Advertisment

ନୂଆବର୍ଷରେ ଲିଙ୍ଗରାଜଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆବର୍ଷରେ ପ୍ରଭୁ ଲିଙ୍ଗରାଜଙ୍କର ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଶ୍ରୀ ପ୍ରଧାନ ରାଜ୍ୟବାସୀଙ୍କୁ ୨୦୨୦ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣକୁ ପ୍ରଶଂସା କରିଛନ୍ତି। ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ପ୍ରକ୍ରିୟା ବିଳମ୍ୱରେ ଆରମ୍ଭ ହୋଇଛି। ବିଳମ୍ୱରେ ହେଲେ ମଧ୍ୟ ଏହା ଏକ ଭଲ ପଦକ୍ଷେପ। ମନ୍ଦିରକୁ ଆହୁରି ଭଲ କରିବା ଆବଶ୍ୟକ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଗତ ତିନି […]

author-image
Puspanjali Panda
ନୂଆବର୍ଷରେ ଲିଙ୍ଗରାଜଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର

drrrr

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆବର୍ଷରେ ପ୍ରଭୁ ଲିଙ୍ଗରାଜଙ୍କର ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଶ୍ରୀ ପ୍ରଧାନ ରାଜ୍ୟବାସୀଙ୍କୁ ୨୦୨୦ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣକୁ ପ୍ରଶଂସା କରିଛନ୍ତି।

Advertisment

ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ପ୍ରକ୍ରିୟା ବିଳମ୍ୱରେ ଆରମ୍ଭ ହୋଇଛି। ବିଳମ୍ୱରେ ହେଲେ ମଧ୍ୟ ଏହା ଏକ ଭଲ ପଦକ୍ଷେପ। ମନ୍ଦିରକୁ ଆହୁରି ଭଲ କରିବା ଆବଶ୍ୟକ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଗତ ତିନି ବର୍ଷ ପୂର୍ବରୁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଲିଚାଲି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ। ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି, ଓଡିଶାର ଆରାଧ୍ୟ ପୀଠ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରକୁ ଆସି ଦର୍ଶନ କରିବାର ସୌଭାଗ୍ୟ ମିଳିଲା। ପ୍ରଭୁଙ୍କ କୃପାରୁ ଭାରତ ତଥା ଓଡିଶା ଆହୁରି ସମୃଦ୍ଧ ହେଉ। ଆଗାମୀ ଦିନରେ ସମସ୍ତେ ନିଜ ଜୀବନରେ ସଫଳ ହୁଅନ୍ତୁ। ପ୍ରଭୁଙ୍କ ଆଶୀର୍ବାଦ ରାଜ୍ୟର ସାଢ଼େ ୪ କୋଟି ନାଗରିକଙ୍କ ଉପରେ ରହିଥାଉ।

Advertisment