Advertisment

ପରାମର୍ଶ ଆଳରେ ସରକାରୀ ବାବୁଙ୍କୁ ଧର୍ମେନ୍ଦ୍ରଙ୍କ ତୀର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଆଳରେ ତୀର ମାରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଶେଷ କରି କରୋନା ସମୟରେ ସରକାରୀ ଅଧିକାରୀମାନଙ୍କ ବ୍ୟବହାର ନେଇ ନାନା ଅଭିଯୋଗ ଆସିବାରେ ଲାଗିଥିଲା। ଆଜି ଧର୍ମେନ୍ଦ୍ର ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଲୋକଙ୍କୁ ନାଲିଆଖି ନୁହେଁ, ବୁଝେଇବାକୁ ହେବ। ଏହା ବୁଝାଇବାକୁ ଯାଇ ସେ କହିଛନ୍ତି, ଖା-ଭୁଞ୍ଜ-ଗିଳିର ଅର୍ଥ ସମାନ; କିନ୍ତୁ ଭାବାର୍ଥ ଅଲଗା। ଆଜି ସମସ୍ତେ କଥା ମାନୁଛନ୍ତି, ନହେଲେ ରଥଯାତ୍ରା ଭଲରେ ହୋଇନଥାନ୍ତା ବୋଲି […]

ପରାମର୍ଶ ଆଳରେ ସରକାରୀ ବାବୁଙ୍କୁ ଧର୍ମେନ୍ଦ୍ରଙ୍କ ତୀର

dp

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଆଳରେ ତୀର ମାରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଶେଷ କରି କରୋନା ସମୟରେ ସରକାରୀ ଅଧିକାରୀମାନଙ୍କ ବ୍ୟବହାର ନେଇ ନାନା ଅଭିଯୋଗ ଆସିବାରେ ଲାଗିଥିଲା। ଆଜି ଧର୍ମେନ୍ଦ୍ର ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଲୋକଙ୍କୁ ନାଲିଆଖି ନୁହେଁ, ବୁଝେଇବାକୁ ହେବ।

Advertisment

ଏହା ବୁଝାଇବାକୁ ଯାଇ ସେ କହିଛନ୍ତି, ଖା-ଭୁଞ୍ଜ-ଗିଳିର ଅର୍ଥ ସମାନ; କିନ୍ତୁ ଭାବାର୍ଥ ଅଲଗା। ଆଜି ସମସ୍ତେ କଥା ମାନୁଛନ୍ତି, ନହେଲେ ରଥଯାତ୍ରା ଭଲରେ ହୋଇନଥାନ୍ତା ବୋଲି ସେ କହିଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି, କଥା ମାନିବା ଯୋଗୁଁ ରଥଯାତ୍ରା ସୁରୁଖୁରୁରେ ହେଲା, ନାଲିଆଖି ପାଇଁ ନୁହେଁ। ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି, ପ୍ରଶାସନରେ ଥିବା ସବୁ ବନ୍ଧୁ ଲୋକଙ୍କ ମନକୁ ଜିତି ସେମାନଙ୍କୁ ବୁଝାନ୍ତୁ। ଅଧିକାରୀ ବନ୍ଧୁମାନଙ୍କୁ ସଂଯମ, ସନ୍ତୁଳନ ଦେଖାଇବାକୁ ପଡ଼ିବ। ଥରେ ଅବିଶ୍ୱାସ, ଅଶାନ୍ତି ବାତାବରଣ ହେଲେ ବ୍ୟକ୍ତି ମୂଳକଥା ଭୁଲିଯାଇଥାଏ ବୋଲି ସେ କହିଛନ୍ତି।

Advertisment

ସେ ନାଲି ଆଖି ବାବଦରେ କହିଛନ୍ତି, ଡରାଇଲେ ଲାଭ ହେବନି, ନାଲିଆଖି ଦେଖାଇଲେ ଉତ୍ତର ବାହାରିବନି। ବ୍ୟବସ୍ଥାରେ ଥିବା ଲୋକ ସମ୍ବେଦନଶୀଳତାକୁ ବୁଝିବା ଦରକାର ବୋଲି କହିଛନ୍ତି ଧର୍ମେନ୍ଦ୍ର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe