Advertisment

ବ୍ୟାଙ୍କ ଲୁଟ୍‌ ପର୍ଦ୍ଦାଫାସ୍‌; ୬ କେଜି ସୁନା ଜବତ, ୯ ଗିରଫ

ଗତ ୩ ତାରିଖ ଦିନ ଦି’ପହରରେ ମହାବିରୋଡ୍‌ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍‌ ହୋଇଥିଲା। ଡକାୟତମାନେ ମାରଣାସ୍ତ୍ର ଦେଖାଇ ବ୍ୟାଙ୍କରୁ ୫ କେଜି ସୁନା ଓ ୬ ଲକ୍ଷ ୭୦ ହଜାର ଟଙ୍କା ଲୁଟି ନେଇଥିଲେ।

Bank Loot

Bank Loot

Advertisment

ଢେଙ୍କାନାଳ ପୁଲିସ୍‌କୁ ବଡ଼ ସଫଳତା ମିଳିଛି। ଆଜି ମହାବିରୋଡ୍‌ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଲୁଟ୍‌ ଘଟଣାର ପର୍ଦ୍ଦାଫାସ ହୋଇଛି। ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୯ ଜଣ ଡକାୟତଙ୍କୁ ଧରିଥିବା ବେଳେ ଲୁଟ୍‌ ହୋଇଥିବା ୬ କେଜି ସୁନା ଅଳଙ୍କାର ଓ ନଗଦ ୪ ଲକ୍ଷ ୩୨ ହଜାର ଟଙ୍କା ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି ଉତ୍ତରକେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟ।

Advertisment

ସୂଚନାରୁ ପ୍ରକାଶ, ଗତ ୩ ତାରିଖ ଦିନ ଦି’ପହରରେ ମହାବିରୋଡ୍‌ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍‌ ହୋଇଥିଲା। ଡକାୟତମାନେ ମାରଣାସ୍ତ୍ର ଦେଖାଇ ବ୍ୟାଙ୍କରୁ ୫ କେଜି ସୁନା ଓ ୬ ଲକ୍ଷ ୭୦ ହଜାର ଟଙ୍କା ଲୁଟି ନେଇଥିଲେ। ଏନେଇ ଅଭିଯୋଗ ହେବା ପରେ ମାମଲାର ତଦନ୍ତ ପାଇଁ ଢେଙ୍କାନାଳ ଏସ୍‌ପିଙ୍କ ନିର୍ଦ୍ଦେଶ ଦେଇଥିଲେ। ସେଥିପାଇଁ କାମାକ୍ଷାନଗର ଏସ୍‌ଡିପିଓଙ୍କ ନେତୃତ୍ୱରେ ଗୋଟିଏ ଟିମ୍‌ ଗଠନ କରାଯାଇଥିଲା। ସେହି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଲୁଟ୍‌ ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା। ଏହା ପରେ ପୁଲିସ୍‌ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ଥିଲା।

ବ୍ୟାଙ୍କ ଡକାୟତି ମାମଲାରେ ପୁଲିସ୍‌ ସଦାମ ଖାନ୍‌ ଓରଫ ବୁଲୁ, ନୀଳାଦ୍ରି ପ୍ରଧାନ ଓରଫ ନୀଳ, ରଞ୍ଜିତ ନାହାକ ଓରଫ କାଳିଆ, ଜିତେନ୍ଦ୍ର ପ୍ରଧାନ ଓରଫ ଜିତୁ, ଦୀନେଶ ନାଏକ ଓରଫ ଗୁଡୁ, ରାମି ଟୁଡୁ ଓରଫ ମୁଣ୍ଡା, ବଳଭଦ୍ର ନାଏକ ଓରଫ ବଳିଆ, ବସନ୍ତ ଭୋଇ ଓ ଝରଣା ଭୋଇଙ୍କୁ ଗିରଫ କରିଥିଲା। ଏମାନଙ୍କ ଘର ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବୋଲି ଜଣାପଡ଼ିଛି। ପୁଲିସ୍‌ ଏମାନଙ୍କଠାରୁ ୬ କେଜି ୧୨୦ ଗ୍ରାମ ସୁନା, ନଗଦ ୪ ଲକ୍ଷ ୩୨ ହଜାର ଟଙ୍କା, ୪ଟି ବାଇକ୍‌, ୩ଟି ପିସ୍ତଲ, ଜୀବନ୍ତ ଗୁଳି, ଗୋଟିଏ ବୋଲେରୋ ଓ ୨ଟି ମୋବାଇଲ ଜବତ କରିଛି।

Advertisment
Crime Lootera Bank Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe