Advertisment

କାଲି ଝୁଲା ପୋଲରେ ଥିଲା ଖଚାଖଚ ଭିଡ଼, ଆଜି ପଇଁତରା ମାରୁଛି ପୁଲିସ୍‌

ଆଠଗଡ଼(ନୀଳକଣ୍ଠ ଦୋରା): ଦୀର୍ଘ ୨ ବର୍ଷ କରୋନା କଟକଣା ଯୋଗୁ ପଞ୍ଚକରେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହେଉଥିଲେ ଶ୍ରଦ୍ଧାଳୁ। ଚଳିତ ବର୍ଷ ସବୁ ଠିକ୍‌ଠାକ ଥିବା ବେଳେ ଏଥର କିନ୍ତୁ ବାବାଙ୍କ ଦର୍ଶନ କରିହେବ ବୋଲି ଆଶା ବାନ୍ଧିଥିଲେ ଭକ୍ତ । ହେଲେ ନିମିଷେକ ମଧ୍ୟରେ ସବୁ ଆଶା ପାଣି ଫୋଟକା ପରି ମିଳାଇଗଲା, ଏବେ ସବୁ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଅର୍ଥାତ ଗତକାଲି ଯେଉଁ ସ୍ଥାନ ଲୋକଙ୍କ ଗହଳିରେ ଫାଟି ପଡ଼ୁଥିଲା ଏବେ […]

ଅଦ୍ୟତନ ହୋଇଛି
କାଲି ଝୁଲା ପୋଲରେ ଥିଲା ଖଚାଖଚ ଭିଡ଼, ଆଜି ପଇଁତରା ମାରୁଛି ପୁଲିସ୍‌

pic

Advertisment

ଆଠଗଡ଼(ନୀଳକଣ୍ଠ ଦୋରା): ଦୀର୍ଘ ୨ ବର୍ଷ କରୋନା କଟକଣା ଯୋଗୁ ପଞ୍ଚକରେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହେଉଥିଲେ ଶ୍ରଦ୍ଧାଳୁ। ଚଳିତ ବର୍ଷ ସବୁ ଠିକ୍‌ଠାକ ଥିବା ବେଳେ ଏଥର କିନ୍ତୁ ବାବାଙ୍କ ଦର୍ଶନ କରିହେବ ବୋଲି ଆଶା ବାନ୍ଧିଥିଲେ ଭକ୍ତ । ହେଲେ ନିମିଷେକ ମଧ୍ୟରେ ସବୁ ଆଶା ପାଣି ଫୋଟକା ପରି ମିଳାଇଗଲା, ଏବେ ସବୁ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଅର୍ଥାତ ଗତକାଲି ଯେଉଁ ସ୍ଥାନ ଲୋକଙ୍କ ଗହଳିରେ ଫାଟି ପଡ଼ୁଥିଲା ଏବେ ସେଠାରେ ପୁଲିସ୍‌ ପଇଁତରା ମାରୁଛି । ଧବଳେଶ୍ୱର ପୀଠରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି ହେବାରୁ ଏବେ ସମ୍ପୂର୍ଣ୍ଣ ନିରାଶ ହୋଇ ପଡ଼ିଛନ୍ତି ଭକ୍ତ ।

Advertisment

ଗୁଜରାଟ ଟ୍ରାଜେଡି ପରେ ତତ୍ପର ହୋଇ ଉଠିଥିବା ସ୍ଥାନୀୟ ପ୍ରଶାସନ କୌଣସି ଅଘଟଣ ଆଶଙ୍କାରେ ଧବଳେଶ୍ୱର ପୀଠରେ ଗତକାଲିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲାଗୁ କରିଛି ୧୪୪ ଧାରା। ଆଗକୁ ପଞ୍ଚକ ଆରମ୍ଭ ହେଉଥିବା ବେଳେ ପ୍ରଶାସନର ଏହି ନିଷ୍ପତ୍ତି ଶ୍ରଦ୍ଧାଳୁଙ୍କୁ ବଡ଼ ଝଟକା ଦେଇଛି।

୨୦୦୬ ମସିହାରେ ନିର୍ମିତ ହୋଇଥିବା ଏହି ପୋଲର ଧାରଣ କ୍ଷମତା ୧୫୦୦ରୁ ଆସି ଧୀରେ ଧୀରେ କମି ୨୦୦ରେ ପହଞ୍ଚିଛି। କାର୍ତ୍ତିକ ମାସରେ ଧବଳେଶ୍ଵରଙ୍କ ଦର୍ଶନ ନିମନ୍ତେ ଅପେକ୍ଷାରତ ଭିଡ଼କୁ ଆଖି ଆଗରେ ରଖି ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ପୀଠରେ ୧୪୪ ଧାରା ଲାଗୁ  କରାଯାଇଛି। ହେଲେ ଗୁଜରାଟ ଟ୍ରାଜେଡି ପରେ ଚେଇଁ ଉଠିଥିବା ପ୍ରଶାସନ ପୂର୍ବରୁ ବିଶେଷଜ୍ଞ ଟିମ୍‌ ସାହାଯ୍ୟରେ ଏହି ମରାମତି କରିଥିଲେ ଏବେ ପଞ୍ଚକରେ ଶ୍ରଦ୍ଧାଳୁମାନେ ବାବାଙ୍କ ଦର୍ଶନ ପାଇପାରିଥାନ୍ତେ ବୋଲି ଆଲୋଚନା ହେଉଛି।

Advertisment

ପ୍ରଶାସନର ଏପରି ଖାମଖିଆଲିପଣ ପାଇଁ ଶ୍ରଦ୍ଧାଳୁଙ୍କ ସମେତ ପୂଜକ ସମୁଦାୟ ବି କ୍ଷୁବ୍ଧ ଅଛନ୍ତି। କାରଣ ଧବଳେଶ୍ୱରଙ୍କ ପୀଠରେ ଲାଗି ହେଉଥିବା ଗଜ ଭୋଗ ପାଇବା ଲାଗି ଶ୍ରଦ୍ଧାଳୁମାନେ ବର୍ଷ ସାରା ଅପେକ୍ଷା କରିଥାନ୍ତି। ଏହାକୁ ପ୍ରସ୍ତୁତ କରିବା ନିମନ୍ତେ ପୂଜକ ସମୁଦାୟ ବି  ସବୁ ସାମଗ୍ରୀ ମହଜୁଦ ରଖିଥିଲେ। ହେଲେ ଏବେ ୧୪୪ ଧାରା ଜାରି ସେମାନଙ୍କ ପେଟକୁ ଲାତ ସଦୃଶ ବୋଲି ଅଭିଯୋଗ ହେଉଛି।

ସୂଚନାଯୋଗ୍ୟ, ଧବଳେଶ୍ୱରରେ ଥିବା ଝୁଲା ପୋଲରେ ଫାଟ ହୋଇଛି। ପୋଲକୁ ଷ୍ଟେ’ ଦିଆଯାଇଥିବା ୧୨ଟି ଟଣକାରେ ମଧ୍ୟ ଫାଟ ହୋଇଛି।  କୋଲକାତାର ବିଶେଷଜ୍ଞ ଟିମ୍‌ ସହ   ଗ୍ରାମ ଉନ୍ନୟନ ବିଭାଗର ଟିମ୍‌ ଗତକାଲି ଝୁଲା ପୋଲର ସ୍ଥିତି ଅନୁଧ୍ୟାନ କରିଥିଲେ।

୨୦୦୬ ମସିହାରେ ଉଦ୍‌ଘାଟନ ହୋଇଥିବା ଏହି ଝୁଲାପୋଲ  କ୍ରମଶଃ ଦୁର୍ବଳ ହେବାରୁ ସାଧାରଣ ଭକ୍ତଙ୍କୁ ମନ୍ଦିର ନ ଆସିବାକୁ ନିବେଦନ କରାଯାଇଥିଲା। କେବଳ ବଡ଼ଓଷା ବ୍ରତଧାରି  ମନ୍ଦିର ଆସିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିଲା।  ଏଥିସହ ଡଙ୍ଗାରେ ଶ୍ରଦ୍ଧାଳୁଙ୍କୁ ପାର କରାଇ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ପ୍ରଥମେ କହୁଥିବା ପ୍ରଶାସନ କିନ୍ତୁ ପରେ ଏହି ନିଷ୍ପତ୍ତିକୁ ଓହରିଗଲା  ପଞ୍ଚକରେ ପରିସ୍ଥିତି ଅସମ୍ଭାଳ ହେଲେ କୌଣସି ଅଘଟଣ ଘଟିବା ଆଶଙ୍କାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଲାଗୁ କରାଯାଇଛି। ଫଳରେ ଗତକାଲି ଯେଉଁ ସ୍ଥାନ ଲୋକଙ୍କ ଗହଳିରେ ଫାଟି ପଡ଼ୁଥିଲା ଏବେ ସେଠାରେ ପୁଲିସ୍‌ ପଇଁତରା ମାରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe