Advertisment

୧୧ କେଭି ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କୋଳିବଣିଆ କାଟେଣୀ ନିକଟରେ ଏହି ଦୁର୍ଘଟଣା ଘଟିଛି।

author-image
Niranjan Mishra
Accident

Accident

ରାସ୍ତା ପାର୍ଶ୍ୱରେ ଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କୋଳିବଣିଆ କାଟେଣୀ ନିକଟରେ ଏହି ଦୁର୍ଘଟଣା ଘଟିଛି। ବସ୍ ଧକ୍କାରେ ବିଦ୍ୟୁତ୍ ଖୁଣ୍ଟ ରାସ୍ତା ପାର୍ଶ୍ୱକୁ ଢଳି ପଡ଼ିଥିଲା। ସୌଭାଗ୍ୟକୁ ବିଦ୍ୟୁତ୍‌ ତାର ବସ୍‌ ସଂସ୍ପର୍ଶରେ ଆସି ନ ଥିଲା। ଫଳରେ ବସ୍‌ରେ ଯାଉଥିବା ୨୦ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।

Advertisment

ନନ୍ଦୁ ନାମକ ଏହି ଯାତ୍ରୀବାହୀ ବସ୍ ଆଜି ମଧ୍ୟାହ୍ନରେ ବିରାଶାଳରୁ କାମାକ୍ଷାନଗର ଯାଉଥିଲା। ବସ୍ ଡ୍ରାଇଭର ଅନ୍ୟମନସ୍କ ହେବାରୁ ବସ୍‌ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିବା ଜଣାପଡ଼ିଛି। ଫଳରେ ବସ୍‌ ଆଗରେ ବସିଥିବା ଲୋକେ ସାମାନ୍ୟ ଆହତ ହୋଇଥିଲେ।

Accidentଦୁର୍ଘଟଣାଗ୍ରସ୍ତ ବସ୍।

ଦୁର୍ଘଟଣା ପରେ ବସ୍‌ ଖାଲରୁ ଉଠି ଥିଲା ଓ ଯାତ୍ରୀଙ୍କୁ ନେଇ ପୁଣି ଗନ୍ତବ୍ୟସ୍ଥଳକୁ ଚାଲି ଯାଇଥିଲା। ରାସ୍ତା ପାର୍ଶ୍ୱରେ ବିଦ୍ୟୁତ୍ ଖୁଣ୍ଟ ବିପଦସଙ୍କୁଳ ଅବସ୍ଥାରେ ଢଳି ରହିଥିଲା। ଶେଷ ଖବର ସୁଦ୍ଧା ବିଦ୍ୟୁତ୍ ବିଭାଗ କର୍ତ୍ତୃପକ୍ଷ କିମ୍ବା ପୁଲିସ ଘଟଣାସ୍ଥଳରେ ପହଞ୍ଚି ନ ଥିଲେ।

Advertisment
Road Accident