ସେଲଟର ହୋମ୍ ଯୌନ ନିର୍ଯାତନା ମାମଲା: ଫୟାଜ୍ ରେହମାନଙ୍କ ନାଁରେ ଚାର୍ଜସିଟ୍ ଦାଖଲ

ଢେଙ୍କାନାଳ (ରାଜଶ୍ରୀ ଶତପଥି): ଢେଙ୍କାନାଳ ଜିଲ୍ଲା ବେଲଟିକିରି ସେଲଟର ହୋମ୍ ଯୌନ ନିର୍ଯାତନା ମାମଲାରେ ଦାଖଲ ହୋଇଛି ଚାର୍ଜସିଟ୍। ମୁଖ୍ୟ ଅଭିଯୁକ୍ତ ଫୟାଜ୍ ରେହମାନଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ଢେଙ୍କାନାଳ ପୁଲିସ।

ଚାର୍ଜସିଟରେ ସେଲଟର୍ ହୋମର ଇନ୍‌ଚାର୍ଜ ସୀମାଞ୍ଚଳ ନାୟକ ଓ ଅନ୍ୟ ଅଭିଯୁକ୍ତଙ୍କ ନାଁ ବି ରହିଛି।

ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ଫୟାଜଙ୍କ ନାଁରେ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା, ଧର୍ମାନ୍ତୀକରଣ ଭଳି ସଙ୍ଗୀନ ଅଭିଯୋଗ ରହିଛି।

ଗିରଫ ହୋଇ ଜେଲ୍‌ରେ ଥିବା ଫୟାଜ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି। ଏହାର ଶୁଣାଣି ଆସନ୍ତାକାଲି ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।