Advertisment

ଧାମନଗର ‌ଏନ୍‌ଏସି ୩ ଦିନ ଶଟ୍‌ଡାଉନ୍

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଧାମନଗର ଏନ୍‌ଏସିକୁ ଜିଲ୍ଲା ପ୍ରଶାସନ ତିନି ଦିନ ଶଟ୍‌ଡାଉନ୍ ଘୋଷଣା କରିଛି। ଆସନ୍ତାକାଲି ସକାଳ ୫ଟାରୁ ୨୦ ତାରିଖ ସକାଳ ୫ଟା ଯାଏ ଶଟ୍‌ଡାଉନ୍ ଘୋଷଣା କରାଯାଇଛି। ଏହି ଏନ୍‌ଏସିରେ ଜଣେ ହୋମିଓ ପ୍ୟାଥିକ ଡାକ୍ତରଙ୍କର କରୋନାରେ ମୃତ୍ୟୁ ଘଟିଥିଲା। ତେଣୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ଏହି ଶଟ୍‌ଡାଉନ୍ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୪ରେ ପହଞ୍ଚିଛି।  ସେଥିମଧ୍ୟରୁ ୨୨ ଜଣ ବିଭିନ୍ନ କୋଭିଡ୍ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ଧାମନଗର ‌ଏନ୍‌ଏସି ୩ ଦିନ ଶଟ୍‌ଡାଉନ୍

police

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଧାମନଗର ଏନ୍‌ଏସିକୁ ଜିଲ୍ଲା ପ୍ରଶାସନ ତିନି ଦିନ ଶଟ୍‌ଡାଉନ୍ ଘୋଷଣା କରିଛି। ଆସନ୍ତାକାଲି ସକାଳ ୫ଟାରୁ ୨୦ ତାରିଖ ସକାଳ ୫ଟା ଯାଏ ଶଟ୍‌ଡାଉନ୍ ଘୋଷଣା କରାଯାଇଛି।

Advertisment

ଏହି ଏନ୍‌ଏସିରେ ଜଣେ ହୋମିଓ ପ୍ୟାଥିକ ଡାକ୍ତରଙ୍କର କରୋନାରେ ମୃତ୍ୟୁ ଘଟିଥିଲା। ତେଣୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ଏହି ଶଟ୍‌ଡାଉନ୍ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୪ରେ ପହଞ୍ଚିଛି।  ସେଥିମଧ୍ୟରୁ ୨୨ ଜଣ ବିଭିନ୍ନ କୋଭିଡ୍ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏଥିସହ ୨୭୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Advertisment