Advertisment

ବ୍ୟାଙ୍କ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ରଖି କୋଟିଏ ଟଙ୍କାର ସୁନା ଓ ୫ ଲକ୍ଷ ଟଙ୍କା ଲୁଟିନେଲେ

ମହାବିରୋଡ଼ ଥାନା ଠାରୁ ପ୍ରାୟ ୧କିଲୋମିଟର ଦୂରରେ ଏହି ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ରହିଛି।

ଅଦ୍ୟତନ ହୋଇଛି
Bank

Bank

Advertisment

ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ବଡ଼ ଧରଣର ଲୁଟ। ନଗଦ ୫ ଲକ୍ଷ ଟଙ୍କା ସହ କୋଟିଏରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଲୁଟ୍‌ ହୋଇଛି। ଆଜି ୪ ଜଣ ଦୁର୍ବୃତ୍ତ ବ୍ୟାଙ୍କରେ ପଶିବା ପରେ ଫାଙ୍କା ଗୁଳି ଫୁଟାଇ କ୍ୟାସିୟର ଓ ଅନ୍ୟ କର୍ମଚାରୀଙ୍କ ଠାରୁ ଏ ସମସ୍ତ ଟଙ୍କା ଓ ସୁନା ଧରି ପଲସରରେ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି। ମହାବିରୋଡ଼ ଥାନା ଠାରୁ ପ୍ରାୟ ୧କିଲୋମିଟର ଦୂରରେ ଏହି ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ରହିଛି।

Advertisment

ଲୁଟ୍ ହୋଇଥିବା ସୁନା ଅଳଙ୍କାରଗୁଡ଼ିକ ପ୍ରାୟ ୫ ଶହଟି ପ୍ୟାକେଟରେ ୪ଟି ଟ୍ରଙ୍କରେ ଥିଲା। ସମ୍ପୂର୍ଣ୍ଣ ୪ଟି ଟ୍ରଙ୍କକୁ ଦୁର୍ବୃତ୍ତମାନେ ଉଠାଇ ନେଇଥିବା ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାର ମ୍ୟାନେଜର ଅନୁରାଗ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଅପରାହ୍ନ ପ୍ରାୟ ୨ଟା ‍ବେଳେ ଦୁର୍ବୃତ୍ତମାନେ ଯୋଜନାବଦ୍ଧ ଭାବେ ବ୍ୟାଙ୍କ ଆଗରେ ପହଞ୍ଚି ଥିଲେ। ଖାଇବା ସମୟ ଥିବାରୁ କିଛି ଷ୍ଟାପ୍ ଥିବା ବେଳେ କିଛି ଷ୍ଟାପ୍ ଖାଇବାକୁ ଯାଇଥିଲେ। ବ୍ୟାଙ୍କରେ ମଧ୍ୟ ଗ୍ରାହକ ସଂଖ୍ୟା କମ୍ ଥିଲା। ଏହି ସୁଯୋଗରେ ଦୁର୍ବୃତ୍ତମାନେ ବ୍ୟାଙ୍କ ଭିତରେ ପଶି ବ୍ୟାଙ୍କ କର୍ମଚାରୀ ଓ ଲୋକମାନଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ। ସମସ୍ତଙ୍କୁ ଭୟଭିତ କରିବାକୁ ଫାଙ୍କା ଗୁଳି ଚାଳନା ମଧ୍ୟ କରିଥିଲେ। ବ୍ୟାଙ୍କ କର୍ମଚାରୀଙ୍କୁ ଡରାଇ ଷ୍ଟ୍ରଙ୍ଗ ରୁମ୍ ଓ କ୍ୟାସ କାଉଣ୍ଟର ଚାବି ହାତେଇବା ପରେ ସମସ୍ତ ଜିନିଷ ଲୁଟି ନେଇଥିଲେ।

Advertisment

ବ୍ୟାଙ୍କରେ ଜଗିବା ନିମନ୍ତେ କୌଣସି ସିକ୍ୟୁରିଟି ଗାର୍ଡ ନ ଥିଲେ। ତେଣୁ ଏତଲା ପରେ ପୁଲିସ ଦୁର୍ବୃତ୍ତମାନଙ୍କୁ ଧରିବା ନିମନ୍ତେ ୨ଟି ଟିମ୍ ଗଠନ କରି ଚଢ଼ାଉ ଆରମ୍ଭ କରିଦେଇଛି। ବ୍ୟାଙ୍କର ସିସିଟିଭି ଫୁଟେଜ୍‌କୁ ଆଧାର କରି ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବାକୁ ମଧ୍ୟ ପ୍ରୟାଶ ହୋଇଛି। ବ୍ୟାଙ୍କରେ ପର୍ଯ୍ୟପ୍ତ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ଦୁର୍ବୃତ୍ତମାନେ ଏତବଡ଼ ଅଘଟଣ ଘଟାଇଛି।

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Bank Loot Robbery
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe