Advertisment

ନାଲି ଆଖି ଦେଖାଇ ଫାଇଦା ପାଇବନି ବିଜେଡି: ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁରର ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ହାଜର ପାଇଁ ପୁଲିସ ସମନ କରିବା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଯେତେ ନାଲିଆଖି ଦେଖାଇଲେ କି ମିଛ କେସ୍‌ କଲେ ବି ତା’ର କିଛି ଫାଇଦା ବିଜେଡି ପାଇପାରିବନି। ସମସ୍ତ ପ୍ରକାରର ଦୃଢ଼ କାର୍ଯ୍ୟାନୁଷ୍ଠାନକୁ ସାମ୍ନା କରିବାକୁ ବିଜେପି ପ୍ରସ୍ତୁତ ଅଛି। କାରଣ ସତ କେବେ ଲୁଚି […]

ଅଦ୍ୟତନ ହୋଇଛି
ନାଲି ଆଖି ଦେଖାଇ ଫାଇଦା ପାଇବନି ବିଜେଡି: ଧର୍ମେନ୍ଦ୍ର

1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁରର ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ହାଜର ପାଇଁ ପୁଲିସ ସମନ କରିବା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଯେତେ ନାଲିଆଖି ଦେଖାଇଲେ କି ମିଛ କେସ୍‌ କଲେ ବି ତା’ର କିଛି ଫାଇଦା ବିଜେଡି ପାଇପାରିବନି। ସମସ୍ତ ପ୍ରକାରର ଦୃଢ଼ କାର୍ଯ୍ୟାନୁଷ୍ଠାନକୁ ସାମ୍ନା କରିବାକୁ ବିଜେପି ପ୍ରସ୍ତୁତ ଅଛି। କାରଣ ସତ କେବେ ଲୁଚି ରହିବ ନାହିଁ।

Advertisment

ସେହିପରି ଟ୍ୱିଟ୍ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, ଏହି ଘଟଣାରେ ପୁଲିସ ବହୁ ପୂର୍ବରୁ ଚାର୍ଜସିଟ୍ ଦାଖଲ କରିସାରିଛି। ତାଙ୍କୁ କେବେ ବି ନୋଟିସ ଜାରି କରିନାହିଁ କିମ୍ବା ଡାକିନାହିଁ। ଏ ଘଟଣାରେ ତାଙ୍କ ନାଁ ସମ୍ପୃକ୍ତ କରାଯିବା ନେଇ ସେ ଆଶ୍ଚର୍ଯ୍ୟ। ଅବଶ୍ୟ ଏପର୍ଯ୍ୟନ୍ତ କୌଣସି ନୋଟିସ୍ ତାଙ୍କୁ ମିଳିନାହିଁ। ରାଜ୍ୟ ସରକାର ପ୍ରତିହିଂସା ପରାୟଣ ହୋଇ ଏପରି କରୁଛନ୍ତି। ଦୀର୍ଘ ଦଶନ୍ଧି ଧରି ତାଙ୍କ ପରିବାର ପ୍ରତି ଲୋକଙ୍କର ସ୍ୱତନ୍ତ୍ର ସମ୍ମାନ ରହିଛି। ଆଇନକୁ ମଧ୍ୟ ତାଙ୍କ ପରିବାର ସମ୍ମାନ କରେ। ସେ ପୁଲିସକୁ ସମସ୍ତ ପ୍ରକାରର ସହଯୋଗ ପାଇଁ ପ୍ରସ୍ତୁତ ଅଛନ୍ତି ଓ ସତ ପଦାକୁ ଆସିବା ଦରକାର ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି।

ସେହିପରି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ- ‘ମୁଖ୍ୟମନ୍ତ୍ରୀ ନିଜ ଇଚ୍ଛାରେ ଆଇନକୁ ବ୍ୟବହାର କରୁଛନ୍ତି। ସବୁବେଳେ ‘ଆଇନ ତା’ବାଟରେ ଯିବ’ ବୋଲି କହୁଥିବା ନବୀନ ପଟ୍ଟନାୟକ ଆଇନକୁ ନିଜ ଇଚ୍ଛାରେ ମୋଡ଼ୁଛନ୍ତି। ବିଜେଡି ନେତାଙ୍କୁ ସିବିଆଇ ନୋଟିସ୍ ଜାରି ହେବାପରେ ମୋତେ ନାଲିଆଖି ଦେଖାଇବାକୁ ଚେଷ୍ଟା କରାଯାଉଛି।’ ନବୀନ ସରକାରଙ୍କ ଏହି ହୀନ ପ୍ରୟାସକୁ ଗୋଲକ ଦୃଢ଼ ନିନ୍ଦା କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe