Advertisment

ହଷ୍ଟେଲର ୩ ମହଲା ଉପରୁ ଖସିପଡ଼ିଲେ ଛାତ୍ର, ଓଡ଼ିଶା ଦିବସ ପାଳନ ବେଳେ ଅଘଟଣ

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ବେଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Injured student

Injured student

Advertisment

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-ପରଜଙ୍ଗ ଥାନା ସରାଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ଅନୁଷ୍ଠାନ(IGIT)ର ସୂର୍ଯ୍ୟଭବନ ହଷ୍ଟେଲର ୩ ମହଲା କୋଠା ଉପରୁ ପଡି ଛାତ୍ର ଗୁରୁତର। ଗୁରୁତର ଛାତ୍ର ବି-ଟେକ ଶେଷ ବର୍ଷର ସତ୍ୟମ ଖାଲକୋ। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତି ପ୍ରାୟ ସାଢ଼େ ୨ଟା ବେଳେ ଏହି ଘଟଣା ଘଟିଛି।

Advertisment

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ବେଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି। ଅଭିଯୋଗ ପରେ ୪ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପରଜଙ୍ଗ ପୁଲିସ। ଅଟକଙ୍କ ମଧ୍ୟରେ ଦୁଇ ଜଣ ଅଣଛାତ୍ର ରହିଥିବା ସୂଚନା ମିଳିଛି। ସେମାନଙ୍କ ଘର ରାଉରକେଲା ଓ କେଉଁଝର ବୋଲି ଜଣାପଡ଼ିଛି।

ପ୍ରେମ ଜନିତ କାରଣରୁ ଗଣ୍ଡଗୋଳ ହୋଇଥିବା ସନ୍ଦେହ କରାଯାଉଛି।

ତେବେ ଏନେଇ ଆଇଜିଆଇଟି ଡାଇରେକ୍ଟର କହିଛନ୍ତି, ଓଡ଼ିଶା ଦିବସ ପାଳନ ବେଳେ ଏହି ଅଘଟଣ ଘଟିଛି। ତେବେ ନିର୍ଦ୍ଧିଷ୍ଟ କେଉଁ କାରଣରୁ ଘଟଣା ଘଟିଛି ତାହାର ତଦନ୍ତ ଚାଲିଛି। ଏହି ଘଟଣାରେ ଆହତ ଛାତ୍ରଙ୍କୁ ପ୍ରଥମେ ମଣ୍ଡାପାଳ ଡାକ୍ତରଖାନା ପରେ ଅନୁଗୋଳ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରର ବିଭିନ୍ନ ସ୍ଥାନର ଆଘାତ ଲାଗିଥିବା ବେଳେ ମୁଣ୍ଡରେ ରକ୍ତ ଜମାଟ ହୋଇଯାଇଛି। ତାଙ୍କ ପରିବାର ଲୋକଙ୍କୁ ଏ ନେଇ ଖବର ଦିଆଯାଇଛି। ଅଘଟଣ ବେଳେ ହଷ୍ଟେଲ କର୍ମଚାରୀମାନେ ପହଞ୍ଚି ଦେଖିବା ବେଳେ ଶିକ୍ଷାନୁଷ୍ଠାନ ବାହାରର ଦୁଇଜଣ ଯୁବକ ଘଟଣାସ୍ଥଳରେ ଥିଲେ। ସେମାନେ ଏହି କାରନାମାରେ ଜଡ଼ିତ କି ନୁହେଁ ତଦନ୍ତ ପରେ ଜଣାପଡ଼ିବ।

Advertisment
Under Age Love Students Life In Danger
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe