Advertisment

ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସହ ପଳାଇଗଲା ଗର୍ଭବତୀ ସ୍ତ୍ରୀ

ଶାଶୂ, ଶ୍ୱଶୁର ଓ ସ୍ୱାମୀଙ୍କ ସହିତ ବେଶ୍‌ ହସ ଖୁସିରେ ରହୁଥିଲେ। ହେଲେ ଭୁଲିପାରୁନଥିଲେ ପ୍ରଥମ ପ୍ରେମକୁ। ସ୍ୱାମୀଙ୍କ ସାନିଧ୍ୟ ପାଉଥିଲେ ସତ ହେଲେ, ପ୍ରେମିକଙ୍କ ପ୍ରଥମ ସ୍ପର୍ଶ କେଉଁଠି ନା କେଉଁଠି ହୃଦୟ ଭିତରେ ଆନ୍ଦୋଳିତ କରୁଥିଲା।

Kamakhayanager

Kamakhayanager

Advertisment

ବାହାଘରର ତିନି ମାସରେ ପ୍ରେମିକ ସହ ଚମ୍ପଟ ମାରିଲା ଗର୍ଭବତୀ ସ୍ତ୍ରୀ। କଥାଟି ଅବୁଝା ଲାଗୁଥିଲେ ମଧ୍ୟ ସତ। ଏପରି ଘଟଣା ଢେଙ୍କାନାଳ ଜିଲ୍ଲାରେ ଘଟିଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

କଙ୍କଡାହାଡ଼ ବ୍ଲକ ବୈଷ୍ଣବ(ଛଦ୍ମନାମ) ଖମାର ଥାନା ଅଞ୍ଚଳର ରୀତି(ଛଦ୍ମନାମ)ଙ୍କୁ ବିବାହ କରିଥିଲେ। ଦୁଇ ପରିବାରର ସହମତିରେ ବୈଦିକ ରୀତିନୀତିରେ ହୋଇଥିଲା ବିବାହ। କିନ୍ତୁ ସେ ବାହାଘରରେ ରୀତି ରାଜି ନଥିଲେ। ସେ ତାଙ୍କ ପ୍ରେମିକଙ୍କୁ ବିବାହ କରିବାକୁ ଚାହୁଁଥିଲେ। ମାତ୍ର ପରିବାର ଲୋକଙ୍କ ବାଧ୍ୟବତାରେ ବୈଷ୍ଣବଙ୍କୁ ବିବାହ କରିଥିଲେ ରୀତି। ବିବାହ ପରେ ବାପଘର ଧୂଳିଖେଳ ଛାଡ଼ି ବଧୂ ବେଶରେ ଶାଶୂ ଘରକୁ ଯାଇଥିଲେ। ବାହାଘର ପରେ ସବୁ କିଛି ସାମାନ୍ୟ ଥିଲା।

ଶାଶୂ, ଶ୍ୱଶୁର ଓ ସ୍ୱାମୀଙ୍କ ସହିତ ବେଶ୍‌ ହସ ଖୁସିରେ ରହୁଥିଲେ। ହେଲେ ଭୁଲିପାରୁନଥିଲେ ପ୍ରଥମ ପ୍ରେମକୁ। ସ୍ୱାମୀଙ୍କ ସାନିଧ୍ୟ ପାଉଥିଲେ ସତ ହେଲେ, ପ୍ରେମିକଙ୍କ ପ୍ରଥମ ସ୍ପର୍ଶ କେଉଁଠି ନା କେଉଁଠି ହୃଦୟ ଭିତରେ ଆନ୍ଦୋଳିତ କରୁଥିଲା। ଆଉ ମନ ବେଦନାକୁ ନିଜ ମୋବାଇଲ୍‌ କ୍ୟାମେରାରେ ରେକଡିଂ କରୁଥିଲେ। ସେଥିରେ ଇମୋସନାଲ୍‌ ଗୀତର ଟଚ୍‌ ଦେଇ ସୋଶାଲ ମିଡ଼ିଆ ଇନ୍‌ଷ୍ଟାରେ ଛାଡ଼ୁଥିଲେ। ୩ ମାସର ବୈବାହିକ ଜୀବନ ଭିତରେ ରୀତା ୧୧ରୁ ଅଧିକ ଭାବପ୍ରବଣ ରିଲ୍ସ କରି ଛାଡ଼ିଛନ୍ତି। ହେଲେ ଏ ସମ୍ପର୍କରେ ସାମାନ୍ୟତମ ଖବର ବୈଷ୍ଣବଙ୍କ ପାଖରେ ନଥିଲା।

Advertisment

ସେପଟେ କିନ୍ତୁ ରୀତିଙ୍କ ମନର ଅକୁହା କଥା ପହଞ୍ଚିଥିଲା ପ୍ରେମିକଙ୍କ ପାଖରେ। ତା’ପରେ ପୁରୁଣା ଭାବ ଯୋଡ଼ି ହୋଇଥିଲା। ରୀତି ବିବାହିତ ଜାଣି ମଧ୍ୟ ପ୍ରେମିକ ପ୍ରବର ଆପଣାଇବାକୁ ଆଗ୍ରହ କରିଥିଲେ। କେବଳ ସମୟକୁ ଅପେକ୍ଷା କରିଥିଲେ ରୀତି। ଆସିଲା ଓଡ଼ିଶାର ଗଣ ପର୍ବ ରଜ। ଆଉ ସଜବାଜ ହେଲେ ରୀତି। ବାପ ଘର ଲୋକ ଆସି ରୀତିଙ୍କୁ ଡାକି ନେଇଥିଲେ। ବୋହୂ ବାପ ଘରକୁ ଯାଉଥିବାରୁ କେହି ପ୍ରତିବାଦ କରିନଥିଲେ। ହଠାତ ଦିନେ ବୈଷ୍ଣବଙ୍କ ପାଖକୁ ଶ୍ୱଶୁର ଘରୁ ଫୋନ୍‌ କଲ ଆସିଲା। ରୀତି କେଉଁ ଆଡ଼େ ପଳାଇ ଯାଇଛି ଶୁଣିବାକୁ ପାଇଲେ। ଏକଥା ଶୁଣିବା ପରେ ବୈଷ୍ଣବଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ବାଉଳି ଚାଉଳି ହୋଇଥିଲେ। କାହାକୁ କହିବେ ଏକଥା। ଚାରିଆଡେ ସ୍ତ୍ରୀକୁ ଖୋଜିଲେ। ହେଲେ ପାଇନଥିଲେ। ପରେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୁଲିସ ମାମଲା ରୁଜୁ କରି ଚୁପ୍‌ ହୋଇ ବସିଛି।

ଅନ୍ୟପକ୍ଷରେ ଆଶା ଦିଦିଙ୍କ କହିବା ଅନୁସାରେ ରୀତି ତିନି ମାସର ଗର୍ଭବତୀ ଥିଲେ। ରଜ ପରେ ତାଙ୍କୁ ପ୍ରଥମ ଟୀକା ଦିଆଯିବାର ଥିଲା। ମମତା କାର୍ଡ ମଧ୍ୟ ହେବାର ଥିଲା। ହେଲେ ପ୍ରେମରେ ଅନ୍ଧ ରୀତି ନିଜ ପ୍ରେମିକ ସହିତ ଫେରାର ହୋଇଯାଇଥିବା ତାଙ୍କ ବାପା କହିଛନ୍ତି।

ରିପୋର୍ଟ-କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe