Advertisment

ଧର୍ମେନ୍ଦ୍ରଙ୍କ ଗଧ ମନ୍ତବ୍ୟକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ଗତ ୨୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଚାଷୀ ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଧ ଶବ୍ଦ ବ୍ୟବହାର କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ରାଜ୍ୟରେ ଗାଇ, ମଇଁଷି ସଂଖ୍ୟା କମୁଥିବା ବେଳେ ଗଧ ସଂଖ୍ୟା ବଢୁଛି ବୋଲି ବରଗଡ଼ ଚାଷୀ ସମାବେଶରେ ଧର୍ମେନ୍ଦ୍ର ମନ୍ତବ୍ୟ ଦେଇଥିଲେ। ତାଙ୍କର ଏପରି ମନ୍ତବ୍ୟକୁ ନେଇ ବିଜେଡି ସ୍ପଷ୍ଟିକରଣ ମାଗିଛି। କାହାକୁ ଆକ୍ଷେପ କରି ଧର୍ମେନ୍ଦ୍ର ଏପରି ମନ୍ତବ୍ୟ ଦେଇଛନ୍ତି, ତାହା ସ୍ପଷ୍ଟ କରନ୍ତୁ ବୋଲି ଦଳ ପ୍ରଶ୍ନ କରିଛି। ୨୦ […]

ଧର୍ମେନ୍ଦ୍ରଙ୍କ ଗଧ ମନ୍ତବ୍ୟକୁ ନେଇ ଚର୍ଚ୍ଚା

dharmendra

Advertisment

ଭୁବନେଶ୍ୱର: ଗତ ୨୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଚାଷୀ ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଧ ଶବ୍ଦ ବ୍ୟବହାର କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ରାଜ୍ୟରେ ଗାଇ, ମଇଁଷି ସଂଖ୍ୟା କମୁଥିବା ବେଳେ ଗଧ ସଂଖ୍ୟା ବଢୁଛି ବୋଲି ବରଗଡ଼ ଚାଷୀ ସମାବେଶରେ ଧର୍ମେନ୍ଦ୍ର ମନ୍ତବ୍ୟ ଦେଇଥିଲେ। ତାଙ୍କର ଏପରି ମନ୍ତବ୍ୟକୁ ନେଇ ବିଜେଡି ସ୍ପଷ୍ଟିକରଣ ମାଗିଛି। କାହାକୁ ଆକ୍ଷେପ କରି ଧର୍ମେନ୍ଦ୍ର ଏପରି ମନ୍ତବ୍ୟ ଦେଇଛନ୍ତି, ତାହା ସ୍ପଷ୍ଟ କରନ୍ତୁ ବୋଲି ଦଳ ପ୍ରଶ୍ନ କରିଛି।

Advertisment

୨୦ ତାରିଖରେ ଭୁବନେଶ୍ୱରରେ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ ଦେଇଥିବା ପରିସଂଖ୍ୟାନକୁ ଉଲ୍ଲେଖ କରି ଧର୍ମେନ୍ଦ୍ର ସଭା ମଞ୍ଚରେ ଏପରି କହିଥିଲେ। ହେଲେ ବିଜେଡି ଏହାକୁ ନେଇ ପ୍ରଶ୍ନ ଉଠାଇଛି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି “ଧର୍ମେନ୍ଦ୍ର କେଉଁ ଉଦ୍ଦେଶ୍ୟରେ ଏପରି କହିଲେ, ଗଧର ଆଖ୍ୟା ସେ କାହାକୁ ଦେଉଛନ୍ତି, ତାହା ସ୍ପଷ୍ଟ କରନ୍ତୁ।”

ଏହି ପ୍ରସଙ୍ଗରେ ବିଜେଡି ଉପ ସଭାପତି ତଥା ଅବକାରୀ ମନ୍ତ୍ରୀ ଦାମୋଦର ରାଉତ କିନ୍ତୁ ଭିନ୍ନ ମତ ରଖିଛନ୍ତି। ସେ କହିଛନ୍ତି, “ଧର୍ମେନ୍ଦ୍ର କହୁଛନ୍ତି ରାଜ୍ୟରେ ଲୋକଙ୍କ ଆର୍ଥିକ ଅବସ୍ଥା ବଦଳି ଗଲାଣି। ଆମମାନଙ୍କ ପରି ବହୁ ଧୋବା ଏଠାକୁ ଆସୁଛନ୍ତି। ତେଣୁ ଗଧ ସବୁ ରଖ, ଆମେ ଗଧ ପିଠିରେ ଲୋକଙ୍କ ଲୁଗା ଲଦି ସଫା କରିବାକୁ ଯିବୁ। ଯଦି ସେ ବିଜେଡି ଆଡକୁ ଅଙ୍ଗୁଳି ନିଦ୍ଦେର୍ଶ କରୁଥିବେ ତେବେ ତାଙ୍କ ସଂଖ୍ୟା ରାଜ୍ୟରେ ଯେତିକି ବଢୁଛି ଗଧଙ୍କ ସଂଖ୍ୟା ସେତିକି ବଢୁଛି ବୋଲି ସେ ଭାବୁଥିବେ।”

Advertisment

ଅନ୍ୟପକ୍ଷରେ ବିଜେପି କହିଛି ଧର୍ମେନ୍ଦ୍ର ଦେଇଥିବା ତଥ୍ୟ ରାଜ୍ୟ ସରକାରଙ୍କ ପରିସଂଖ୍ୟାନ। ତେଣୁ ବିଜେଡି ଏହାକୁ ଭିନ୍ନ ଢଙ୍ଗରେ ଦେଖିବା ଉଚିତ ନୁହେଁ।

ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, “ବିଜେଡିର ଅଭିଯୋଗ ମନ୍ଦିରରେ କିଏ ନା, ମୁଁ କଦଳୀ ଖାଇନାହିଁ ସହ ସମାନ। ବିଜେଡି ସରକାର ଗୋ-ଚାଲାଣ ରୋକିବାରେ ସଫଳ ହୋଇନାହିଁ। ଯେଉଁ ପରିମାଣରେ ଛେଳି ଉତ୍ପାଦନ ବଢିବା କଥା ହୋଇନାହିଁ। ଯାହାର ବୁଦ୍ଧି ଯେତିକି ସେ ସେତିକି ଚିନ୍ତା କରିବ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe