Advertisment

ନବୀନଙ୍କୁ ପ୍ରଶ୍ନ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତିଭିତ୍ତିକ ସର୍ଭେ ନିଷ୍ପତ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗତ ୩୦ ବର୍ଷ ଧରି ରାଜ୍ୟ ସରକାର ମଣ୍ଡଳ କମିଶନ ଲାଗୁ କରିନାହାନ୍ତି। ଏନେଇ ଗତ ଜୁଲାଇରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ। କିନ୍ତୁ ଏହାପରେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ରାଜ୍ୟର ଶିକ୍ଷାନୁଷ୍ଠାନରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କାହିଁକି ଲାଗୁ କରାଯାଇନାହିଁ। ଏପରିକି ଚାକିରି କ୍ଷେତ୍ରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ […]

ନବୀନଙ୍କୁ ପ୍ରଶ୍ନ କଲେ ଧର୍ମେନ୍ଦ୍ର

naveen-and-dharmendra-750x420

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତିଭିତ୍ତିକ ସର୍ଭେ ନିଷ୍ପତ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗତ ୩୦ ବର୍ଷ ଧରି ରାଜ୍ୟ ସରକାର ମଣ୍ଡଳ କମିଶନ ଲାଗୁ କରିନାହାନ୍ତି। ଏନେଇ ଗତ ଜୁଲାଇରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ। କିନ୍ତୁ ଏହାପରେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।

Advertisment

ରାଜ୍ୟର ଶିକ୍ଷାନୁଷ୍ଠାନରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କାହିଁକି ଲାଗୁ କରାଯାଇନାହିଁ। ଏପରିକି ଚାକିରି କ୍ଷେତ୍ରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସଂରକ୍ଷଣ ବ୍ୟବସ୍ଥା ରହିଛି। କିନ୍ତୁ ଏପର୍ଯ୍ୟନ୍ତ ଲାଗୁ କରାଯାଇନାହିଁ। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ବର୍ଗଙ୍କର ଜନଗଣନା ପାଇଁ କେନ୍ଦ୍ରକୁ ରାଜ୍ୟ ସରକାର ପ୍ରସ୍ତାବ ଦେଇପାରିବେ। ଏହାପରେ କେନ୍ଦ୍ର ସରକାର ବିଚାର କରି ବାଟ ବାହାର କରିବେ। ଏସବୁ ବ୍ୟବସ୍ଥା ଥାଇ ମଧ୍ୟ ରାଜ୍ୟ ସରକାର କାହିଁକି ଚୁପ୍‌ ବସିଛନ୍ତି ବୋଲି ବିଜେପି ଓ କଂଗ୍ରେସ ଦୁହେଁ ନବୀନଙ୍କୁ ଟାର୍ଗେଟ୍‌ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe