Advertisment

ବିଷ୍ଣୁଙ୍କ ପୁଅ ସୂର୍ଯ୍ୟବଂଶୀ ବିଜେପି ପ୍ରାର୍ଥୀ, ବାଟ ପାଉନାହାନ୍ତି ବିଜେଡି ଓ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପାଇଁ ବିଜେପି ଘୋଷଣା କଲା ପ୍ରାର୍ଥୀ। ସ୍ୱର୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କ ନାଁରେ ଦଳ ମାରିଛି ବିଧିବଦ୍ଧ ମୋହର। ଆଜି କେନ୍ଦ୍ରୀୟ ବିଜେପି ପକ୍ଷରୁ ଏନେଇ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି। ତେବେ ଏହା ପୂର୍ବରୁ ହିଁ ସୂର୍ଯ୍ୟବଂଶୀ ଧାମନଗରରେ ନିଜ କ୍ୟାଂପେନ୍ ଆରମ୍ଭ କରିସାରିଛନ୍ତି। ସେପଟେ ବିଜେପି ଟିମ୍ ବୈଠକ କରି ନିର୍ବାଚନ ଜିତିବା ରଣନୀତି ପ୍ରସ୍ତୁତ କରିଛି। ଏବେ ଦଳ ପ୍ରଚାର ଜୋରସୋରେ କରିବା […]

ଅଦ୍ୟତନ ହୋଇଛି
ବିଷ୍ଣୁଙ୍କ ପୁଅ ସୂର୍ଯ୍ୟବଂଶୀ ବିଜେପି ପ୍ରାର୍ଥୀ, ବାଟ ପାଉନାହାନ୍ତି ବିଜେଡି ଓ କଂଗ୍ରେସ

dh-ele

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପାଇଁ ବିଜେପି ଘୋଷଣା କଲା ପ୍ରାର୍ଥୀ। ସ୍ୱର୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କ ନାଁରେ ଦଳ ମାରିଛି ବିଧିବଦ୍ଧ ମୋହର। ଆଜି କେନ୍ଦ୍ରୀୟ ବିଜେପି ପକ୍ଷରୁ ଏନେଇ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି। ତେବେ ଏହା ପୂର୍ବରୁ ହିଁ ସୂର୍ଯ୍ୟବଂଶୀ ଧାମନଗରରେ ନିଜ କ୍ୟାଂପେନ୍ ଆରମ୍ଭ କରିସାରିଛନ୍ତି। ସେପଟେ ବିଜେପି ଟିମ୍ ବୈଠକ କରି ନିର୍ବାଚନ ଜିତିବା ରଣନୀତି ପ୍ରସ୍ତୁତ କରିଛି। ଏବେ ଦଳ ପ୍ରଚାର ଜୋରସୋରେ କରିବା ପାଇଁ ପ୍ରସ୍ତୁତ ହୋଇଛି। ଏନେଇ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ସ୍ଥାନୀୟ ଲୋକଙ୍କ ଅନେକ ଆଶା ବାପାଙ୍କ ଉପରେ ରହିଥିଲା। ବାପା ଚାଲି ଯାଇଥିବାରୁ ଏହି ଅଧୁରା ସ୍ୱପ୍ନକୁ ସେ ପୂରଣ କରିବେ।

Advertisment

ତେବେ ବିଜେଡି ଓ କଂଗ୍ରେସ୍ ଏଯାଏଁ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିନାହାନ୍ତି। କାହାକୁ ପ୍ରାର୍ଥୀ କରାଯିବ ଦୁଇଦଳ ବାଟ ଖୋଜି ପାଉନି। ତେଣେ ଏହି ନିର୍ବାଚନ ମଣ୍ଡଳୀରେ ନିର୍ଣ୍ଣାୟକ ଭୂମିକା ନେଇପାରିନ୍ତି ସଂଖ୍ୟାଲଘୁ ଭୋଟର୍। ଏଠାରେ ୨୦ ପ୍ରତିଶତରୁ ଅଧିକ ସଂଖ୍ୟାଲଘୁ ଭୋଟର୍ ଥିବାରୁ ସେମାନଙ୍କୁ ପ୍ରଭାବିତ କରିବା ପାଇଁ ଆଜି ପ୍ରଫେଟ୍ ମହମ୍ମଦଙ୍କ ଜୟନ୍ତୀରେ ବିଜେଡି ଆୟୋଜନ କରିଥିଲା ସମାବେଶ। ଷେଣ୍ଢପୁରରୁ ଏକ ବାଇକ୍ ଶୋଭାଯାତ୍ରା ବାହାରି ଦୋବଲରେ ପହଞ୍ଚିଥିଲା ସେଠାରେ ଅନୁଷ୍ଠିତ ସଭାରେ ବିଜେଡିରେ ହେଭିେଓ୍ୱଟ୍ ନେତାମାନେ ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତା ବଖାଣିଥିଲେ। ଏଠାରେ ବିଜେଡି ଟିକଟ୍ ଆଶାୟୀ ରାଜେନ୍ଦ୍ର ଦାସ ଓ ମୁକ୍ତିକାନ୍ତ ମଣ୍ଡଳ ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟପଟେ ବିଜେଡି ପକ୍ଷରୁ ଲୁଣିଆଠାରେ ମଧ୍ୟ ପଦଯାତ୍ରା ଆୟୋଜନା କରାଯାଇଥିଲା।

ବିଜେଡି ଘନ ଘନ ସଭା କରୁଥିଲେ ମଧ୍ୟ ଦଳରେ ବଢୁଥିବା ଗୋଷ୍ଠୀ କନ୍ଦଳ ପାଇଁ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଥିବା କୁହଯାଉଛି। ତେଣେ କଂଗ୍ରେସ କ୍ଷେତ୍ର ପରିଦର୍ଶନ କରି କାହାକୁ ପ୍ରାର୍ଥୀ କରାଯିବ ସେନେଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଆସନ୍ତାକାଲି ପିସିସି ସଭାପତି ଓ ଗଠିତ କମିଟି ମଧ୍ୟରେ ବୈଠକ ହେବ ତାପରେ ପ୍ରାର୍ଥୀ ଘୋଷଣା ହେବ ବୋଲି ସୂଚନା ମିଳିଛି।

Advertisment

ବିଜେଡି ଓ କଂଗ୍ରେସ୍ ଏଯାଏଁ ପ୍ରାର୍ଥୀ ଘୋଷଣା କରିନଥିଲେ ବି ଚୂଡ଼ାନ୍ତ ହୋଇସାରିଛି ସବୁ ଦଳର ରଣନୀତି। କିଏ କେଉଁ ପଂଚାୟତ ଜଗିବ, କେଉଁ କେଉଁ ନେତା ପ୍ରଚାର କରିବେ, ସମନ୍ୱୟ ଦାୟିତ୍ୱରେ କିଏ ରହିବେ, ସେନେଇ ଅଙ୍କକଷା ସରିଛି। ତେଣୁ ୨୦୨୪ ପୂର୍ବରୁ ଧାମନଗର ଉପନିର୍ବାଚନ ସବୁ ଦଳ ପାଇଁ ଏକ ପ୍ରକାର ଅଗ୍ନି ପରୀକ୍ଷା ହେବ। କାହାରେ କେତେ ଦମ୍ ଅଛି ତାହା ଏଠାରୁ ଜଣାପଡ଼ିବ।

ସୂଚନା ଥାଉକି, ଏଠାରେ ସେପ୍ଟେମ୍ବର ୭ରେ ବିଧିବଦ୍ଧ ଭାବେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସାତ ତାରିଖରୁ ୧୪ ତାରିଖ ଯାଏଁ ନାମାଙ୍କନପତ୍ର ଦାଖଲ କରିବା ଅବଧି ରହିଛି। ଧାମନଗର ବିଧାନସଭା ମଣ୍ଡଳରେ ୨ ଲକ୍ଷ ୩୮ ହଜାର ଭୋଟର ଭୋଟ ଅଛନ୍ତି। ଯାହା ମଧ୍ୟରୁ ୧ ଲକ୍ଷ ୨୩ ହଜାର ପୁରୁଷ ଓ ୧ ଲକ୍ଷ ୧୫ ହଜାର ମହିଳା ରହିଛନ୍ତି। ଧାମନଗରରେ ୨୫୨ଟି ବୁଥ୍ ରହିଛି। ୫୦ ପ୍ରତିଶତ ବୁଥ୍‌ରେ ୱେବକାଷ୍ଟିଂ ହେବ।

୨୦୦୦  ମସିହାରେ ବିଜେପି-ବିଜେଡି ମେଣ୍ଟ ହେବା ପରେ ଧାମନଗର ଆସନ ବିଜେପି ଭାଗରେ ପଡିଥିଲା। ହେଲେ ବିଜେପିର ମନମୋହନ ସାମଲଙ୍କୁ ହରାଇ ସ୍ୱାଧୀନ ପ୍ରାର୍ଥୀ ମାନସ ମଲ୍ଲିକ ବିଜୟୀ ହୋଇଥିଲେ। ପରେ ୨୦୦୪ରେ ବିଜେପିର ମନମୋହନ ସାମଲ ଏଠାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ରେ ଏହି ଆସନ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ହେଲା ପରେ ସେଠାରୁ ବିଜେଡିର ରାଜେନ୍ଦ୍ର ଦାସ ବିଜୟୀ ହୋଇଥିଲେ । ସେହିପରି ୨୦୧୪ରେ ବିଜେଡିର ମୁକ୍ତିକାନ୍ତ ମଣ୍ଡଳ ବିଧାୟକ ହୋଇଥିଲେ। ତେବେ ୨୦୧୯ରେ ବିଜେପିର ବିଷ୍ଣୁ ସେଠୀ ମାତ୍ର ୪ ହଜାର ୬୨୫ ଖଣ୍ଡ ଭୋଟରେ ବିଜେଡିର ରାଜେନ୍ଦ୍ର ଦାସଙ୍କୁ ପରାସ୍ତ କରି ଧାମନଗରରେ ପୁଣି ପଦ୍ମ ଫୁଟାଇଥିଲେ ।

ଧାମନଗର ବ୍ଲକର ୩୧, ତିହିଡିର ୧୩ ଓ ନବଗଠିତ ଧାମନଗର ଏନଏସିରେ ୧୧ଟି ଓ୍ୱାର୍ଡକୁ ନେଇ ଧାମନଗର ବିଧାନସଭା ଆସନ। ୨୦୧୯ରେ ଏଠାରେ ବିଜେପି ବାଜି ମାରିଥିବା ବେଳେ ଗତ ପଂଚାୟତ ଓ ପୌର ନିର୍ବାଚନରେ ବିଜେଡିକୁ ସଫଳତା ମିଳିଥିଲା । ତେଣୁ ନିର୍ବାଚନ ଫଳାଫଳ କାହା ସପକ୍ଷରେ ଯିବ ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe