Advertisment

ଡିଜି ସଞ୍ଜୀବ ମାରିକଙ୍କୁ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ମହେଶ ଶର୍ମାଙ୍କ ସମାଲୋଚନା

ଭୁବନେଶ୍ୱର: କେନ୍ଦ୍ର ପେଟ୍ରାଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଡ. ମହେଶ ଶର୍ମା ମଧ୍ୟ ରାଜ୍ୟର ଡିଜି ସଞ୍ଜୀବ ମାରିକଙ୍କୁ ସମାଲୋଚନା କରିଛନ୍ତି। ପୁଲିସ ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଅର୍ଥ ଦେବାକୁ ମନା କରି ଦେବା ପରେ ଏହାକୁ ନାପସନ୍ଦ କରି ଡିଜି ମାରିକ ମନ୍ତବ୍ୟ ଦେଇଥିଲେ। ଏହାକୁ ଗତକାଲି ଧର୍ମେନ୍ଦ୍ର ପ୍ରଧାନ ସମାଲୋଚନା କରିଥିଲେ। ଆଉ ଆଜି […]

ଅଦ୍ୟତନ ହୋଇଛି
ଡିଜି ସଞ୍ଜୀବ ମାରିକଙ୍କୁ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ମହେଶ ଶର୍ମାଙ୍କ ସମାଲୋଚନା

JualOram

Advertisment

ଭୁବନେଶ୍ୱର: କେନ୍ଦ୍ର ପେଟ୍ରାଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଡ. ମହେଶ ଶର୍ମା ମଧ୍ୟ ରାଜ୍ୟର ଡିଜି ସଞ୍ଜୀବ ମାରିକଙ୍କୁ ସମାଲୋଚନା କରିଛନ୍ତି। ପୁଲିସ ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଅର୍ଥ ଦେବାକୁ ମନା କରି ଦେବା ପରେ ଏହାକୁ ନାପସନ୍ଦ କରି ଡିଜି ମାରିକ ମନ୍ତବ୍ୟ ଦେଇଥିଲେ। ଏହାକୁ ଗତକାଲି ଧର୍ମେନ୍ଦ୍ର ପ୍ରଧାନ ସମାଲୋଚନା କରିଥିଲେ। ଆଉ ଆଜି ଏହାକୁ ସମାଲୋଚନା କରି କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଗୃହ ବିଭାଗ ସମ୍ଭାଳୁଛନ୍ତି। ତେଣୁ ଯଦି ପୁଲିସ୍ ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ଅନୁଦାନ ବନ୍ଦ କରିବା ନେଇ କିଛି ସମସ୍ୟା ସୃଷ୍ଟି ହେଉଛି, ତା’ହେଲେ ସେ ନିଜେ ସିଧାସଳଖ ଏ ବିଷୟରେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ଆଲୋଚନା କରିପାରିବେ। ଏଥିରେ ଡିଜିଙ୍କର କିଛି ମନ୍ତବ୍ୟ ଦେବା ଠିକ୍ ନୁହେଁ। ଅବଶ୍ୟ ମୁଖ୍ୟମନ୍ତ୍ରୀ ଏବେ ଅଫିସରଙ୍କ ମୁହଁରେ କଥା କୁହାଉଛନ୍ତି ବୋଲି ଜୁଏଲ କହିଥିଲେ।

Advertisment

ସେହିପରି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଡ. ମହେଶ ଶର୍ମା ମଧ୍ୟ ଡିଜି ସଞ୍ଜୀବ ମାରିକଙ୍କୁ ସମାଲୋଚନା କରି କହିଛନ୍ତି ଯେ ରାଜନୈତିକ ନିଷ୍ପତ୍ତିଗୁଡ଼ିକରେ ଅଫିସରମାନେ ମୁଣ୍ଡ ପୂରାଇବା ଠିକ୍ ନୁହେଁ। ପୁଲିସ୍ ଆଧୁନିକୀକରଣ ପାଇଁ ରାଜ୍ୟଗୁଡ଼ିକୁ କେନ୍ଦ୍ର ଅନୁଦାନ ନଦେବା ଏକ ରାଜନୈତିକ ନିଷ୍ପତ୍ତି। ଯଦି ଏଥିରେ ଓଡ଼ିଶା ସରକାରଙ୍କ କିଛି ସମସ୍ୟା ଥାଏ, ତା’ହେଲେ କେନ୍ଦ୍ର ସରକାରଙ୍କ ଆଗରେ ଏହାକୁ ଉତଥାପନ କରି ପାରିବେ। ସେ ଆହୁରି ମଧ୍ୟ କହିଥିଲେ ଯେ ରାଜନୈତିକ ନିଷ୍ପତ୍ତିଗୁଡ଼ିକରେ ଅଫିସରମାନେ ପ୍ରଶ୍ନ ଉଠାଇବା ଓଡ଼ିଶାରେ କିଛି ନୂଆ ନୁହେଁ। ଓଡ଼ିଶାର ପର୍ଯ୍ୟଟନର ବିଭାଗର କେତେକ ଅଧିକାରୀ ମଧ୍ୟ ତାଙ୍କ ଆଗରେ ସିଧାସଳଖ କିଛି ସମସ୍ୟାର ପ୍ରସଙ୍ଗ ଉଠାଇଥିଲେ ଯାହା ଠିକ୍ ନୁହେଁ। ଏହା ରାଜନେତାମାନଙ୍କର କାମ। ଶାରସନରେ ବସିଥିବା ନେତାଏ ଏ ବିଷୟ ଉଠାଇବା ଉଚିତ୍।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe