Advertisment

ଅଧା ରହିଗଲା ଅଷ୍ଟପ୍ରହରୀ, ଜାମୁ ଡାଳ ନେଇ ଆସୁଥିବା ଟ୍ରାକ୍ଟର ଓଲଟି ୨ ମୃତ

ଜାମୁ ଡାଳ ବୋଝେଇ ଟ୍ରାକ୍ଟର ଓଲଟି ପଡ଼ିବାରୁ ଅଷ୍ଟପ୍ରହରୀ ପାଇଁ କରାଯାଉଥିବା ଯୋଜନା ମଧ୍ୟ ଅଧାରେ ଅଟକି ଯାଇଛି। ଏଭଳି ଏକ ଦୁଃଖଦ ଘଟଣା ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ୫୩ ନଂ ଜାତୀୟ ରାଜପଥର ଯମୁନାକୋଟ ଗାଁ ପଣ୍ଡା ପୋଖରୀ ନିକଟରେ ଘଟିଛି।

author-image
Hemant Lenka
Accident

Accident

ଅଷ୍ଟପ୍ରହରୀ ପାଇଁ ଜାମୁ ଡାଳ ଧରି ଆସୁଥିଲା ଟ୍ରାକ୍ଟର। ହେଲେ ଅଧା ବାଟରେ ଭାରସାମ୍ୟ ହରାଇ ଏହା ଓଲଟି ପଡ଼ିଛି। ଫଳରେ ୨ ଜଣ ପ୍ରାଣ ହରାଇଥିବା ବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇଇଛନ୍ତି। ଜାମୁ ଡାଳ ବୋଝେଇ ଟ୍ରାକ୍ଟର ଓଲଟି ପଡ଼ିବାରୁ ଅଷ୍ଟପ୍ରହରୀ ପାଇଁ କରାଯାଉଥିବା ଯୋଜନା ମଧ୍ୟ ଅଧାରେ ଅଟକି ଯାଇଛି। ଏଭଳି ଏକ ଦୁଃଖଦ ଘଟଣା ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ୫୩ ନଂ ଜାତୀୟ ରାଜପଥର ଯମୁନାକୋଟ ଗାଁ ପଣ୍ଡା ପୋଖରୀ ନିକଟରେ ଘଟିଛି।

Advertisment

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଜଣ ହେଲେ ସୁରପ୍ରତାପପୁର ଗାଁ ଡିହସାହିର ହରିହର ସାମଲ ଓ ପ୍ରଫୁଲ୍ଲ କୁମାର ସାମଲ। ସେହିପରି ଉମାଶଙ୍କର ରାଉତ,ସତ୍ୟଜିତ ପୁହାଣ,ଜଳଧର ସ୍ୱାଇଁ ଓ ଅଜୟ ମହାନ୍ତି ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆହତଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ରହିଛନ୍ତି। ମୃତାହତମାନେ ସୁରପ୍ରତାପୁର ଗାଁ ଡିହସାହିର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ହରିହର, ପ୍ରଫୁଲ୍ଲ, ଉମାଶଙ୍କର,ସତ୍ୟଜିତ, ଜଳଧର ଓ ଅଜୟ ଗାଁରେ ଆୟୋଜିତ ହେବାକୁ ଥିବା ଅଷ୍ଟପ୍ରହରୀ ପାଇଁ ସକ୍ରିୟ ଭାବେ କାମ କରୁଥିଲେ। ଅଷ୍ଟପ୍ରହରୀ ସାଜସଜ୍ଜା ପାଇଁ ଆଜି ୬ ଜଣ ଯାକ ଗୋଟିଏ ଟ୍ରାକ୍ଟରରେ ଜାମୁ ଡାଳ ପାଇଁ ଯାଇଥିଲେ। ଜାମୁ ଡାଲ ଟ୍ରାକ୍ଟରରେ ଲୋଡ୍‌ କରି ସେମାନେ ଗାଁକୁ ଫେରୁଥିବା ବେଳେ ଅଧା ବାଟରେ ଘଟିଥିଲା ଅଘଟଣ।

Advertisment

ଟ୍ରାକ୍ଟରଟି ଯମୁନାକୋଟ ଗାଁ ପଣ୍ଡା ପୋଖରୀ ଅତିକ୍ରମ କରୁଥିବା ବେଳେ ହଠାତ୍‌ ଏହା ଓଲଟି ପଡ଼ିଥିଲା। ଫଳରେ ୬ ଜଣ ଯାକ ଟ୍ରାକ୍ଟରରେ ବୋଝେଇ ହୋଇଥିବା ବଡ଼ବଡ଼ ଜାମୁ ଡାଳ ତଳେ ଫସି ଯାଇଥିଲେ। ସେମାନଙ୍କୁ ପ୍ରଥମେ ଗାଁ ଲୋକ ଉଦ୍ଧାର କରି ଗୁରୁତର ଭାବେ ମଠକରଗୋଳା ହସ୍ପିଟାଲକୁ ନେଇଥିଲେ। ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ତେବେ ସେଠାରେ ଡାକ୍ତର ହରିହର ଓ ପ୍ରଫୁଲ୍ଲଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟମାନଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ସେମାନେ କଟକରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ଭୁବନ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରକୁ ଜବତ କରିବା ସହ ଏହାର ଡ୍ରାଇଭରଙ୍କୁ ଗିରଫ କରିଛି।

ଅନ୍ୟପକ୍ଷରେ ଅଷ୍ଟପ୍ରହରୀ ପୂର୍ବରୁ ଦୁଇ ଜଣଙ୍କ ମୃତ୍ୟୁ ସୁରପ୍ରତାପପୁର ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି।

Odisha Accident Road Accident Dhenkanal