ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସମୟରେ ଲୋକଙ୍କ ଅଭିଯୋଗ ବୁଝିବାକୁ ରାଜ୍ୟର ସମସ୍ତ ଥାନା ପାଇଁ ଗାଇଡଲାଇନ୍ସ ଜାରି କରିଛନ୍ତି ଡିଜିପି ଅଭୟ । ପୁଲିସ୍ କର୍ମଚାରୀମାନେ କେଉଁଭଳି ଅଭିଯୋଗ ବୁଝିବେ, ସେନେଇ ଡିଜିପି ଗାଇଡଲାଇନ୍ସ ଜାରି କରିଛନ୍ତି।
ଗାଇଡଲାଇନ୍ସ ଅନୁସାରେ-
- ଲୋକଙ୍କ ଅଭିଯୋଗ ଶୁଣିବାକୁ ଜିଲ୍ଲା ପୁଲିସ ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ୍ ରହିବ। ଜିଲ୍ଲା ପୁଲିସ୍ କଣ୍ଟ୍ରୋଲ ରୁମ୍ ନମ୍ବର ଟ୍ୱିଟର ଏବଂ ଫେସବୁକରେ ଦିଆଯିବ।
- ପ୍ରତି ଥାନା ବି ସେମାନଙ୍କ ଲ୍ୟାଣ୍ଡଲାଇନ ନମ୍ବର ସୋଶାଲ ମିଡିଆରେ ଦେବେ।
- ଥାନାକୁ ଫୋନରେ ଆସୁଥିବା ଅଭିଯୋଗର ତଦାରଖ ଏସ୍ପି ଓ ଡିଏସ୍ପି କରିବେ।
- ଲୋକଙ୍କ ଆପତ୍ତି ଶୁଣିବାକୁ ସବୁ ଥାନାରେ ରିସେପ୍ସନ କାଉଣ୍ଟର ରହିବ। ଏହା ଥାନା ମୁଖ୍ୟ କୋଠାଠାରୁ ଛାଡ଼ି କି ରହିବ, ଅଲଗା ଘର ନଥିଲେ ଟେଣ୍ଟ ଲାଗିବ।
- ରିସେପ୍ସନ ଏରିଆ ନିୟମିତ ବିଶୋଧନ କରାଯିବ। ଆସୁଥିବା ଅଭିଯୋଗକାରୀଙ୍କୁ ମାସ୍କ ପିନ୍ଧିବା ଓ ହାତ ଧୋଇବାକୁ କୁହାଯିବ।
- DIG/SP/DSPଙ୍କ ଅଫିସ ମେନ୍ ଗେଟ୍ରେ ଫୋନ୍ ନମ୍ବର ଡିସ୍ପ୍ଲେ ଲାଗିବ। ମେନ୍ ଗେଟ୍ରେ ଅଭିଯୋଗ ବାକ୍ସ ରଖାଯିବ ଓ ସେଥିରେ ଲୋକେ ଅଭିଯୋଗ ପକାଇବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।