Advertisment

‘ବିନା ବଜେଟରେ କାଳିଆ ଯୋଜନା କରି ଚାଷୀଙ୍କୁ ଠକୁଛନ୍ତି ସରକାର’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିନା ତାଲିକା ଓ ବିନା ବଜେଟରେ କାଳିଆ ଯୋଜନା କରି ଚାଷୀଙ୍କୁ ଠକୁଛନ୍ତି ସରକାର। ଆଜି ନୟାଗଡରେ ପୂର୍ବତନ ସାଂସଦ ହେମେନ୍ଦ୍ର ସିଂହଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ରାଜ୍ୟ ସରକାରଙ୍କ ଉପରେ ସିଧାସଳଖ ହମ୍‌ଲା କରି ଏଭଳି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି-“‘କାଳିଆ’ର ବଜେଟ ଓ ତାଲିକା ମାଗିଥିଲେ ନିର୍ବାଚନ କମିଶନ। ହେଲେ ରାଜ୍ୟ ସରକାର ତଥ୍ୟ ଦେଇପାରି ନଥିଲେ। ‘କାଳିଆ’ କେବଳ ଭାଷଣରେ ସୀମୀତ ରହିଛି। ସେହିପରି […]

author-image
Manoranjan Sial
ଅଦ୍ୟତନ ହୋଇଛି
‘ବିନା ବଜେଟରେ କାଳିଆ ଯୋଜନା କରି ଚାଷୀଙ୍କୁ ଠକୁଛନ୍ତି ସରକାର’

Dharmendra-asks-chief-minister-to-come-clean

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିନା ତାଲିକା ଓ ବିନା ବଜେଟରେ କାଳିଆ ଯୋଜନା କରି ଚାଷୀଙ୍କୁ ଠକୁଛନ୍ତି ସରକାର। ଆଜି ନୟାଗଡରେ ପୂର୍ବତନ ସାଂସଦ ହେମେନ୍ଦ୍ର ସିଂହଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ରାଜ୍ୟ ସରକାରଙ୍କ ଉପରେ ସିଧାସଳଖ ହମ୍‌ଲା କରି ଏଭଳି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Advertisment

ସେ କହିଛନ୍ତି-“‘କାଳିଆ’ର ବଜେଟ ଓ ତାଲିକା ମାଗିଥିଲେ ନିର୍ବାଚନ କମିଶନ। ହେଲେ ରାଜ୍ୟ ସରକାର ତଥ୍ୟ ଦେଇପାରି ନଥିଲେ। ‘କାଳିଆ’ କେବଳ ଭାଷଣରେ ସୀମୀତ ରହିଛି। ସେହିପରି ପିଏମ୍‌ କିଷାନ ପାଇଁ ମାତ୍ର ୮ ଲକ୍ଷ ଚାଷୀଙ୍କ ତାଲିକା ପଠାଇ ରାଜ୍ୟ ସରାକାର ଚୁପ୍‌ ବସିଛନ୍ତି।”

publive-imageସେ କହିଛନ୍ତି-“କୋଲବ୍ଲକ୍‌ ଆବଣ୍ଟନ ମାମଲାରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲନ୍ତୁ। କୋଲ୍‌ ବ୍ଲକ୍‌ ଆବଣ୍ଟନରେ ନବୀନଙ୍କ ସଂପୃକ୍ତି ନେଇ ମୁଁ ୩ଟି ପ୍ରଶ୍ନ ପଚାରିଛି। ୨୦୧୭ ନଭେମ୍ବର ୨୫ ତାରିଖରେ ନବୀନଙ୍କୁ ସିବିଆଇ ଜେରା କରିଛି ନା ନାହିଁ? ଭୂତ କମ୍ପାନୀଠୁ ଶହ ଶହ କୋଟି ଲାଞ୍ଚ ନେଇ କୋଇଲା ଖଣି ଦେଇଛନ୍ତି ନା ନାହିଁ? ସତ୍ୟପାଠରେ ଏକଥା ଉଲ୍ଲେଖ କରିଛନ୍ତି ନା ନାହିଁ? ଏ ସମସ୍ତ ପ୍ରଶ୍ନର ଉତ୍ତର ମୁଁ ଜାଣିବାକୁ ଚାହୁଁଛି।”

Advertisment

publive-imageସେପଟେ ପରିବର୍ତ୍ତନର ନାରା ଦେଇ ନବୀନ ସରକାର ଉପରେ ଜୋରଦାର ଢଙ୍ଗରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ହେମେନ୍ଦ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଇ ନ ଦେବାକୁ ଶାସକଦଳ ଷଡଯନ୍ତ୍ର କରିଥିବା ସେ ଅଭିଯୋଗ କରିଛନ୍ତି। ନାରୀ ନିର୍ଯାତନା ଓ ଶିଶୁ ଦୁଷ୍କର୍ମ କ୍ଷେତ୍ରରେ ରାଜ୍ୟ ସରକାର ଓଡ଼ିଶାକୁ ନମ୍ବର ଓ୍ୱାନ୍ ରାଜ୍ୟରେ ପରିଣତ କରିଥିବା ସେ ଆକ୍ଷେପ କରିଛନ୍ତି।

ଏହି ସଭାରେ ବରିଷ୍ଠ ନେତା ଡା. ଦାମୋଦର ରାଉତ ଓ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ତେବେ ବିଜେପି ନେତାଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିନାହିଁ।