/odisha-reporter/media/post_attachments/uploads/2022/02/Jajjita-das-mission-dream-miss-india.jpg)
Jajjita das mission dream miss india
ଢ଼େଙ୍କାନାଳ(ରାଜଶ୍ରୀ ସତପଥୀ): ମୁମ୍ବାଇରେ ଚମକିଲେ ଓଡିଆ ଝିଅ। ନାଁ ଯେମିତି କାମ ବି ସେମିତି। ହୃଦୟ ଜିତିଲେ ଢ଼େଙ୍କାନାଳ ଅଁଳାବେରେଣୀର ଜଗଜ୍ଜିତା। ମୁମ୍ବାଇରେ ଅନୁଷ୍ଠିତ ମିଶନ ଡ୍ରିମ ମିସ ଇଣ୍ଡିଆ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସଅପ ସ୍ଥାନ ହାସଲ କଲେ।
ଝିଅ ଜନ୍ମ ହେବା ପରେ ନାଁ ଦିଆଯାଇଥିଲା ଜଗଜ୍ଜିତା। ଆଉ ଏହାକୁ ସତ ପ୍ରମାଣିତ କରି ଦେଖାଇଛନ୍ତି ସେ। ଅଖ୍ୟାତ ପଲ୍ଲୀରୁ ଯାଇ ମୁମ୍ବାଇରେ ମିଶନ ଡ୍ରିମ ମିସ ଇଣ୍ଡିଆରେ ପାଇଛନ୍ତି ସଫଳତା। ଜଗଜ୍ଜିତାଙ୍କର ଘର ଢେଙ୍କାନାଳ କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ଗାଁରେ। ପିଲାଟି ଦିନରୁ ଜଗଜ୍ଜିତାଙ୍କର ଆକ୍ଟିଂ ଓ ମଡେଲିଂ ପ୍ରତି ଅହେତୁକ ଦୁର୍ବଳତା ରହିଥିଲା। ଜଗତଜିତାଙ୍କର ବାପା ଓ ମା ଉଭୟ ସରକାରୀ ଚାକିରିଆ ହୋଇଥିବାରୁ ଝିଅ ମଡେଲିଂ ଜଗତରୁ ଦୂରେଇ ସରକାରୀ ଚାକିରିଆ ହୁଅନ୍ତୁ ବୋଲି ଇଛା କରୁଥିଲେ। କିନ୍ତୁ ଜଗଜ୍ଜିତାଙ୍କ ମଡେଲିଂ ପ୍ରତି ରହିଥିବା ଦୁର୍ବଳତା ପାଇଁ ପରିବାର ଲୋକଙ୍କ ଅନିଚ୍ଛା ସତ୍ତ୍ୱେ ସଫ୍ଟଓୟାର ଇଂଜିନିୟର ଭାବେ ଏକ କମ୍ପାନୀରେ କାର୍ଯ୍ୟରତ ଥାଇ ମଧ୍ୟ ମୁମ୍ବାଇରେ ଅନୁଷ୍ଠିତ ମିସ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ ସେ। ଆଉ ଏହି ପ୍ରତିଯୋଗିତାରେ ଏବେ ଦ୍ୱିତୀୟ ରନର୍ସଅପ ସ୍ଥାନ ପାଇ ସଫଳତା ହାସଲ କରିଛନ୍ତି।/odisha-reporter/media/post_attachments/wp-content/uploads/2022/02/jagajjita-2.jpg)
ଜଗଜ୍ଜିତା ଆଗକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଜଣେ ଭଲ ଆକ୍ଟର ଓ ମଡେଲର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି। କେବଳ ସେତିକି ନୁହେଁ ଅସହାୟ ବୃଦ୍ଧ ବୃଦ୍ଧାମାନଙ୍କ ପାଇଁ ଜରାନୀବାସ ଓ କିନ୍ନରମାନଙ୍କୁ ସ୍ୱାବଲମ୍ବୀ କରାଇବା ସହ ସମାଜରେ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି ଜଗଜ୍ଜିତା। ଏପଟେ ଝିଅ ନିଜର ଦୃଢ ଇଛାଶକ୍ତି ଓ ମଡେଲିଂ ପ୍ରତି ରହିଥିବା ଦୁର୍ବଳତା ପାଇଁ ଆଜି ସେ ସଫଳତା ପାଇଛି ବୋଲି କହିଛନ୍ତି ତାଙ୍କ ବାପା ଓ ମା। ତେଣୁ ଆଗକୁ ଝିଅ ଯାହାବି କରିବାକୁ ଚାହିଁବ ତାକୁ ପରିବାର ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି କହିଛନ୍ତି ଜଗଜ୍ଜିତାଙ୍କର ବାପା।/odisha-reporter/media/post_attachments/wp-content/uploads/2022/02/jagajjita.jpg)
ମୁମ୍ବାଇରୁ ନିଜ ଜନ୍ମମାଟି ଢେଙ୍କାନାଳକୁ ଫେରିବା ପରେ ଜଗଜ୍ଜିତା ଢେଙ୍କାନାଳ ଜିଲ୍ଲାପାଳଙ୍କୁ ମଧ୍ୟ ଭେଟିଥିଲେ। ସେ ମୁମ୍ବାଇରେ ପାଇଥିବା ସଫଳତା ଜିଲ୍ଲା ଓ ରାଜ୍ୟକୁ ଗର୍ବିତ କରିଛି ବୋଲି ଜିଲ୍ଲାପାଳ କହିବା ସହ ଜଗଜ୍ଜିତାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଛି।
ଜଗଜ୍ଜିତାଙ୍କ ଏହି ସଫଳତା ପାଇଁ ପରିବାରରେ ଯେତିକି ଖୁସିର ଲହରୀ ଖେଳିଛି ବାହାରୁ ସେତିକି ପ୍ରଶଂସାର ଛୁଅ ମଧ୍ୟ ଛୁଟୁଛି। ତାଙ୍କର ଏହି ସଫଳତା ଜିଲ୍ଲା ତଥା ରାଜ୍ୟ ପାଇଁ ଆଣିଛି ଗୌରବ।/odisha-reporter/media/post_attachments/wp-content/uploads/2022/02/jagajjita-1.jpg)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
