ଭୁବନେଶ୍ୱର(ଓଡିଶା ରିପୋର୍ଟର): ପୁନର୍ବାର ଶ୍ରମିକ ସ୍ପେଶାଲ ଟ୍ରେନ୍ ଚାଲୁ କରିବାକୁ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି। ସେ ଚିଠିରେ ପ୍ରବାସୀ ଓଡ଼ିଆଙ୍କ ଜୀବନଜୀବିକା ପାଇଁ ପୁନର୍ବାର ଶ୍ରମିକ ସ୍ପେଶାଲ ଟ୍ରେଲ୍ ଚାଲୁ କରିବାକୁ ଅନୁରୋଧ କରିଛନ୍ତି।
ଏହା ସହ ସେ ଚିଠିରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଲକ୍ଡାଉନ୍ ପରେ ସବୁକିଛି ଧିରେ ଧିରେ ସ୍ୱାଭାବିକ ସ୍ଥିତିକୁ ଫେରୁଛି। ଲୋକେ ଏବେ କର୍ମକ୍ଷେତ୍ର ଆଡେ ମୁହାଁଉଛନ୍ତି। ଏପରି ସମୟରେ ଓଡ଼ିଶାରୁ ଗୁଜରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ରକୁ ସ୍ପେଶାଲ ଟ୍ରେନ୍ ଚାଲୁ କରାଯାଉ। ଟ୍ରେନ୍ ଚାଲିଲେ ପୁଣି ନିଜ ନିଜ କର୍ମକ୍ଷେତ୍ରକୁ ଯାଇପାରିବେ ଶ୍ରମିକ। ସେଠାରେ ପୁଣିଥରେ ସେମାନେ ନିଜ ଜୀବିକା ଫେରି ପାଇବେ ବୋଲି ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବିଜେଡି ପ୍ରତିଷ୍ଠା ଦିବସରେ ଦଳ ଛାଡ଼ିଲେ ୨ ବ୍ଲକ୍ ଅଧ୍ୟକ୍ଷ, ବିଜେପିରେ ମିଶିଲେ
ବୁଗୁଡ଼ା ବ୍ଲକ ଉପାଧ୍ୟକ୍ଷ ଏବଂ କୁଲାଡ଼, ବାରୁଡ଼ା, ବଡ଼ କୋଦଣ୍ଡା ଆଦି ପଞ୍ଚାୟତର ସମିତିସଭ୍ୟ ଓ ସଭ୍ୟା ବିଜେପିରେ ସାମିଲ ହୋଇଛନ୍ତି।
Politics
କାହିଁକି ହାରିଲା ବିଜେଡି; ପ୍ରତିଷ୍ଠା ଦିବସରେ କାରଣ କହିଲେ ନବୀନ
ନବୀନ କହିଛନ୍ତି, ଗତ ଛଅ ମାସ ଭିତରେ ବିଜେପି ସରକାରର ଓଡ଼ିଶାବାସୀଙ୍କ ପାଇଁ ସବୁଠାରୁ ବଡ଼ ଉପହାର ହେଉଛି ଦରଦାମ ବୃଦ୍ଧି। ଡାଲି ଚାଉଳ ଠାରୁ ଆରମ୍ଭ କରି ତେଲ ଓ ପନିପରିବା ଆଦି ସବୁ ଦର ଆଜି ଆକାଶ ଛୁଆଁ।
Guest Column
ସତ ସ୍ୱୀକାର କରୁନାହାନ୍ତି ନବୀନ ପଟ୍ଟନାୟକ
ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟଗତ କାରଣରୁ ନବୀନ ନିର୍ବାଚନରେ ପ୍ରଚାର ନକରି ତାଙ୍କର ଏକମାତ୍ର ବିଶ୍ୱସ୍ତ ସରକାରୀ ଚାକିରୀ ଛାଡ଼ି ବିଜେଡିକୁ ଆସିଥିବା ଜଣେ ଅଣଓଡ଼ିଆ ଅଫିସର ଉପରେ ପ୍ରଚାରର ସମସ୍ତ ଦାୟିତ୍ୱ ଦେଇଥିବା ଲୋକମାନଙ୍କର ପୂରା ବିଶ୍ୱାସ ହୋଇଗଲା। ଏହି ଅଣଓଡ଼ିଆ ସରକାରୀ ଅଫିସର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ୫ ବର୍ଷ କାଳ ଯାହାସବୁ କରିଥିଲେ, ସେଥିରେ ଲୋକମାନଙ୍କର ବିଶ୍ୱାସ ହୋଇଗଲା ଯେ, ଯଦି ଏଥର ନବୀନଙ୍କୁ ପୁଣିଥରେ କ୍ଷମତା ପ୍ରଦାନ କରାଯାଏ, ତେବେ ବାସ୍ତବରେ ଏହି ଅଣଓଡ଼ିଆ ଅଫିସର ଜଣକ ରାଜ୍ୟର ପ୍ରକୃତ ମୁଖ୍ୟମନ୍ତ୍ରୀ ହୋଇଯିବେ।
Entertainment
ଜାନୁଆରୀ ୨ରୁ ତରଙ୍ଗ ପ୍ଲସ୍ରେ ନୂଆ ୱେବ୍ ସିରିଜ୍ ‘ଚିଟ୍ ଫଣ୍ଡ’ର ଷ୍ଟ୍ରିମିଂ
ୱେବ୍ ସିରିଜ୍ ’ଚିଟ୍ ଫଣ୍ଡ’ର କାହାଣୀ ରଞ୍ଜନ ଶତପଥୀ ଲେଖିଥିବା ବେଳେ ନିର୍ଦ୍ଦେଶକ ମୟଙ୍କ ଶତପଥୀ ଚିତ୍ରନାଟ୍ୟ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି।
Events & Festivals
ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ଖୁବ୍ ଶୀଘ୍ର ହେବ ପରୀକ୍ଷାମୂଳକ ବ୍ୟବସ୍ଥା
ବର୍ଷ ଆରମ୍ଭରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ପ୍ରକ୍ରିୟା। ଏହା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସନ୍ତା ୨୮ କିମ୍ବା ୨୯ ତାରିଖରେ ପରୀକ୍ଷାମୂଳକ ବ୍ୟବସ୍ଥା କରାଯିବ ।