ଧାମନଗର ଉପନିର୍ବାଚନ: ଭୋଟ୍ ଦେବାରେ ମହିଳା ଆଗୁଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟରମାନେ ଅଧିକ ଉତ୍ସାହ ଦେଖାଇଛନ୍ତି । ଗତକାଲି ସୁଦଶା ବ୍ରତ ସତ୍ତ୍ୱେ ପୁରୁଷ ଭୋଟରଙ୍କ ତୁଳନାରେ ପ୍ରାୟ ୬ହଜାର ଅଧିକ ମହିଳା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଧାମନଗର ଉପନିର୍ବାଚନ ପାଇଁ ଗତକାଲି ମତଦାନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆସନ୍ତା ୬ତାରିଖରେ ଗଣତି ହେବ । ୨ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ମୋଟ୍ ୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍ ହୋଇ ରହିଥିବାବେଳେ […]

Voting

Voting

Ordigital Desk
  • Published: Friday, 04 November 2022
  • Updated: 04 November 2022, 06:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟରମାନେ ଅଧିକ ଉତ୍ସାହ ଦେଖାଇଛନ୍ତି । ଗତକାଲି ସୁଦଶା ବ୍ରତ ସତ୍ତ୍ୱେ ପୁରୁଷ ଭୋଟରଙ୍କ ତୁଳନାରେ ପ୍ରାୟ ୬ହଜାର ଅଧିକ ମହିଳା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଧାମନଗର ଉପନିର୍ବାଚନ ପାଇଁ ଗତକାଲି ମତଦାନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆସନ୍ତା ୬ତାରିଖରେ ଗଣତି ହେବ । ୨ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ମୋଟ୍ ୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍ ହୋଇ ରହିଥିବାବେଳେ ମୋଟ ୬୮.୯୮ ପ୍ରତିଶତ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିବା ଜଣାପଡ଼ିଛି ।

ରାଜ୍ୟ ମୁଖ୍ୟ ନିର୍ବଚାନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ଧାମନଗର ନିର୍ବାଚନମଣ୍ଡଳୀରେ ମୋଟ ୨ଲକ୍ଷ ୩୮ହଜାର ୪୧୭ଜଣ ଭୋଟରଙ୍କ ମଧ୍ୟରୁ ୧ଲକ୍ଷ ୬୪ହଜାର ୪୬୫ଜଣ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ତେବେ ଉଦବେଗର କଥା ହେଉଛି, ଧାମନଗର ଉପନିର୍ବାଚନରେ ଭୋଟ୍ ଦେବା ପାଇଁ ପୁରୁଷ ଭୋଟରମାନେ ଅପେକ୍ଷାକୃତ କମ୍ ଆଗ୍ରହ ଦେଖାଇଛନ୍ତି । ଧାମନଗର ନିର୍ବାଚନମଣ୍ଡଳୀରେ ମୋଟ ୧ଲକ୍ଷ ୨୩ହଜାର ୩୮ଜଣ ପୁରୁଷ, ୧ଲକ୍ଷ ୧୫ହଜାର ୩୪୬ଜଣ ମହିଳା ଭୋଟର ଓ ୩୩ଜଣ କିନ୍ନର ଭୋଟର ଅଛନ୍ତି । ନିର୍ବାଚନମଣ୍ଡଳୀରେ ମହିଳା ଭୋଟରଙ୍କ ତୁଳନାରେ ପୁରୁଷ ଭୋଟରଙ୍କ ସଂଖ୍ୟା ପ୍ରାୟ ୮ହଜାର ଅଧିକ ଥିଲେ ମଧ୍ୟ ଚଳିତ ଉପନିର୍ବାଚନରେ ଅପେକ୍ଷାକୃତ ଅଧିକ ସଂଖ୍ୟକ ମହିଳା ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।

ସୂଚନା ଅନୁସାରେ, ଚଳିତ ଉପନିର୍ବାଚନରେ ମୋଟ ୮୫,୪୫୨ଜଣ ମହିଳା ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିବାବେଳେ ଭୋଟ୍ ଦେଇଥିବା ପୁରୁଷ ଭୋଟରଙ୍କ ସଂଖ୍ୟା ମାତ୍ର ୭୯,୦୧୧ । ପୁରୁଷଙ୍କ ତୁଳନାରେ ପ୍ରାୟ ୬ହଜାର ଅଧିକ ମହିଳା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ସେହିପରି ୩୩ଜଣରୁ ମାତ୍ର ୨ଜଣ କିନ୍ନର ମତଦାନରେ ସାମିଲ ହୋଇଥିବା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତକାଲି ବୁଥ୍ ରିଗିଂ, ଗଣ୍ଡଗୋଳ ଓ ଉତ୍ତେଜନା ମଧ୍ୟରେ ଧାମନଗର ଉପନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଶେଷ ହୋଇଛି । ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ ଓ ପବିତ୍ର ମୋହନ ଦାସଙ୍କ ସମେତ ବିଜେଡିର ଅବନ୍ତୀ ଦାସ, ବିଜେପିର ସୂର୍ଯ୍ୟବଂଶୀ ସୂରଜ ଓ କଂଗ୍ରେସର ବାବା ହରେକୃଷ୍ଣ ସେଠୀଙ୍କ ଭାଗ୍ୟ ଆଜି ଇଭିଏମରେ ସିଲ୍ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story