କରୋନା କଟକଣା ଆଗରେ ଫିକା ପଡ଼ିଗଲା କଂସଙ୍କ ଦବଦବା  

ବିନିକା (ଦିଲ୍ଲୀପ ସାହୁ): ଧନୁଯାତ୍ରା ମହୋତ୍ସବରେ ବସୁଥିଲା କଂସଙ୍କ ଦରବାର। ଚାଲୁଥିଲା ତାଙ୍କ ରାଜୁତି। ତାଙ୍କ ଆଦେଶ ମାନିବାକୁ ଅପେକ୍ଷା କରି ରହୁଥିଲେ ପ୍ରଜା। ଦୀର୍ଘ ୭ ବର୍ଷ ହେଲା ଏସ୍‌.ରାମପୁର ଗାଁରେ ମହା ଆଡମ୍ୱରରେ ପାଳିତ ହୋଇଆସୁଥିବା  ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଏଥର କିନ୍ତୁ ଇତିହାସ। ନା ମୀନା ବଜାର ପଡ଼ିଛି ନା  ଜମିଛି ସାଂସ୍କୃତିକ କାର୍ଯ୍ୟକ୍ରମର ଆସର। ଏଥର କରୋନା କଟକଣା ଆଗରେ ଫିକା ପଡ଼ିଗଲା କଂସଙ୍କ ଦବଦବା। ସରକାରଙ୍କ କରୋନା କଟକଣା ଯୋଗଁ […]

sonapur-2

sonapur-2

Niharika Rout
  • Published: Tuesday, 08 December 2020
  • Updated: 08 December 2020, 02:39 PM IST

Sports

Latest News

ବିନିକା (ଦିଲ୍ଲୀପ ସାହୁ): ଧନୁଯାତ୍ରା ମହୋତ୍ସବରେ ବସୁଥିଲା କଂସଙ୍କ ଦରବାର। ଚାଲୁଥିଲା ତାଙ୍କ ରାଜୁତି। ତାଙ୍କ ଆଦେଶ ମାନିବାକୁ ଅପେକ୍ଷା କରି ରହୁଥିଲେ ପ୍ରଜା। ଦୀର୍ଘ ୭ ବର୍ଷ ହେଲା ଏସ୍‌.ରାମପୁର ଗାଁରେ ମହା ଆଡମ୍ୱରରେ ପାଳିତ ହୋଇଆସୁଥିବା  ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଏଥର କିନ୍ତୁ ଇତିହାସ। ନା ମୀନା ବଜାର ପଡ଼ିଛି ନା  ଜମିଛି ସାଂସ୍କୃତିକ କାର୍ଯ୍ୟକ୍ରମର ଆସର। ଏଥର କରୋନା କଟକଣା ଆଗରେ ଫିକା ପଡ଼ିଗଲା କଂସଙ୍କ ଦବଦବା।

ସରକାରଙ୍କ କରୋନା କଟକଣା ଯୋଗଁ ଏଥର ବନ୍ଦ ହୋଇଯାଇଛି ବହୁ ପ୍ରତିକ୍ଷୀତ ଧନୁଯାତ୍ରା। କେବଳ ବିଧିରକ୍ଷା ପାଇଁ ରାମପୁର ଗୋପାଳଜୀ ମନ୍ଦିରରେ ପାଳିତ ହୋଇଛି ଏହି ମହୋତ୍ସବ। ଗୋପପୁର କମିଟି ଦ୍ୱାରା ଭାଗବତ ପୁରାଣ ପାଠ କୃଷ୍ଣ ଜନ୍ମରୁ ଆରମ୍ଭ କରି କଂସ ନିଧନ ଏବଂ ନନ୍ଦ ଉତ୍ସବ ପର୍ଯ୍ୟନ୍ତ ପଠନ କରାଯାଇଥିଲା।

ଏଇ ଭାଗବତ ପୁରାଣକୁ ବ୍ୟାସ ଶ୍ରୀରାମ ପଣ୍ଡା ପଠନ କରୁଥିବା ବେଳେ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି  ଚାରିଆଡେ ଭଗବାନଙ୍କ ନାମ ପ୍ରକମ୍ପିତ ହୋଇଛି। କୋଭିଡ ନିୟମ ମାନି ୩୦ରୁ ୪୦ ଜଣ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos