Advertisment

କୋଷ୍ଟାଲ ହାଇୱେ ନହେବା ପାଇଁ ମୁଖ୍ୟମନ୍ତ୍ରୀ ମୂଳ ଦାୟୀ: ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କୋଷ୍ଟାଲ ହାଇୱେ ନିର୍ମାଣରେ ବିଳମ୍ବ ହେବା ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ମୂଳ ଦାୟୀ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ଅଭିଯୋଗ କରିଛନ୍ତି। ଯଦି କୋଷ୍ଟାଲ ହାଇୱେ ନିର୍ମାଣ ହେଉ ବୋଲି ମୁଖ୍ୟମନ୍ତ୍ରୀ ଚାହୁଁନାହାନ୍ତି ତା’ହେଲେ ସିଧାସଳଖ କହି ଦେଉନାହାନ୍ତି କାହିଁକି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। କୋଷ୍ଟାଲ ହାଇୱେ ବିଳମ୍ବ ପ୍ରସଙ୍ଗରେ ଶ୍ରୀ ପ୍ରଧାନଙ୍କୁ ବିଜେଡି ସମାଲୋଚନା କରିବା ପରେ ସେ ତା’ର ପାଲଟା ଜବାବ […]

ମିଛୁଆ ରାଧୁଆ ନହୋଇ ଓଡ଼ିଶାର ଲୋକଙ୍କ ସ୍ୱାସ୍ଥ୍ୟ ସେବାର ଦାୟିତ୍ୱ ନେବାକୁ ନବୀନଙ୍କୁ ପରାମର୍ଶ ଦେଲେ ଧର୍ମେନ୍ଦ୍ର

dharmendrapradhan

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କୋଷ୍ଟାଲ ହାଇୱେ ନିର୍ମାଣରେ ବିଳମ୍ବ ହେବା ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ମୂଳ ଦାୟୀ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ଅଭିଯୋଗ କରିଛନ୍ତି। ଯଦି କୋଷ୍ଟାଲ ହାଇୱେ ନିର୍ମାଣ ହେଉ ବୋଲି ମୁଖ୍ୟମନ୍ତ୍ରୀ ଚାହୁଁନାହାନ୍ତି ତା’ହେଲେ ସିଧାସଳଖ କହି ଦେଉନାହାନ୍ତି କାହିଁକି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

Advertisment

କୋଷ୍ଟାଲ ହାଇୱେ ବିଳମ୍ବ ପ୍ରସଙ୍ଗରେ ଶ୍ରୀ ପ୍ରଧାନଙ୍କୁ ବିଜେଡି ସମାଲୋଚନା କରିବା ପରେ ସେ ତା’ର ପାଲଟା ଜବାବ ଦେଇଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, “କୋଷ୍ଟାଲ ହାଇୱେ ଓ ଚିଲିକା ଉପରେ ବ୍ରିଜ୍ ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାର ନିଜ ଆଡ଼ୁ ବାରମ୍ବାର ତତ୍ପରତା ଦେଖାଇ ସାରିଛନ୍ତି। କିଛି ଅଞ୍ଚଳରେ ସମୁଦ୍ର ପାଖ ଦେଇ ରାସ୍ତା ହେବ। ରାଜ୍ୟ ସରକାର ଜାଗା ଉପଲବ୍ଧ କଲେ ଏନଏଚଏଆଇ ତା’ କାମ କରିବ। କିନ୍ତୁ ଚିଲିକା ଉପରେ ଯେଉଁ ଦୁଇଟି ବ୍ରିଜ୍ ହେବ, ସେଥିପାଇଁ ଜମି ଅଧିଗ୍ରହଣର ଆବଶ୍ୟକତା ନାହିଁ। ୨୦୧୫-୧୬ ମସିହାରେ ରାଜ୍ୟ ସରକାର ଯେଉଁ କଥା କହିଥିଲେ, ୨୦୧୮ରେ ସେହି କଥାକୁ ଦୋହରାଇଲେ ଓ ୧୯ ମସିହାରେ ମଧ୍ୟ ତା’ ହିଁ କହୁଛନ୍ତି।”

ସେ କହିଛନ୍ତି, “କୋଷ୍ଟାଲ ଜୋନ୍ ମ୍ୟାନେଜମେଣ୍ଟ ଅଥରିଟି କେବଳ ସୁପାରିସ କରି ସିଆଇଜେଡ୍ ଅନୁମତି ପାଇଁ ସୁପାରିସ କରିବାରେ ରାଜ୍ୟ ସରକାର କାହିଁକି ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି। ବୁଲେଇ ବଙ୍କେଇ ପ୍ରକଳ୍ପକୁ କରାଇ ନଦେବା ଓ ପକାଇ ରଖିବାର ମୂଳ ଦୋଷୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ। ଯଦି ଇଚ୍ଛା ନାହିଁ ତା’ହେଲେ ସିଧାସଳଖ କହୁନାହାନ୍ତି କାହିଁକି ? କେତେଥର ଆଉ ପୁରୁଣା କଥାକୁ ଦୋହରାଇବେ ରାଜ୍ୟ ସରକାର।”

Advertisment

ସେ ଆହୁରି କହିଛନ୍ତି, “ନଳିନୀ ପ୍ରଧାନ ତ ଏବେ ପୂର୍ତ୍ତ ସଚିବ ନାହାନ୍ତି। ରାଜନୀତି କାମରେ ମାତିଲେଣି, ପୋଷ୍ଟର ଛପିଲାଣି। ତାଙ୍କର ଏକ ବିବୃତ୍ତିରେ ସେ କହୁଛନ୍ତି ଯେ ଏପ୍ରିଲ ମାସରୁ ମୁଖ୍ୟ ସଚିବଙ୍କ ଆଗରେ ଏକ ପ୍ରେଜେଣ୍ଟେସନ ହୋଇଥିଲା, ଯେଉଁଟା ଜୁଲାଇ-ଅଗଷ୍ଟ ସୁଦ୍ଧା ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଥିଲା। ସେ ତାକୁ ଦେଖି ଫେରାଇବା ପାଇଁ ଫେବୃୟାରୀ ପର୍ଯ୍ୟନ୍ତ କାହିଁକି ବିଳମ୍ବିତ ହେଲା ?”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe