Advertisment

୧୫ ରାଉଣ୍ଡ ଗଣତି ଶେଷ: ସୂର୍ଯ୍ୟବଂଶୀ ୭୬୬୩ ଭୋଟରେ ଆଗୁଆ

ଭଦ୍ରକ (ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ଆଜି ଭୋଟ୍ ଗଣତି ଚାଲିଛି। ମୋଟ ୧୮ଟି ରାଉଣ୍ଡ ଗଣତି ହେବାକୁ ଥିବା ବେଳେ ୧୫ ରାଉଣ୍ଡ ଗଣତି ଶେଷ ହୋଇଛି। ଏହି ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ତାଙ୍କର ନିକଟତମ ପ୍ରାର୍ଥୀ ବିଜେଡିର ଅବନ୍ତୀ ଦାସଙ୍କ ଠାରୁ ୭୬୬୩ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।   ୧୫ ରାଉଣ୍ଡ ଗଣତି ଶେଷ ସୁଦ୍ଧା  ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ୬୭,୦୫୬ ଖଣ୍ଡ ଭୋଟ୍ […]

ଅଦ୍ୟତନ ହୋଇଛି
ପ୍ରଥମ ରାଉଣ୍ଡରେ ବିଜେପି ଆଗୁଆ

Dhamnagar

Advertisment

ଭଦ୍ରକ (ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ଆଜି ଭୋଟ୍ ଗଣତି ଚାଲିଛି। ମୋଟ ୧୮ଟି ରାଉଣ୍ଡ ଗଣତି ହେବାକୁ ଥିବା ବେଳେ ୧୫ ରାଉଣ୍ଡ ଗଣତି ଶେଷ ହୋଇଛି। ଏହି ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ତାଙ୍କର ନିକଟତମ ପ୍ରାର୍ଥୀ ବିଜେଡିର ଅବନ୍ତୀ ଦାସଙ୍କ ଠାରୁ ୭୬୬୩ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

Advertisment

୧୫ ରାଉଣ୍ଡ ଗଣତି ଶେଷ ସୁଦ୍ଧା  ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ୬୭,୦୫୬ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡିର ଅବନ୍ତୀ ଦାସ ୫୯,୩୯୩ ଖଣ୍ଡ ଭୋଟ୍ ପାଇଛନ୍ତି।

ବିଜେଡିରୁ ଟିକେଟ୍ ନମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ୭୪୨୩ ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ୨୯୧୪ ଖଣ୍ଡ ଭୋଟ୍ ପାଇଛନ୍ତି। ଗଣତି ସରିଥିବା ମୋଟ ୧୩୭୭୨୨ ଭୋଟ୍ ମଧ୍ୟରୁ ବିଜେପି ପ୍ରାର୍ଥୀ ଅଧିକ ଭୋଟ ପାଇ ଆଗରେ ରହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe