Advertisment

ଏପ୍ରିଲ ପହିଲାରୁ ଓଡ଼ିଆ ଭାଷାରେ ଉପଲବ୍ଧ ହେବ ରେଳ ଟିକେଟ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଏପ୍ରିଲ ପହିଲା ଉତ୍କଳ ଦିବସରୁ ଓଡ଼ିଆ ଭାଷାରେ ଟ୍ରେନ୍ ଟିକେଟ ଉପଲବ୍ଧ ହେବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖି ଓଡ଼ିଆ ଲୋକଙ୍କ ସୁବିଧା ନିମନ୍ତେ ଓଡ଼ିଆ ଭାଷାରେ ଟିକେଟ ଛାପିବାକୁ ଅନୁରୋଧ କରିଥିଲେ। ଓଡ଼ିଆ ଭାଷାକୁ ପ୍ରୋତ୍ସାହନ ଓ ପ୍ରଚାରପ୍ରସାର କରାଇବା ଦିଗରେ ଏହା ରେଳବାଇର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବୋଲି କୁହାଯାଉଛି। […]

ଅଦ୍ୟତନ ହୋଇଛି
ଏପ୍ରିଲ ପହିଲାରୁ ଓଡ଼ିଆ ଭାଷାରେ ଉପଲବ୍ଧ ହେବ ରେଳ ଟିକେଟ୍

rf

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଏପ୍ରିଲ ପହିଲା ଉତ୍କଳ ଦିବସରୁ ଓଡ଼ିଆ ଭାଷାରେ ଟ୍ରେନ୍ ଟିକେଟ ଉପଲବ୍ଧ ହେବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖି ଓଡ଼ିଆ ଲୋକଙ୍କ ସୁବିଧା ନିମନ୍ତେ ଓଡ଼ିଆ ଭାଷାରେ ଟିକେଟ ଛାପିବାକୁ ଅନୁରୋଧ କରିଥିଲେ। ଓଡ଼ିଆ ଭାଷାକୁ ପ୍ରୋତ୍ସାହନ ଓ ପ୍ରଚାରପ୍ରସାର କରାଇବା ଦିଗରେ ଏହା ରେଳବାଇର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବୋଲି କୁହାଯାଉଛି।

Advertisment

ପୂର୍ବତଟ ରେଳବାଇ ପକ୍ଷରୁ ଜାରି ସୂଚନା ଅନୁସାରେ, ପୂର୍ବତଟ ରେଳବାଇ, ଦକ୍ଷିଣ-ପୂର୍ବ ରେଳବାଇ ଓ ଦକ୍ଷିଣ-ପୂର୍ବ କେନ୍ଦ୍ରୀୟ ରେଳବାଇ ଅଧୀନରେ ଥିବା ଓଡ଼ିଶାର ୩୧୭ଟି ଷ୍ଟେସନରେ ଓଡ଼ିଆ ଭାଷାରେ ମୁଦ୍ରିତ ଟ୍ରେନ ଟିକେଟ ଉପଲବ୍ଧ ହେବ। ପୂର୍ବତଟ ରେଳବାଇ ପକ୍ଷରୁ ଓଡ଼ିଶାର ଯାତ୍ରୀଙ୍କ ସୁବିଧା ପାଇଁ ଓଡ଼ିଆ ଭାଷାରେ ଦେଶର ସମସ୍ତ ଷ୍ଟେସନଗୁଡ଼ିକ ଡାଟାବେସ୍ ପ୍ରସ୍ତୁତ କରାଯାଉଛି। ହିନ୍ଦି ଓ ଇଂରାଜୀ ଭାଷା ବ୍ୟତୀତ ସ୍ଥାନୀୟ ଅଞ୍ଚଳର ଭାଷାରେ ଏହି ଟିକେଟଗୁଡ଼ିକ ଉପଲବ୍ଧ ହେବ। ଏପ୍ରିଲ ପହିଲାରୁ ଓଡ଼ିଶାରେ ଅଣସଂରକ୍ଷିତ ଟ୍ରେନ୍ ଟିକେଟଗୁଡ଼ିକ ଓଡ଼ିଆ ଭାଷାରେ ଉପଲବ୍ଧ ହେବ। ଯାହାଫଳରେ ଇଂରାଜୀ ଓ ହିନ୍ଦି ଭାଷାରେ ଟ୍ରେନ୍ ଟିକେଟ ପଢ଼ିବାରେ ଅସୁବିଧାରସମ୍ମୁଖୀନ ହେଉଥିବା ଓଡ଼ିଆ ଲୋକମାନେ ଏବେ ନିଜର ଗନ୍ତବ୍ୟ ସ୍ଥଳ, କେଉଁ ଟ୍ରେନ ଓ କେଉଁ ଶ୍ରେଣୀରେ ଯାତ୍ରା କରୁଛନ୍ତି ତାହା ଜାଣିବା ସହଜ ହେବ।

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶାରେ ଟ୍ରେନ ଟିକେଟକୁ ଓଡ଼ିଆ ଭାଷାରେ ଛାପିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ଆଜି ଚିଠି ଲେଖି ଅନୁରୋଧ କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe