ରାଜଧାନୀରେ ୭ଟି ଡ୍ୟାନ୍ସ ବାର୍‌ ରଦ୍ଦ କଲେ ଡିଜିପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ୭ଟି ବାର୍‌ ରଦ୍ଦ ହୋଇଛି। ଆବଶ୍ୟକ ଫାୟାର ଏନ୍ଓସି ସାର୍ଟିଫିକେଟ୍‌ ପାଇଁ ରଦ୍ଦ କରାଯାଇଛି। ତ୍ରୁଟିପୂର୍ଣ୍ଣ ଫାୟାର ସେଫ୍ଟି ସାର୍ଟିଫିକେଟ୍ ଥିବା ଅଭିଯୋଗରେ ଏହି ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ବିକେ ଶର୍ମା। ରଦ୍ଦ ହୋଇଥିବା ୭ଟି ଡ୍ୟାନ୍ସ ବାର୍‌ ପୁଣି ଥରେ ଆବେଦନ କରିପାରିବେ। ଅଗ୍ନି ନିରାପତ୍ତା ମାନଦଣ୍ଡ ଆଧାରରେ ଆବେଦନ କଲା ପରେ ତାଙ୍କୁ ସାର୍ଟିଫିକେଟ୍ ମିଳିପାରିବ ବୋଲି ଡିଜି ବିକେ ଶର୍ମା ସୂଚନା ଦେଇଛନ୍ତି। ୨୦୧୮ ଫେବୃୟାରୀ ୬ ତାରିଖରେ […]

dance-bar-1..

Manoranjan Sial
  • Published: Wednesday, 02 October 2019
  • , Updated: 02 October 2019, 05:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ୭ଟି ବାର୍‌ ରଦ୍ଦ ହୋଇଛି। ଆବଶ୍ୟକ ଫାୟାର ଏନ୍ଓସି ସାର୍ଟିଫିକେଟ୍‌ ପାଇଁ ରଦ୍ଦ କରାଯାଇଛି। ତ୍ରୁଟିପୂର୍ଣ୍ଣ ଫାୟାର ସେଫ୍ଟି ସାର୍ଟିଫିକେଟ୍ ଥିବା ଅଭିଯୋଗରେ ଏହି ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ବିକେ ଶର୍ମା। ରଦ୍ଦ ହୋଇଥିବା ୭ଟି ଡ୍ୟାନ୍ସ ବାର୍‌ ପୁଣି ଥରେ ଆବେଦନ କରିପାରିବେ। ଅଗ୍ନି ନିରାପତ୍ତା ମାନଦଣ୍ଡ ଆଧାରରେ ଆବେଦନ କଲା ପରେ ତାଙ୍କୁ ସାର୍ଟିଫିକେଟ୍ ମିଳିପାରିବ ବୋଲି ଡିଜି ବିକେ ଶର୍ମା ସୂଚନା ଦେଇଛନ୍ତି।

୨୦୧୮ ଫେବୃୟାରୀ ୬ ତାରିଖରେ ଏହି ତ୍ରୁଟିପୂର୍ଣ୍ଣ ସାର୍ଟିଫିକେଟ୍ ଜାରି ହୋଇଥିଲା। ତତ୍କାଳୀନ ଆସିଷ୍ଟାଣ୍ଟ ଫାୟାର ଅଫିସର ଏହି ସାର୍ଟିଫିକେଟ୍‌ ଗୁଡ଼ିକ ଜାରି କରିଥିଲେ। ସେହି ସମୟରେ ସାର୍ଟିଫିକେଟ୍‌ ଜାରି କରିଥିବା ଅଫିସର ଏବେ ପୁଲିସ୍‌ ସ୍କାନରରେ ରହିଛନ୍ତି। କେଉଁ ଭଳି ପରିସ୍ଥିତିରେ ଏହି ସାର୍ଟିଫିକେଟ୍ ଦିଆଯାଇଥିଲା, ତାହା ଉପରେ ଏବେ ଖୋଳତାଡ଼ ଜାରି ରହିଥିବା ଡିଜିପି କହିଛନ୍ତି।

ସେପଟେ ଡିଜିଙ୍କ ନିର୍ଦ୍ଦେଶ ପରେ ଅବକାରୀ ବିଭାଗ ତତ୍ପର ହୋଇଛି। ବିନା ଫାୟାର ସାର୍ଟିଫିକେଟରେ ଚାଲୁଥିବା ଡ୍ୟାନ୍ସ ବାର୍‌ର କାଗଜପତ୍ର ଯାଞ୍ଚ କରୁଛି। ଡିଜିପିଙ୍କ ନିର୍ଦ୍ଦେଶ ପରେ ଯଦି କିଛି ଡ୍ୟାନ୍ସ ବାର୍‌ ଚାଲୁଥିବ ତାହାହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅବକାରୀ ବିଭାଗ କହିଛି।

ନିକଟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ପୁଣି ଡ୍ୟାନ୍ସ ବାର ଖୋଲିବାକୁ ଅନୁମତି ଦେଇଥିଲେ ଅବକାରୀ କମିଶନର। ତେବେ ଏଥିପାଇଁ କେତେକ ଗାଇଡଲାଇନ୍ସ ମାନିବାକୁ ନିର୍ଦ୍ଦେଶ ରହିଥିଲା। ଯାହା ମଧ୍ୟରୁ ଫାୟାର ସେଫ୍ଟି ଅନ୍ୟତମ। ତେବେ ଫାୟାର ସେଫ୍ଟି ପ୍ରମାଣପତ୍ର ଚକ୍କରରେ ଫସିଥିବା ବାର୍ ମାଲିକଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ କିଛି କହିବାକୁ ରାଜି ହୋଇନଥିଲେ।

 

Related story