students Protest in front of the central school gate
ଏକାଦଶରେ ପାଠପଢ଼ୁଥିବା ୯୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୧ ଜଣ ଫେଲ୍। ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ବନମାଳୀ ପ୍ରସାଦ ନିକଟସ୍ଥ କେନ୍ଦ୍ରୀୟ ବିଦ୍ୟାଳୟରେ ଘଟିଥିବା ଏହି ଘଟଣାକୁ ପ୍ରତିବାଦ ଜଣାଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା। ଏହି କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କ ଉପରେ ରଖିଥିବା ରାଗ ଶୁଝାଇବାକୁ ଏପରି କରିଥିବା ଅଭିଯୋଗ କରି ଆଜି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଧାରଣା ବସିଛନ୍ତି। ଅଧ୍ୟକ୍ଷଙ୍କ ଏଭଳି ପଦକ୍ଷେପ ଯୋଗୁ ଛାତ୍ରଛାତ୍ରୀମାନେ ମାନସୀକ ଆଘାତ ପାଇଥିବା ଅଭିଯୋଗ କରିବା ସହ ତୁରନ୍ତ ସମସ୍ତଙ୍କୁ ପରୀକ୍ଷାରେ ପାସ୍ କରିବାକୁ ସେମାନେ ଦାବି ରଖିଛନ୍ତି।
ଫେଲ ହୋଇଥିବା ଛାତ୍ରୀ ଲକ୍ଷ୍ମୀପ୍ରିୟା ରାଉତ ଓ ସୁମିତ କୁମାର ମିଶ୍ର କହିଛନ୍ତି, ଠିକଣା ସମୟରେ ବିଷୟ ନ ସାରିଲେନି। ୩ ଦିନର ପାଠପଢ଼ା ଏକାଦିନକେ ୩ ଘଣ୍ଟା ଭିତରେ ପଢ଼ାଇ ସାରିଦେଲେ। ଶିକ୍ଷକ ନିଯୁକ୍ତି ନ ଦେଇ ମନଇଚ୍ଛା ପଠ ପଢ଼ାଇଲେ। ପରୀକ୍ଷା ନିମନ୍ତେ ପ୍ରସ୍ତୁତି ହେବାକୁ ସମୟ ବି ଦେଲେନି। ହଠାତ୍ ପରୀକ୍ଷା କରିଦେଲେ। ତଥାପି ପରୀକ୍ଷାରେ ସମସ୍ତ ବିଷୟ ଭଲ କରିଥିଲେ। ଅତିକମ୍ରେ ପାସ୍ ହେବା କଥା। ହେଲେ ବିଭିନ୍ନ ସମୟରେ ପାଠପଢ଼ା ଅବ୍ୟସ୍ଥାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅଭିଯୋଗ କରୁଥିବାରୁ ରାଗ ରଖି ସ୍କୁଲ ଅଧ୍ୟକ୍ଷ ୫୧ ଜଣଙ୍କୁ ଫେଲ କରିଛନ୍ତି। ସେମାନଙ୍କ ଖାତାକୁ ସାମ୍ନାରେ ପୁନଃଦେଖାଯାଉ ଓ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ୍ କରାଯାଉ।
ଅଭିଭାବକ ସତ୍ୟବାନ ରାଉତ ଓ ଚିତ୍ରସେନ ନାୟକ କହିଛନ୍ତି, ୫୫ ପ୍ରତିଶତ ପିଲାଙ୍କୁ ପରୀକ୍ଷାରେ ଫେଲ୍ କରିବା ସ୍କୁଲ କର୍ତ୍ତୃପକ୍ଷଙ୍କ ଦୁର୍ବଳତାକୁ ପଦାରେ ପକାଇଛି। ପିଲାମାନଙ୍କୁ ଏଠାରେ ଠିକ୍ ଭାବେ ପଢ଼ାଇବାର ବ୍ୟବସ୍ଥା ନାହିଁ। ସ୍ଥାୟୀ ଶିକ୍ଷକ ନାହାନ୍ତି। ଅତିଥି ଶିକ୍ଷକଙ୍କୁ ମନଇଛା ନିଯୁକ୍ତି ଦିଆଯାଉଥିବାରୁ ସେମାନେ ମନଯୋଗ ଦେଇ ପଢ଼ାଉ ନାହାନ୍ତି। ପରୀକ୍ଷା ପୂର୍ବରୁ ଯେପରି ବିଷୟଗୁଡ଼ିକ ପଢ଼ାଇ ସାରିବା କଥା ସାରିଲେନି। ହଠାତ୍ ପରୀକ୍ଷା କରିଦେଲେ। ପିଲାମାନେ ପ୍ରସ୍ତୁତି ନିମନ୍ତେ ସମୟ ପାଇଲେନି। ତଥାପି ପିଲାମାନେ ଭଲ କରିଥିଲେ। ହେଲେ ପାଠପଢ଼ା ଅବ୍ୟବସ୍ଥା ନେଇ ବାରମ୍ବାର ଅଭିଯୋଗ କରାଯାଉଥିବାରୁ ରାଗରଖି ସ୍କୁଲ ଅଧ୍ୟକ୍ଷ ଅଧିକାଂଶ ଛାତ୍ରଛାତ୍ରୀଙ୍କୁ ଫେଲ୍ କରୁଛନ୍ତି। ଏଥିଯୋଗୁ ଛାତ୍ରଛାତ୍ରୀମାନ ମାନସିକ ଆଘାତ ପାଇଛନ୍ତି। ତୁରନ୍ତ ସମସ୍ତଙ୍କୁ ପାସ୍ କରାଯାଉ। ଏଥିସହ ସ୍କୁଲର ଦାୟିତ୍ୱ ଠିକ୍ ଭାବେ ତୁଲାଉ ନ ଥିବା ଅଧ୍ୟକ୍ଷଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଉ।
ଖବର ପାଇ ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ଧାରଣାରେ ବସିଥିବା ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରୁଛି। ତେବେ ଯେପର୍ଯ୍ୟନ୍ତ ଅଲପାସ ପାଇଁ ଘୋଷଣା କରାନଯାଇଛି ସେତେବେଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି ଧାରଣାରତ ଅଭିଭାବକ ଓ ଛାତ୍ରଛାତ୍ରୀ କହିଛନ୍ତି।
ଏ ସମ୍ପର୍କରେ ପ୍ରକୃତ କଥା ଜାଣିବା ନିମନ୍ତେ କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ସହଯୋଗ ମିଳୁନଥିବାରୁ ମତାମତ ମିଳିପାରିନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us