Advertisment

ଆରମ୍ଭ ହେଲା ଗଣତି, ଆଜି ଅତାବିରା ଓ ହିନ୍ଦୋଳ ଏନଏସିକୁ ମିଳିବେ ନେତା

ହିନ୍ଦୋଳ ଏନଏଏସିରେ ମୋଟ ୮୮ ପ୍ରତିଶତ ମତଦାନ ହୋଇଥିବା ବେଳେ ଅତାବିରା ଏନଏଏସିରେ ୭୪ପ୍ରତିଶତ ଭୋଟ ଗ୍ରହଣ ହୋଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
 Vote counting

Vote counting

ଆଜି ଅତାବିରା ଓ ହିନ୍ଦୋଳ ଏନଏସିକୁ ମିଳିବ ନେତା। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛିା ଅତାବିରାର ବ୍ଲକ ଅଫିସ ଷ୍ଟ୍ରଙ୍ଗ ରୁମରେ ଇଭିଏମ ରହିଛିା ଏସବୁର ଗଣତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛିା

Advertisment

 ସେହିପରି ହିନ୍ଦୋଳରେ ୨ଟି ଟେବୁଲରେ ୧୬ ରାଉଣ୍ଡ ଗଣତି ହେବ। ଉଭୟ ସିଟରେ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି।

ଏପ୍ରିଲ ୩ ତାରିଖରେ ଅତାବିରା ଓ ହିନ୍ଦୋଳ ଏନଏସି ପାଇଁ ମତଦାନ ହୋଇଥିଲା। ହିନ୍ଦୋଳ ଏନଏଏସିରେ ମୋଟ ୮୮ ପ୍ରତିଶତ ମତଦାନ ହୋଇଥିବା ବେଳେ ଅତାବିରା ଏନଏସିରେ ୭୪ପ୍ରତିଶତ ଭୋଟଗ୍ରହଣ ହୋଇଥିଲା । ହିନ୍ଦୋଳ ଏନଏସିର ୧୬ଟି ୱାର୍ଡରେ କାଉନସିଲର ପଦବୀ ନିମନ୍ତେ ମୋଟ ୫୦ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦବୀ ପାଇଁ ୩ଜଣ ପ୍ରାର୍ଥୀ ମଇଦାନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

Advertisment

ସେହିପରି ଅତାବିରା ଏନଏସିର ୧୨ଟି ୱାର୍ଡରେ କାଉନସିଲର ପଦବୀ ପାଇଁ ୩୯ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦବୀ ପାଇଁ ୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । 

Odisha Municipal Election 2022 Election Dhenkanal