Advertisment

ଲୋକଙ୍କ ଅଭିଯୋଗ ବୁଝିବାକୁ ଥାନା ପାଇଁ ଡିଜିପିଙ୍କ ଗାଇଡ୍‌ଲାଇନ୍ସ‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସମୟରେ ଲୋକଙ୍କ ଅଭିଯୋଗ ବୁଝିବାକୁ  ରାଜ୍ୟର ସମସ୍ତ ଥାନା ପାଇଁ ଗାଇଡଲାଇନ୍ସ ଜାରି କରିଛନ୍ତି ଡିଜିପି ଅଭୟ । ପୁଲିସ୍ କର୍ମଚାରୀମାନେ କେଉଁଭଳି  ଅଭିଯୋଗ ବୁଝିବେ, ସେନେଇ ଡିଜିପି ଗାଇଡଲାଇନ୍ସ ଜାରି କରିଛନ୍ତି। ଗାଇଡଲାଇନ୍ସ ଅନୁସାରେ- ଲୋକଙ୍କ ଅଭିଯୋଗ ଶୁଣିବାକୁ ଜିଲ୍ଲା ପୁଲିସ ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ୍ ରହିବ। ଜିଲ୍ଲା ପୁଲିସ୍‌ କଣ୍ଟ୍ରୋଲ ରୁମ୍ ନମ୍ବର ଟ୍ୱିଟର ଏବଂ ଫେସବୁକରେ ଦିଆଯିବ। ପ୍ରତି ଥାନା ବି ସେମାନଙ୍କ ଲ୍ୟାଣ୍ଡଲାଇନ ନମ୍ବର ସୋଶାଲ ମିଡିଆରେ ଦେବେ। […]

ଅଦ୍ୟତନ ହୋଇଛି
ଲକଡାଉନ୍ ନିୟମକୁ କଡ଼ାକଡ଼ି ପାଳନ କରାଯିବ: ଡିଜିପି  

DGP Abhya

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସମୟରେ ଲୋକଙ୍କ ଅଭିଯୋଗ ବୁଝିବାକୁ  ରାଜ୍ୟର ସମସ୍ତ ଥାନା ପାଇଁ ଗାଇଡଲାଇନ୍ସ ଜାରି କରିଛନ୍ତି ଡିଜିପି ଅଭୟ । ପୁଲିସ୍ କର୍ମଚାରୀମାନେ କେଉଁଭଳି  ଅଭିଯୋଗ ବୁଝିବେ, ସେନେଇ ଡିଜିପି ଗାଇଡଲାଇନ୍ସ ଜାରି କରିଛନ୍ତି।

Advertisment

ଗାଇଡଲାଇନ୍ସ ଅନୁସାରେ-

  • ଲୋକଙ୍କ ଅଭିଯୋଗ ଶୁଣିବାକୁ ଜିଲ୍ଲା ପୁଲିସ ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ୍ ରହିବ। ଜିଲ୍ଲା ପୁଲିସ୍‌ କଣ୍ଟ୍ରୋଲ ରୁମ୍ ନମ୍ବର ଟ୍ୱିଟର ଏବଂ ଫେସବୁକରେ ଦିଆଯିବ।
  • ପ୍ରତି ଥାନା ବି ସେମାନଙ୍କ ଲ୍ୟାଣ୍ଡଲାଇନ ନମ୍ବର ସୋଶାଲ ମିଡିଆରେ ଦେବେ।
  • ଥାନାକୁ ଫୋନରେ ଆସୁଥିବା ଅଭିଯୋଗର ତଦାରଖ ଏସ୍‌ପି ଓ ଡିଏସ୍‌ପି କରିବେ।
  • ଲୋକଙ୍କ ଆପତ୍ତି ଶୁଣିବାକୁ ସବୁ ଥାନାରେ ରିସେପ୍ସନ କାଉଣ୍ଟର ରହିବ। ଏହା ଥାନା ମୁଖ୍ୟ କୋଠାଠାରୁ ଛାଡ଼ି କି ରହିବ, ଅଲଗା ଘର ନଥିଲେ ଟେଣ୍ଟ ଲାଗିବ।
  • ରିସେପ୍ସନ ଏରିଆ ନିୟମିତ ବିଶୋଧନ କରାଯିବ। ଆସୁଥିବା ଅଭିଯୋଗକାରୀଙ୍କୁ ମାସ୍କ ପିନ୍ଧିବା ଓ ହାତ ଧୋଇବାକୁ କୁହାଯିବ।
  • DIG/SP/DSPଙ୍କ ଅଫିସ ମେନ୍ ଗେଟ୍‌ରେ ଫୋନ୍ ନମ୍ବର ଡିସ୍‌ପ୍ଲେ ଲାଗିବ। ମେନ୍ ଗେଟ୍‌ରେ ଅଭିଯୋଗ ବାକ୍ସ ରଖାଯିବ ଓ ସେଥିରେ ଲୋକେ ଅଭିଯୋଗ ପକାଇବେ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe