Advertisment

ଢେଙ୍କାନାଳରେ ୩୩ ଶିକ୍ଷାର୍ଥୀ କରୋନାରେ ଆକ୍ରାନ୍ତ

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): କରୋନାର କହର ଏବେ ଧିରେ ଧିରେ ଛାତ୍ରଛାତ୍ରୀଙ୍କୁ ଘାରିବାରେ ଲାଗିଛି। ଢେଙ୍କାନାଳ ଜିଲ୍ଲାର ଆବାସିକ ଯୁକ୍ତ ଦୁଇ କଲେଜର ୩୩ ଶିକ୍ଷାର୍ଥୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଲେଜର ଦୁଇ ନମ୍ବର ୱାର୍ଡର କୁଞ୍ଜକାନ୍ତ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଥିପାଇଁ କୁଞ୍ଜକାନ୍ତ ଅଞ୍ଚଳକୁ ୧୦ ଦିନ ପାଇଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ପୂର୍ବରୁ ବୁର୍ଲା ଭିମସାରରେ ମୋଟ ୭୪ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ଭିମସାରରେ କିଛି ଡାକ୍ତରୀ ଛାତ୍ରଛାତ୍ରୀ […]

ଅଦ୍ୟତନ ହୋଇଛି
ଇଞ୍ଜିନିୟରିଂ, ମେଡିକାଲ କଲେଜର ୫୯ ପଜିଟିଭ

Covid19

Advertisment

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): କରୋନାର କହର ଏବେ ଧିରେ ଧିରେ ଛାତ୍ରଛାତ୍ରୀଙ୍କୁ ଘାରିବାରେ ଲାଗିଛି। ଢେଙ୍କାନାଳ ଜିଲ୍ଲାର ଆବାସିକ ଯୁକ୍ତ ଦୁଇ କଲେଜର ୩୩ ଶିକ୍ଷାର୍ଥୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଲେଜର ଦୁଇ ନମ୍ବର ୱାର୍ଡର କୁଞ୍ଜକାନ୍ତ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଥିପାଇଁ କୁଞ୍ଜକାନ୍ତ ଅଞ୍ଚଳକୁ ୧୦ ଦିନ ପାଇଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି।

Advertisment

ପୂର୍ବରୁ ବୁର୍ଲା ଭିମସାରରେ ମୋଟ ୭୪ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ଭିମସାରରେ କିଛି ଡାକ୍ତରୀ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ୯ଟି ହଷ୍ଟେଲ ସମେତ ଷ୍ଟାଫଙ୍କ ସରକାରୀ ଘରଗୁଡ଼ିକୁ ଯଥାକ୍ରମେ ମାଇକ୍ରୋ କଣ୍ଟେନମେଣ୍ଟ ଓ ବଫର ଜୋନ୍‌ ଭାବେ ଘୋଷଣା କରାଯାଇଥିଲା।

ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୁର୍ଲା ସହରର ୬ ନମ୍ବର ଓ୍ୱାର୍ଡରେ ଥିବା ୫ଟି ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଭାବେ ଘୋଷଣା କରାଯାଇଥିଲା। ସେହିପରି ସେହି ଅଞ୍ଚଳରେ ଥିବା ଅନ୍ୟ ୪ଟି ହଷ୍ଟେଲ ସମେତ ପାଖରେ ଥିବା ଷ୍ଟାଫ୍‌ମାନଙ୍କ ସରକାରୀ ଘରଗୁଡ଼ିକୁ ବଫର ଜୋନ୍‌ ଭାବେ ଘୋଷଣା କରାଯାଇଥିଲା।

Advertisment

ସେହିପରି ସୁନ୍ଦରଗଡ଼ର ଏକ ବାଳିକା ବିଦ୍ୟାଳୟର ୫୩ ଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଆକ୍ରାନ୍ତମାନେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ରୀ ବୋଲି ସୂଚନା ମିଳିଥିଲା। ପ୍ରଥମେ କିଛି ଛାତ୍ରୀଙ୍କର ସାମାନ୍ୟ ଥଣ୍ଡାକାଶ ଲକ୍ଷଣ ଦେଖାଦେଇଥିଲା। ଆକ୍ରାନ୍ତମାନଙ୍କୁ ଆଇସୋଲେସନରେ ରଖାଯାଇଛି। କୋଭିଡରେ ଆକ୍ରାନ୍ତ ହୋଇଥିବା ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ରହିଛି । ଏତେ ସଂଖ୍ୟକ ଛାତ୍ରୀ କରୋନା ଚିହ୍ନଟ ହେବା ପରେ ସ୍କୁଲ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି।

Corona Cases In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe