ରାସ୍ତାତଳକୁ ଓଲଟି ପଡ଼ିଲା ଟାଟାଏସି, ୨୮ ଆହତ

ଅଷ୍ଟପ୍ରହରୀ ନାମଯଜ୍ଞ ସାରି ଆଜି ସକାଳେ ୩୦ ଜଣ ବ୍ୟକ୍ତି ତୁମୁସିଙ୍ଗା ଥାନା କୋଟଗରାରୁ ଆଳତୁମା ଗାଁକୁ ଫେରୁଥିଲେ

Road Accident PhotoOR

ରାସ୍ତାତକୁ ଖସିପଡ଼ିଲା ଟାଟାଏସି

Tapaswini Nayak
  • Published: Saturday, 06 May 2023
  • Updated: 06 May 2023, 10:23 AM IST

ଅଷ୍ଟପ୍ରହରୀ ସାରି ଟାଟାଏସିରେ ଘରକୁ ଫେରୁଥିଲେ। ଅଧା ବାଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଲା ଗାଡ଼ି। ଦୁର୍ଘଟଣାରେ ୨୮ ଜଣ ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେକୁଳା ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ କାମାକ୍ଷାନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଅଷ୍ଟପ୍ରହରୀ ନାମଯଜ୍ଞ ସାରି ଆଜି ସକାଳେ ୩୦ ଜଣ ବ୍ୟକ୍ତି ତୁମୁସିଙ୍ଗା ଥାନା କୋଟଗରାରୁ ଆଳତୁମା ଗାଁକୁ ଫେରୁଥିଲେ। ଏହି ସମୟରେ ରେକୁଳା ବ୍ରିଜ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୨୮ ଜଣ ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ କାମାକ୍ଷାନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ୮ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟଚିକତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୨ଜଣଙ୍କର କିଛି ହୋଇନାହିଁ। 

Also Read

ଗାଡ଼ିର ଓଭରଲୋଡିଂ ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।  ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos