲୋକଙ୍କ ଫୋନକଲ୍‌ ପାଇ ମମତା ପଣ୍ଡା ଯାଇଥିଲେ। ମମତା ବିଦ୍ୟାଙ୍କ ଦୂର ସଂପର୍କୀୟା। ମାନବିକତା ଦୃଷ୍ଟିରୁ ଯାଇଥିଲେ। ସୌମ୍ୟଙ୍କ ମୃତ୍ୟୁ କିପରି ହେଲା, ସେନେଇ ଅଧିକ ତଦନ୍ତ ଆବଶ୍ୟକ।”

ସୌମ୍ୟଙ୍କ ମୃତ୍ୟୁର ୧୨ ଦିନ ପରେ ଆଜି ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ତାଙ୍କ ଅଫିସରେ ଜେରା କରାଯାଇଥିଲା। ପାଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଏସ୍‌ଡିପିଓ ରାମକୃଷ୍ଣ ପତି ଓ କ୍ରାଇମବ୍ରାଞ୍ଚ ମିଳିତ ଭାବେ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ଡିଏଫ୍‌ଓଙ୍କୁ ପଚରାଉଚରା କରାଯାଇଥିଲା। ମିଳିଥିବା ତଥ୍ୟ ଅନୁସାରେ ତାଙ୍କୁ ୫୦ରୁ ଅଧିକ ପ୍ରଶ୍ନ ପଚରା ଯାଇଛି। ପଚରାଉଚରା ସମୟରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ସହ ତାଙ୍କର ସମ୍ପର୍କ କଥାକୁ ଡିଏଫ୍‌ଓ ଅସ୍ୱୀକାର କରିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।

Advertisment

ପରେ ବିଦ୍ୟା ଓ ତାଙ୍କ ସ୍ୱାମୀ ସୌମ୍ୟଙ୍କୁ ନେଇ ବଲାଙ୍ଗିର ଯାଇଥିବା କାର୍‌ ଡ୍ରାଇଭରକୁ ପୁଲିସ ଜେରା କରିଥିଲା। ଏହା ପରେ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ମଧ୍ୟ ତଦନ୍ତକାରୀ ଟିମ୍‌ ଜେରା କରିଥିଲା। ମମତା ପଣ୍ଡାଙ୍କୁ ୩୦ ମିନିଟ୍‌ରୁ ଊର୍ଦ୍ଧ୍ୱ ସମୟ ଯାଏଁ ପଚରାଉଚରା କରାଯାଇଥିଲା। ଏହା ପରେ ଏସ୍‌ପି ପାରଳାଖେମୁଣ୍ଡି ଡିଏଫ୍‌ଓ ଓ ଥାନା ଅଧିକାରୀଙ୍କୁ କ୍ଲିନ୍‌ଚିଟ୍‌ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ହେ ଭଗବାନ କିଛି କରି ଡିଭୋର୍ସ କରେଇ ଦିଅ… ପୁରୀ ମନ୍ଦିରରେ ଦାସୀ ହୋଇ ରହିବି…

ବାହାଘରର ମାସକ ପରେ ସୌମ୍ୟ ପତ୍ନୀ ବିଦ୍ୟାଭାରତୀଙ୍କୁ ଧରି ଚାଲି ଯାଇଥିଲେ କର୍ମକ୍ଷେତ୍ରକୁ। ପାରଳାଖେମୁଣ୍ଡିରେ ସରକାରୀ କ୍ୱାର୍ଟର୍ସରେ ସ୍ୱାମୀ-ସ୍ତ୍ରୀ ରହୁଥିଲେ। ୧୨ ତାରିଖ ରାତି ପ୍ରାୟ ୯ଟା ହେବ। ସୌମ୍ୟଙ୍କ ଶରୀରରେ ନିଆଁ ଲାଗିଗଲା। ବିଦ୍ୟାଭାରତୀ ଏନେଇ ପଡ଼ୋଶୀଙ୍କ ସୂଚନା ଦେଇଥିଲେ। ଏହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ୧୩ ତାରିଖ ସକାଳେ ତାଙ୍କୁ କଟକରେ ଏକ ଘରୋଇ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe