Advertisment

ଅପରାହ୍ଣରେ ଲୁଟିଥିଲେ, ସନ୍ଧ୍ୟାରେ ଗୋଡ଼େଇ ଧରିଲା ପୁଲିସ୍

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଅପରାହ୍ଣରେ ବ୍ୟାଙ୍କରୁ ଡକାୟତି କରିଥିଲେ। ଆଉ ସନ୍ଧ୍ୟାରେ ପୁଲିସ୍ ଗୋଡ଼େଇ ଧରିଲା। ଢେଙ୍କାନାଳ ରାସୋଳ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ପୁଲିସ୍ ପାଞ୍ଚଜଣଙ୍କୁ ଧରିବାରେ ସଫଳ ହୋଇଛି। ଢେଙ୍କାନାଳ ସଦରଥାନା ଗୋବିନ୍ଦପୁର ପାଖରୁ ପୁଲିସ ପାଞ୍ଚ ଜଣଙ୍କୁ ଗୋଡ଼େଇ ଧରିଛି। ବ୍ୟାଙ୍କରୁ ଡକାୟତି ହୋଇଥିବା ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଗହଣା ଓ ଲକ୍ଷାଧିକ ଟଙ୍କାକୁ ପୁଲିସ୍ ଜବତ କରିଛି। ପୁଲିସ୍ ଦୁର୍ବୃତ୍ତଙ୍କ ଠାରୁ ଦୁଇଟି ବାଇକ୍ ଓ ଗୋଟିଏ […]

ଅପରାହ୍ଣରେ ଲୁଟିଥିଲେ, ସନ୍ଧ୍ୟାରେ ଗୋଡ଼େଇ ଧରିଲା ପୁଲିସ୍

car-and-bike

Advertisment

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଅପରାହ୍ଣରେ ବ୍ୟାଙ୍କରୁ ଡକାୟତି କରିଥିଲେ। ଆଉ ସନ୍ଧ୍ୟାରେ ପୁଲିସ୍ ଗୋଡ଼େଇ ଧରିଲା। ଢେଙ୍କାନାଳ ରାସୋଳ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ପୁଲିସ୍ ପାଞ୍ଚଜଣଙ୍କୁ ଧରିବାରେ ସଫଳ ହୋଇଛି।

Advertisment

ଢେଙ୍କାନାଳ ସଦରଥାନା ଗୋବିନ୍ଦପୁର ପାଖରୁ ପୁଲିସ ପାଞ୍ଚ ଜଣଙ୍କୁ ଗୋଡ଼େଇ ଧରିଛି। ବ୍ୟାଙ୍କରୁ ଡକାୟତି ହୋଇଥିବା ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଗହଣା ଓ ଲକ୍ଷାଧିକ ଟଙ୍କାକୁ ପୁଲିସ୍ ଜବତ କରିଛି। ପୁଲିସ୍ ଦୁର୍ବୃତ୍ତଙ୍କ ଠାରୁ ଦୁଇଟି ବାଇକ୍ ଓ ଗୋଟିଏ କାର ଜବତ କରିଛି। ପାଞ୍ଚ ଜଣଙ୍କୁ ଗୋବିନ୍ଦପୁର ଫାଣ୍ଡିରେ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି।

ଆଜି ଅପରାହ୍ଣ ୩ଟାରେ ରାସୋଳ ଥାନା ଠାରୁ ମାତ୍ର ୨୦୦ ମିଟର୍ ପାଖରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ୪ ଦୁର୍ବୃତ୍ତ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିଲେ। ବ୍ୟାଙ୍କ୍ ଲକରରୁ ସୁନାଗହଣା ସହ ଦୁର୍ବୃତ୍ତମାନେ ନଗଦ ୭/୮ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୁଇ ବ୍ୟାଙ୍କ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଥିଲା।

Advertisment

ତେବେ ବିଶେଷ ସୁତ୍ରରୁ ଖବର ପାଇ ସଦରଥାନା ପୁଲିସ ଗୋବିନ୍ଦପୁର ଅଞ୍ଚଳରେ ପାଞ୍ଚ ଜଣଙ୍କୁ ଗୋଡ଼େଇ ଧରିବା ସହ ଫାଣ୍ଡିରେ ଅଟକ ରଖି ପଚରାଉଚରା କରୁଛି। ବ୍ୟାଙ୍କ ଡକାୟତି ଘଟଣାରେ ୫ ଜଣଙ୍କ ବ୍ୟତୀତ ଆଉ କିଏ ସାମିଲ୍ ଅଛନ୍ତି ନା ତାହା ତଦନ୍ତ ପରେ ଜଣାପଡ଼ିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe