Advertisment

ନବ ଦାସ ହତ୍ୟା ମାମଲାରେ ମୁହଁ ଖୋଲିଲେ ଡିଜିପି

‘ଜଷ୍ଟିସ ଦାସଙ୍କ ମନିଟରିଂରେ ତଦନ୍ତ ଚାଲୁ ରହିଛି। ଏଭଳି ମାମଲାରେ ତଦନ୍ତରେ ପୂର୍ଣ୍ଣତା ଆସିବାକୁ ଟିକେ ସମୟ ଲାଗିବ। ଏଭଳି କ୍ରାଇମର ରହସ୍ୟ ୨ରୁ ୪ ଦିନ ଭିତରେ ଜଣାପଡ଼ିବନି।’

ଅଦ୍ୟତନ ହୋଇଛି
Naba and DGP

Naba and DGP

Advertisment

ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ବହିଷ୍କୃତ ପୁଲିସ ଏଏସ୍‌ଆଇ? ଛକ ମଝିରେ ସ୍ପଷ୍ଟ ଦିବା ଲୋକରେ ଓ ସମର୍ଥକଙ୍କ ଭିତରେ ପଶି କାହିଁକି ପ୍ରଭାବଶାଳୀ ମନ୍ତ୍ରୀଙ୍କୁ ପଏଣ୍ଟ ବ୍ଲାଙ୍କରେ ଗୁଳିକଲା ଗୋପାଳକୃଷ୍ଣ ଦାସ? ତାହା କେବଳ ସେହି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଜଣା। ରାଜ୍ୟର ଜଣେ ପାୱାରଫୁଲ୍‌ ମନ୍ତ୍ରୀଙ୍କୁ ଗୁଳିକାଣ୍ଡର ୬ଦିନ ପରେ ମୁହଁ ଖୋଲି ଆଜି ଏକଥା କହିଛନ୍ତି ଡିଜିପି ସୁନୀଲ୍‌ ବଂଶଲ।

Advertisment

କେବଳ ଏତିକି ନୁହେଁ, ଡିଜିପି ଆହୁରି କହିଛନ୍ତି- ହତ୍ୟାର ଉଦ୍ଦେଶ୍ୟ ଓ ଅପରାଧର ରହସ୍ୟ ଜାଣିବାକୁ ହେଲେ ଆଉ ୨ରୁ ୪ ଦିନ ନୁହଁ, ବରଂ ଆହୁରି କିଛିଦିନ ଲାଗିବ ବୋଲି କହିଛନ୍ତି। ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି.ଦାସଙ୍କ ମନିଟରିଂରେ ତଦନ୍ତ ଚାଲୁ ରହିଛି। ମାମଲାରେ ତଦନ୍ତରେ ପୂର୍ଣ୍ଣତା ଆସିବାକୁ ହେଲେ ଟିକେ ସମୟ ଲାଗିବ। କେନ୍ଦ୍ରର ସହଯୋଗ ନିଆଯିବ। ଗୃହ ମନ୍ତ୍ରାଳୟ ସହ କଥା ହୋଇଛି। ଗୃହ ମନ୍ତ୍ରାଳୟ ମଧ୍ୟ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତଦନ୍ତରେ ସହଯୋଗ କରିବାକୁ CFSL ଟିମ୍‌ ଆସିପାରେ ବୋଲି କହିଛନ୍ତି ଡିଜିପି ସୁନୀଲ ବଂଶ।

ସୂଚନାରୁ ଗତ ରବିବାର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବ୍ରଜରାଜନଗର ଯାଉଥିଲେ। ରାସ୍ତାରେ ତାଙ୍କୁ କର୍ମୀମାନେ ଅଟକାଇ ସ୍ୱାଗତ କରୁଥିଲେ। ସେହି ସମୟରେ ତାଙ୍କୁ ଏଏସ୍‌ଆଇ ଗୋପାଳ ଦାସ ଗୁଳି କରିଥିଲେ। ଏହା ପରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଝାରସୁଗୁଡ଼ା ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଏଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

Advertisment

ମନ୍ତ୍ରୀଙ୍କୁ ହତ୍ୟା କରିବା ମାମଲାରେ ପୁଲିସ୍‌ ଗୋପାଳକୁ ଗିରଫ କରି ଝାରସୁଗୁଡ଼ା ବିମାନବନ୍ଦର ଥାନାକୁ ନେଇଥିଲା। ସେହିଠାରେ ଗୋପାଳ କିଛି ହାତ ଲେଖାକୁ ପାଇଖାନାରେ ପକାଇ ଫ୍ଲାସ୍‌ କରିଦେଇଥିବା ଅଭିଯୋଗ ହୋଇଥିଲା। ସେହି ହାତ ଲେଖାକୁ ପାଇବା ପାଇଁ କ୍ରାଇମବ୍ରାଞ୍ଚ ପାଇଖାନା ଟାଙ୍କି ସଫା କରିଥିଲା। ଆଉ ସେଥିରୁ କିଛି ହାତ ଲେଖା କାଗଜ ପାଇଥିଲା। ମାତ୍ର ପଢ଼ି ହେଉନଥିବାରୁ କ୍ରାଇମବ୍ରାଞ୍ଚ ଅଡୁଆରେ ପଡ଼ି ଯାଇଛି।

ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ଗୋପାଳର ଭାଇକୁ ଉଠାଇ ନେଇ ଅଜ୍ଞାତବାସରେ ରଖି ଘନ ଘନ ଜେରା କରୁଛି। କଣ ପାଇଁ ନବ ଦାସଙ୍କୁ ଗୋପାଳ ହତ୍ୟା କଲା, ତାହା ଉପରେ ତାଙ୍କୁ ଘନ ଘନ ପଚାରୁଥିବା ଆଲୋଚନା ହେଉଛି।

Naba Das Odisha DGP Naba Das Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe